ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗରିବ ଲୋକଙ୍କୁ ମିଳୁନି ଲଘୁ ଜଙ୍ଗଲଜାତ ଦ୍ରବ୍ୟର ଉଚିତ୍ ମୁଲ୍ୟ

Published By : Gurupada Nath | June 3, 2025 6:26 PM

ମାଣତ୍ରୀ,୩/୬ : ଶାଳ ମଞ୍ଜିକୁ ପରିବାରର ୪ -୫ସଦସ୍ୟ ଛୁଆ ପିଲା ମିଶି ଦିନ ଯାକ ପ୍ରାୟ ୧୦ରୁ ୧୫କେଜି ସଂଗ୍ରହ କରିପାରନ୍ତି । ଯାହାର ମୁଲ୍ୟ କେଜି ପିଛା ମାତ୍ର ୭ଟଙ୍କା, ଏମିତି ହିସାବ କରିବା ଯଦି ଗୋଟେ ପରିବାର ଦିନକୁ ମାତ୍ର ୭୦ଟଙ୍କାରୁ ୧୦୫ଟଙ୍କା ଲେଖାଏଁ ମିଳୁଛି, କିନ୍ତୁ ପରିଶ୍ରମ କରୁଛନ୍ତି ୫ଜଣ । ଲଘୁ ଜଙ୍ଗଲଜାତ ଦ୍ରବ୍ୟର ଏହା ହେଉଛି ମୂଲ୍ୟ । ସରକାରୀ ସଂସ୍ଥା ତ କେହି କିଣୁ ନାହାନ୍ତି । ବେପାରୀମାନେ ନିଜ ଇଛାରେ ଦର ନିର୍ଦ୍ଧାରଣ କରି ତାକୁ ନେଉଛନ୍ତି । ମୟୂରଭଞ୍ଜର ବନବାସୀ ଓ ଆଦିବାସୀମାନେ ଏମିତି ଶୋଷଣର ଶିକାର ହୋଇ ଚାଲିଛନ୍ତି । 

୨୦୧୪ରେ କେନ୍ଦ୍ର ସରକାର ଲଘୁ ଜଙ୍ଗଲଜାତ ଦ୍ରବ୍ୟର କ୍ରୟ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ମାତ୍ର ବଡ଼ ସାହି, ବେତନଟୀ ଅଞ୍ଚଳରେ ଲଘୁ ଜଙ୍ଗଲଜାତ ଦ୍ରବ୍ୟ କିଣୁଥିବା ସରକାରୀ ସଂସ୍ଥାର କୌଣସି ଅଫିସ୍ ନାହିଁ। ଏବେ ଚାର ମଞ୍ଜି, ଶାଳ ମଞ୍ଜି, କଚଡ଼ା ମଞ୍ଜି, ମହୁଲ ଫୁଲ, କୁସୁମ ମଞ୍ଜି, ବଉଳ ମଞ୍ଜି ଉତ୍ପାଦନର ସମୟ ଅଟେ । ଶାଳ ମଞ୍ଜିରେ ତୈଳ ଅଂଶ ରହିଥିବାରୁ ବନସ୍ପତି ପ୍ରସ୍ତୁତ ପାଇଁ ଏହାର ଯଥେଷ୍ଟ ଚାହିଦା ରହିଛି । ବାହାର ରାଜ୍ୟରେ ଶାଳ ମଞ୍ଜିର ଭଲ ଦର ରହିଛି। ହେଲେ ଗାଁରେ ଗୋଟିଏ ପରିବାରର ୫ଜଣ ମିଶି ଶାଳ ମଞ୍ଜି ଗୋଟାଇ ସେଗୁଡିକୁ ଛଡ଼ାଇ ସଫା କରି ପ୍ରସ୍ତୁତ କରିବାବେଳକୁ ଏହା ୧୦କେଜି ଶାଳ ମଞ୍ଜିରୁ ୭/୮କେଜି ମଞ୍ଜି ହୋଇଥାଏ । ଆଉ ବେପାରୀମାନେ ଏହାର ମୂଲ୍ୟ ମାତ୍ର କିଲୋ ପ୍ରତି ୭ଟଙ୍କାରେ କିଣି ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି ଲୋକମାନେ । 

ସେମାନେ ସକାଳୁ ସକାଳୁ ବାହାରି ଯାଇ ଦିନ ତମାମ୍ ଖରା ଓ ଗୁଳୁ ଗୁଳିରେ ମଞ୍ଜି ସଂଗ୍ରହ କରିଥାନ୍ତି । ଏହା ପରେ ମଞ୍ଜିକୁ ପୋଡ଼ି ପିଚୁ ରାସ୍ତାରେ ସଫା କରିବା ପରେ ସେମାନେ ପ୍ରାୟ ଦିନକୁ ୧୦ରୁ ୧୫କେଜି ପ୍ରସ୍ତୁତ କରିପାରନ୍ତି। ଏହାର ପ୍ରତିବଦଳରେ ଦିନକୁ ସେମାନେ ମାତ୍ର ୭୦ରୁ ୧୦୫ଟଙ୍କା ପାଆନ୍ତି । ସେହିଭଳି ପାଚିଲା ଟୁଲ ମଧ୍ୟରୁ ମଞ୍ଜିକୁ କାଢିବା ପରେ ସେ ଗୁଡ଼ିକୁ ଧୋଇ ଶୁଖାଇ ଥାଆନ୍ତି । ଶୁଖିବା ପରେ ସେ ଗୁଡ଼ିକୁ ପଥରରେ ଫଟାଇ ତା ମଧ୍ୟରେ ଥିବା ମଞ୍ଜିକୁ କାଢିଥାନ୍ତି । ଏହି ମଞ୍ଜି ସଂଗ୍ରହରେ ପରିବାରର ସମସ୍ତେ ସାମିଲ ହୋଇଥାନ୍ତି। ଏହି ମଞ୍ଜିରୁ ପ୍ରଚୁର ତେଲ ମିଳିଥାଏ I ଯାହାକୁ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତଠାରୁ ଆରମ୍ଭ କରି ଦେହରେ ଲଗାଇବା ପର୍ଯ୍ୟନ୍ତ । ତେଣୁ ଲୋକମାନେ ଏହାକୁ ବିକ୍ରି ନ କରି ଟୁଲକୁ ପେଡ଼ିଆଣି ନିଜେ ବ୍ୟବହାର କରୁଛନ୍ତି । ଫଳରେ ସେମାନେ ସୁସ୍ଥ ରହିବା ସହ ବଜାରର ମିଶ୍ରିତ ତେଲ ବ୍ୟବହାରଠାରୁ ଦୂରେଇ ରୁହନ୍ତି ବୋଲି କରୁଣାକର ମହାନ୍ତ କହିଛନ୍ତି । ଏହି ତେଲ କୋଲକାତା ମାର୍କେଟରେ ବହୁ ଚଢ଼ା ଦରରେ ବିକ୍ରି ହେଉଛି ବୋଲି ବେପରିମାନେ କୁହନ୍ତି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.