ଢାକା,୨୦।୬: ଜୟ ଶ୍ରୀ ରାମ ନାରାରେ କମ୍ପିଲା ବାଂଲାଦେଶ। ଭଗବାନ ରାମଙ୍କ ସର୍ବୋଚ୍ଚ ପ୍ରତିମା ନିର୍ମାଣ ନେଇ ମୁସଲିମ୍ ମୌଳବାଦୀଙ୍କ ଧମକ ପ୍ରତିବାଦରେ ଶୁକ୍ରବାର ଢାକାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଋଣହୁଁଙ୍କାର। ଏକାଠି ହେଲେ ହଜାର ହଜାର ହିନ୍ଦୁ। ‘ଜୟ ଶ୍ରୀ ରାମ’ ନାରା ଦେଇ ଆରମ୍ଭ କଲେ ମଶାଲ ଶୋଭାଯାତ୍ରା। ପ୍ରଭୁ ରାମଙ୍କ ପ୍ରତିମାକୁ ଅପମାନିତ କରିଥିବା ଇସଲାମିକ କଟ୍ଟରପନ୍ଥୀଙ୍କ ହୋଇଛି ତୁରନ୍ତ ଗିରଫ  ଦାବି। ଏହା ସହ ୭୨ ଘଣ୍ଟାର ଅଲ୍ଟିମେଟମ୍ ଦେଇଛି ହିନ୍ଦୁ ସଂଗଠନ। ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ବାଂଲାଦେଶର ସମସ୍ତ  ୬୪ ଜିଲ୍ଲାରେ ତିଆରି ହେବ ରାମ ମନ୍ଦିର।

ବାଂଲାଦେଶରେ ହିନ୍ଦୁ ସଂଗଠନର ବିଶାଳ ପ୍ରତିବାଦ। ଭଗବାନ ରାମଙ୍କ ୮୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣକୁ ବିରୋଧ କରୁଥିବା ମୁସଲମାନ ମୌଳବାଦୀଙ୍କ ହୀନ ଉଦେଶ୍ୟକୁ ଶକ୍ତ ଚାପୁଡା। ରାଜଧାନୀ ଢାକାରେ ଏକାଠି ହେଲେ ହଜାର ହଜାର ବିକ୍ଷୋଭକାରୀ। ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ପୁରା ବାଂଲାଦେଶ। ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣକୁ ବିରୋଧ କରୁଥିବା ଲୋକଙ୍କୁ ତୁରନ୍ତ ଗିରଫ କରି ସଜା ଦେବାକୁ ହୋଇଛି ଦାବି। ଉତ୍ତର ଗାଇବନ୍ଧା ଜିଲ୍ଲାର ପଳାଶବାରିରେ ଭଗବାନ ରାମଙ୍କ ପ୍ରତିମା ନିର୍ମାଣ ବନ୍ଦ ହେବାର କିଛି ଦିନ ପରେ ଏହି ଉତ୍ତେଜନା ଦେଖାଦେଇଛି। ପଳାଶବାରିରେ ଏକ ମନ୍ଦିର ପରିସରରେ ପ୍ରଭୂ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ତିଆରି ଚାଲିଥିଲା। ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ବି ସମାପ୍ତ ହୋଇଛି। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୨୨ କୋଟି ବାଂଲାଦେଶୀ ଟାକା। ଏଥିରେ ଭଗବାନ କୃଷ୍ଣଙ୍କ ୫୦ଫୁଟ ଏବଂ ଶିବଙ୍କ ୩୦ଫୁଟ ଉଚ୍ଚ ପ୍ରତିମା ରହିଛି। ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର କମିଟିର ସଭାପତି ହରିଦାସ ଚନ୍ଦ୍ର ଦାସ କହିଛନ୍ତି   ଇସଲାମିକ ଗୋଷ୍ଠୀମାନେ ତାଙ୍କୁ ଲଗାତାର ଧମକ ଦେଉଥିଲେ। ଏହା ସହ ପ୍ରୋଜେକ୍ଟରେ ସାମିଲ ଲୋକଙ୍କୁ ଧମକ ଦେବା ପରେ ବନ୍ଦ ହୋଇଯାଇଥିଲା କାମ। ଏପରିକି ଜଣେ ଇସଲାମିକ୍ ମୌଳବାଦୀ ମଧ୍ୟ ମୂର୍ତ୍ତି ଭାଙ୍ଗିବାକୁ ଧମକ ମଧ୍ୟ ଦେଇଥିଲେ।

ଏହାକୁ ବିରୋଧ କରି ରାଜଧାନୀ ଢାକାରେ ହିନ୍ଦୁ ସଂଗଠନ ଏବଂ ଛାତ୍ରମାନେ ଏକାଠି ହୋଇଥିଲେ। ଶାହବାଗ ସ୍କୋୟାରରୁ ଜାତୀୟ ପ୍ରେସ୍ କ୍ଲବ ପର୍ଯ୍ୟନ୍ତ ବାହାରି ଥିଲା ଶୋଭାଯାତ୍ରା । ହିନ୍ଦୁ ମହାଜୋତ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଏହି ବିକ୍ଷୋଭ କାର୍ଯ୍ୟକ୍ରମ।  ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତିକୁ ଅପବିତ୍ର କରିଥିବା ଲୋକଙ୍କୁ ତୁରନ୍ତ ଗିରଫ ଏବଂ ସଂଖ୍ୟାଲଘୁଙ୍କ ହୋଇଥିଲା ସୁରକ୍ଷା ଦାବି। ଏହି ସମୟରେ ପୋଲିସ ପ୍ରଦର୍ଶନକାରୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲା। ତେବେ ସେତେବେଳେ ଦୁଇପକ୍ଷ ମଧ୍ୟରେ ବେଳେ ଦେଖିବାକୁ ମିଳିଥିଲା ସଂଘର୍ଷ। 

ଚଳିତ ମାସ ଗାଇବନ୍ଧାରେ ଇସଲାମିକ ମୌଳବାଦୀମାନେ ମୂର୍ତ୍ତି ନିର୍ମାଣ ବିରୋଧରେ ପ୍ରତିବାଦ କରିଥିଲେ। ଏହି ସମୟରେ, ଭଗବାନ ରାମଙ୍କ ଫଟୋ ଉପରେ ଜୋତା ରଖି ସେମାନେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିଲେ। ଏ ନେଇ ଏକ ମାମଲା ମଧ୍ୟ  ରୁଜୁ ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।  ତାରିକ ରହମାନଙ୍କ ସରକାର ନିଷ୍କ୍ରିୟତାକୁ ବିରୋଧ କରିଛି ହିନ୍ଦୁ ସଂଘଠନ। ଏହା ସହ ଅଭିଯୁକ୍ତଙ୍କୁ  ଗିରଫ ପାଇଁ ୭୨ ଘଣ୍ଟାର ଦେଇଛି ଅଲଟିମେଟମ୍ । ଯଦି ସରକାର ଦାବି ପୂରଣ ନକରନ୍ତି ଏବଂ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ଅନୁମତି ନମିଳେ , ତେବେ ବାଂଲାଦେଶର ୬୪  ଜିଲ୍ଲାରେ  ରାମ ମନ୍ଦିର ନିର୍ମାଣ କରିବେ। ଏହା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି କହିଛି ହିନ୍ଦୁ ସଂଗଠନ।

ଆହୁରି ପଢନ୍ତୁ :Pakistan Bomb Blast : ବିସ୍ଫୋରଣରେ ଥରିଲା ପାକିସ୍ତାନ: ରିମୋଟ୍-କଣ୍ଟ୍ରୋଲରେ ଲଗାତାର ଦୁଇ ଥର ବ୍ଲାଷ୍ଟ , ୭ ମୃତ