ପ୍ରମୁଖ ଖବର
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଜେଲରେ ବନ୍ଦୀଥିବା ନେତା ମାନେ ମତଦାନ କରିପାରିବେ କି ? ଜାଣନ୍ତୁ କ’ଣ କହୁଛି ସାମ୍ବିଧାନିକ ନିୟମ...

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏହି ସମୟରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯୁଦ୍ଧ ଚାଲିଛି । ହେଲେ ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବହୁ ବିରୋଧୀଦଳ ନେତା ଜେଲରେ ଅଛନ୍ତି । ତାଙ୍କ ସମର୍ଥକଙ୍କ ମଧ୍ୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ, ସେମାନେ କ’ଣ ଜେଲରୁ ଭୋଟ୍ ଦେଇ ପାରିବେ କି ଏହାର ଉତ୍ତର ଜାଣିବା, ହେଲେ ଏହା ପୂର୍ବରୁ ଆସନ୍ତୁ ଜାଣିବା କେଉଁ କେଉଁ ନେତାମାନେ ଜେଲରେ ଅଛନ୍ତି,ଯେଉଁ ମାନଙ୍କ ପାଇଁ ଚର୍ଚ୍ଚା ହେଉଛି । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିକ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ସେମାନଙ୍କ କିଛି ଘନିଷ୍ଠ ବ୍ୟକ୍ତିଙ୍କ ସମେତ ଅନେକ ନେତା ଜେଲରେ ଅଛନ୍ତି । ଅନ୍ୟପକ୍ଷରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଜେଲରେ ଅଛନ୍ତି ।

ଏଭଳି ପରିସ୍ଥିତିରେ ଏହି ସମସ୍ତ ନେତାଙ୍କୁ ନେଇ ଚର୍ଚ୍ଚା ଏବଂ ପ୍ରଶ୍ନ ଉଠୁଛି ଯେ, କ’ଣ ଏହି ନେତାମାନେ ମତଦାନ କରିପାରିବେ କି ? ହଁ...ଏହି ସମସ୍ତ ନେତାଙ୍କ ଉପରେ ଭୋଟ୍ ଦେବା ଉପରେ ନିୟମ ରହିଛି, ଯାହାକି ଯେକୌଣସି ସାଧାରଣ କଏଦୀଙ୍କ ପାଇଁ ସମାନ । ଭାରତରେ ଜେଲରେ ବନ୍ଦୀ ଥିବା କୌଣସି ନାଗରିକଙ୍କୁ ଭୋଟ୍ ଦେବାର ଅଧିକାର ନାହିଁ । ଏଥିପାଇଁ ଏକ ଉପଯୁକ୍ତ ନିୟମ ଅଛି ଏବଂ ଏହା କାହିଁକି ବୋଲି ଆଇନରେ ମଧ୍ୟ ବର୍ଣ୍ଣନା କରାଯାଇଛି । 

ଭାରତରେ ଜେଲରେ ବନ୍ଦୀ ଥିବା ଜଣେ ଅଭିଯୁକ୍ତଙ୍କୁ ଭୋଟ୍ ଦେବାର ଅଧିକାର ନାହିଁ । ପ୍ରତିନିଧୀତ୍ବ ଅଧିନିୟମ 1951 ର ଧାରା 62 (5) ଅନୁଯାୟୀ ଏହା ନିର୍ଦ୍ଧାରିତ କରାଯାଇଛିଯେଉଁଥିରେ ଦର୍ଶାଯାଇଛି ଯେ ନ୍ୟାୟିକ ହେପାଜତ କିମ୍ବା ଜେଲରେ ଥିବା କୌଣସି ବ୍ୟକ୍ତି ମତଦାନ କରିବାକୁ ଯୋଗ୍ୟ ହେବେ ନାହିଁ । ଏଥ୍ ସହ ପୋଲିସ୍ ହେପାଜତରେ ରଖାଯାଇଥିବା ଲୋକଙ୍କୁ ମଧ୍ୟ ଭୋଟ୍ ଦେବାକୁ ଅନୁମତି ଦିଆଯାଇ ନାହିଁ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.