ନୂଆଦିଲ୍ଲୀ - ଅଭିନେତାରୁ ନେତା ଓ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିବା ଥଲାପତି ବିଜୟ ଏହି ସମୟରେ ନିଜର ନୂଆ ସରକାରକୁ ଗତିଶୀଳ କରିବାରେ ଲାଗି ପଡ଼ିଛନ୍ତି। କିନ୍ତୁ ଅନେକ ଥର ସମର୍ଥକ କିଛି ଏମିତି କାମ କରି ଦିଅନ୍ତି, ଯେଉଁଥିରେ ବିରୋଧୀ ନେତାଙ୍କୁ ହମଲା କରିବାର ସୁଯୋଗ ମିଳିଯାଏ। ଠିକ୍ ଏମିତି ହିଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସହ ହୋଇଛି। ପୂର୍ବତନ ବିଜେପି ନେତା ଅନ୍ନାମଲାଇ ରାଜ୍ୟର ଏକ ସରକାରୀ ସ୍କୁଲର ଭିଡିଓ ସେୟାର କରିଛନ୍ତି। ଏଥିରେ ବିଜୟଙ୍କ ପାର୍ଟି ତମିଲଝା ଭେତ୍ରୀ କଡଗମ (ଟିଭିକେ)ର ୨୦ରୁ ଅଧିକ କର୍ମକର୍ତ୍ତା କ୍ଲାସ ଚାଲୁଥିବା ବେଳେ ଭିତରକୁ ପଶୁଛନ୍ତି ଏବଂ ବିଜୟଙ୍କର ଫଟୋ ଲଗାଉଛନ୍ତ। ଏହି ଭିଡିଓର କ୍ୟାପସନରେ ଅନ୍ନାମଲାଇ ଏହି କର୍ମକର୍ତ୍ତାଙ୍କ ଉପରେ ବିରକ୍ତି ହେବାର ନଜର ଆସୁଛି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ କରାଯାଇ ଥିବା ଏକ ପୋଷ୍ଟରେ ଅନ୍ନାମଲାଇ ଏହି ଘଟଣାକୁ ସମାଲୋଚନା କରିବା ସହ ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକର ସାମ୍ନାରେ ଥିବା ସମସ୍ୟାକୁ ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ ସେ ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନଙ୍କୁ ସରକାରୀ ସ୍କୁଲ ଗୁଡ଼ିକ ଉପରେ ଧ୍ୟାନ ଦେବାକୁ ଅପିଲ କରିଛନ୍ତି। ସେ ଟିଭିକେ କାର୍ଯ୍ୟକର୍ତ୍ତାଙ୍କୁ ଟାର୍ଗେଟ୍ କରି କହିଛନ୍ତି , ଯଦି ଟିଭିକେର କର୍ମକର୍ତ୍ତା ଏମିତି କାର୍ଯ୍ୟ କରନ୍ତି,ତ ଏହା କେବଳ ସରକାରୀ ସ୍କୁଲ ଗୁଡ଼ିକର ସ୍ଥିତିକୁ ଆହୁରି ଅଧିକ ଖରାପ କରିବ। ହେଲେ ଅନ୍ନାମଲାଇ କହିଛନ୍ତି ଯେ, ତାଙ୍କର ଆଶା ଯେ, ମୁଖ୍ୟମନ୍ତ୍ରୀ ବିଜୟ ଏହିପରି କାର୍ଯ୍ୟକୁ ସମର୍ଥନ କରିବେ ନାହିଁ।
காஞ்சிபுரம் மாவட்டம் உத்திரமேரூர் அருகே, ஒரு அரசுப் பள்ளி வகுப்பறையில், சுமார் 20க்கும் மேற்பட்ட தவெகவினர் சென்று, முதலமைச்சர் திரு @TVKVijayHQ அவர்கள் புகைப்படத்தை வகுப்பறை சுவரில் மாட்டி, ரீல்ஸ் எடுத்து வெளியிட்டுள்ளனர்.
— K.Annamalai (@annamalai_k) June 20, 2026
கடந்த ஐந்து ஆண்டு கால ஆட்சியில், அரசுப் பள்ளிகளுக்கு… pic.twitter.com/63j9RDS1dC
ପୂର୍ବତନ ବିଜେପି ନେତା ଅନ୍ନାମଲାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟ ଓ ଶିକ୍ଷା ମନ୍ତ୍ରୀଙ୍କୁ ଏମିତି ଘଟଣା ଗୁଡ଼ିକୁ ରୋକିବାକୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି , ଆମେ ମୁଖ୍ୟମନ୍ତ୍ରୀ ଓ ସ୍କୁଲ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ କି, ସେ ତାଙ୍କର ଦଳର ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ, ଏହିପରି ଘଟଣା ପୁନର୍ବାର ନହେଉ।
ସୂଚନା ଯେ, ଭାରତୀୟ ଜନତା ପାର୍ଟିରେ ପ୍ରାୟ ଅଧା ଦଶକ ପର୍ଯ୍ୟନ୍ତ ରହିଥିବା ପୂର୍ବତନ ଆଇପିଏସ ଅଫିସର ଅନ୍ନାମଲାଇ ବିଧାନସଭା ନିର୍ବାଚନ ପରେ କେନ୍ଦ୍ରରେ ଥିବା ଦଳ ଠାରୁ ଓହରି ଯାଇ ଥିଲେ। ଏହାପରେ ସେ ତାମିଲନାଡୁ ସ୍ତରରେ ନିଜର ନୂଆ ରାଜନୀତିକ ୟୁନିଟ୍ ଆରମ୍ଭ କରିବାକୁ ପ୍ରୟାସ କରିଛନ୍ତି। ତାମିଲନାଡୁରେ ବିଜେପିର ଭୋଟ୍ ବ୍ୟାଙ୍କକୁ ଐତିହାସିକ ସ୍ତର ପର୍ଯ୍ୟନ୍ତ ନେଇଯିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଅନ୍ନାମଲାଇ ଏବେ ୨୦୩୧ର ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି କରୁଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : Temple Donation Box : ମନ୍ଦିରର ଦାନବାକ୍ସରୁ ମିଳିଲା ୨୦ ଟଙ୍କିଆ ନୋଟ୍, ଶାଶୂଙ୍କ ମୃତ୍ୟୁ ପାଇଁ କରିଥିଲେ ପ୍ରାର୍ଥନା