ନୂଆଦିଲ୍ଲୀ,୨୦।୬: ବିଶିଷ୍ଟ ଗୀତିକାର, ସ୍କ୍ରିପ୍ଟ ରାଇଟର ଏବଂ କବି ଜାଭେଦ ଅଖତର ସିନେମା ଜଗତରେ ନିଜର ଅତୁଳନୀୟ ଅବଦାନ ପାଇଁ ବେଶ୍ ଜଣାଶୁଣା । ଏହା ସହ ସେ ନିଜର ସାମାଜିକ ତଥା ରାଜନୈତିକ ମତାମତ ପାଇଁ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣିଥରେ ତାଙ୍କର ଏକ ଟ୍ବିଟ୍ ଚର୍ଚ୍ଚାରେ ଆସିଛି। ତାହା ହେଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ବିଷୟରେ। ସେ କହିଛନ୍ତି, ଇଟାଲୀୟ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ତାଙ୍କ ସହିତ ଫଟୋ ଉଠାଇବାକୁ ତାଙ୍କୁ ଅନୁରୋଧ କରିଥିଲେ। ଟ୍ରମ୍ପଙ୍କୁ ଏହି କଥାକୁ ନେଇ କଡା ସମାଲୋଚନା କରିଛନ୍ତି।
Trump who is known for lying day in n day out added one more in the never ending list of his lies . He says Meloni “ begged”him for a photo opp first of all why would a confident high profiled popular and empowered woman who is the PM of a great country like Italy that…
— Javed Akhtar (@Javedakhtarjadu) June 20, 2026
ଜାଭେଦ ଅଖତର ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି, ଟ୍ରମ୍ପ ପ୍ରତିଦିନ ଦେଉ ମିଛ କହିବା ପାଇଁ ପରିଚିତ, ସେ ତାଙ୍କର କେବେ ଶେଷ ହେଉନଥିବା ମିଛ ଲିଷ୍ଟରେ ଆଉ ଏକ ମିଛ ଯୋଡି ଦେଇଛନ୍ତି। ତାଙ୍କର କହିବା ଅନୁସାରେ, ମେଲୋନି ତାଙ୍କୁ ଫଟୋ ପାଇଁ ପୋଜ୍ ଦେବାକୁ ଅନୁରୋଧ କରିଥିଲେ। ସବୁଠାରୁ ପ୍ରଥମ କଥା ହେଲା ଇଟାଲୀ ଭଳି ଏକ ମହାନ ଦେଶର ପ୍ରଧାନମନ୍ତ୍ରୀ –ଯିଏକି ଯାହା ଟ୍ରମ୍ପଙ୍କ ଦେଶକୁ ସଂସ୍କୃତି, କଳା, ସ୍ଥାପତ୍ୟ ଏବଂ ମହାନ ସିନେମା ବିଷୟରେ ବହୁତ କିଛି ଶିଖାଇଛି। ଏଭଳି ଜଣେ ଆତ୍ମବିଶ୍ୱାସୀ, ହାଇ-ପ୍ରୋଫାଇଲ୍, ଲୋକପ୍ରିୟ ଏବଂ ଶକ୍ତିଶାଳୀ ମହିଳା ବିଶ୍ୱର ସବୁଠାରୁ ଅଲୋକପ୍ରିୟ ପୁରୁଷଙ୍କ ସହିତ ଫଟୋ ଉଠାଇବାକୁ କାହିଁକି ନିବେଦନ କରିବେ? ଏବଂ ଯଦି ଆମେ ଏହା ଘଟିଛି ବୋଲି ଧରିନେବା, ତେବେ କଳ୍ପନା କରନ୍ତୁ ଯେ ଜଣେ ବ୍ୟକ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କଥା କହିବା କେତେ ଶସ୍ତା, ଅଶ୍ଳୀଳ ଏବଂ ଅସଭ୍ୟ ହେବ।
ଲୋକମାନେ ଜାଭେଦ ଅଖତରଙ୍କ ଟ୍ୱିଟ୍ ଉପରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ତାଙ୍କୁ ସମର୍ଥନ କରିଛନ୍ତି ଏବଂ ମେଲୋନିଙ୍କୁ ଜଣେ ଶକ୍ତିଶାଳୀ ମହିଳା ବୋଲି କହିଛନ୍ତି। ଜଣେ ମନ୍ତବ୍ୟ ଦେଇଛନ୍ତି,‘ମେଲୋନି ସ୍ପାନିସ୍, ଫରାସୀ, ଇଂରାଜୀ, ଜର୍ମାନ ଏବଂ ଇଟାଲୀୟ ଭାଷା କହିପାରନ୍ତି, କିନ୍ତୁ ସେ ଏଥିମଧ୍ୟରୁ କୌଣସି ଭାଷାରେ ନିବେଦନ କରନ୍ତି ନାହିଁ। ସେ ଜଣେ ଦୃଢ଼ ଇଚ୍ଛାଶକ୍ତି ବିଶିଷ୍ଟ ମହିଳା, ଦେଖାଣିଆ ନୁହଁନ୍ତି।’
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଟିଭି ଚ୍ୟାନେଲକୁ କହିଥିଲେ ଯେ ଇଟାଲୀ ପ୍ରଧାନମନ୍ତ୍ରୀ G7 ଶିଖର ସମ୍ମିଳନୀରେ ତାଙ୍କ ସହିତ ଫଟୋ ଉଠାଇବାକୁ ନିବେଦନ କରିଥିଲେ, ଜିଓର୍ଜିଆ ମେଲୋନି ତାଙ୍କ ଦାବିକୁ ଖଣ୍ଡନ କରି କହିଥିଲେ ଯେ ଏହା‘ ସମ୍ପୂର୍ଣ୍ଣ ଭାବରେ ମନଗଢା।’ ଇଟାଲୀର La7 ଟିଭି ଚ୍ୟାନେଲ ସହିତ ଏକ ସଂକ୍ଷିପ୍ତ ସାକ୍ଷାତକାରରେ, ଟ୍ରମ୍ପ କହିଥିଲେ ଯେ ମେଲୋନି ତାଙ୍କ ସହିତ ଫଟୋ ଉଠାଇବାକୁ ବହୁତ ଆଗ୍ରହୀ ଥିଲେ। ସେ ଆହୁରି କହିଥିଲେ ଯେ ସେ ଫଟୋ ପାଇଁ ପୋଜ୍ ଦିଅନ୍ତି ନାହିଁ, କିନ୍ତୁ ତାଙ୍କୁ ମେଲୋନି ପାଇଁ ଦୁଃଖ ଲାଗୁଛି।
ଟ୍ରମ୍ପଙ୍କ ଏହି କଥାର ମଧ୍ୟ କଡା ଜବାବ୍ ଦେଇଛନ୍ତି ମୋଲାନି। ମେଲୋନି ଟ୍ରମ୍ପଙ୍କ ମନ୍ତବ୍ୟକୁ ଖାରଜ କରି କହିଥିଲେ ଡୋନାଲ୍ଡ ଟ୍ରମ୍ପଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ଭାବରେ କପୋଳକଳ୍ପିତ, ମୁଁ ପ୍ରକୃତରେ ଆଶ୍ଚର୍ଯ୍ୟ। ମୁଁ ବୁଝିପାରୁନାହିଁ ଯେ ଆମେରିକାର ରାଷ୍ଟ୍ରପତି ତାଙ୍କ ନିଜ ସହଯୋଗୀମାନଙ୍କ ପ୍ରତି ଏପରି କାହିଁକି ବ୍ୟବହାର କରନ୍ତି। ଏଭଳି ପ୍ରଥମ ଥର ନୁହେଁ। ମୁଁ କେବଳ ଏତିକି କହିବି ସେ ପଶ୍ଚିମ ଓ ଆମେରିକାର ଶତ୍ରୁଙ୍କ ମାମଲାରେ ବେଶି ଦୃଢତା ଦେଖାନ୍ିତ ନାହିଁ, ବର ସେହି ନେତାଙ୍କ ପ୍ରତି ଅଧିକ ନରମ ମନୋଭାବ ଗ୍ରହଣ କରନ୍ତି। ମୁଁ ଏବଂ ଇଟାଲୀ କେବେ କାହା ଆଗରେ ମୁଣ୍ଡ ନୁଆଁଇ ନାହୁଁ।