ପ୍ରମୂଖ ଖବର

ବିଜେପିର ‘ମିଶନ୍‌ ଓଡ଼ିଶା': ଗୋଟିଏ ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ହେଭିଓ୍ବେଟ୍

ଭୁବନେଶ୍ୱର,୦୭/୦୬: ବିଜେପି ଆରମ୍ଭ କରିଛି  ‘ମିଶନ୍‌ ଓଡ଼ିଶା’ । ଏ ନେଇ ଜଣକ ପରେ ଜଣେ  କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ଓଡ଼ିଶା ଗସ୍ତ । ମେ ୧୩ ତାରଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ଏଥିପାଇଁ ଆସନ୍ତା ୮ତାରିଖରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।  ଶ୍ରୀ ସିଂ ରାୟଗଡ଼ା  ଗସ୍ତ କରିବେ । ସେହିଦିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନବରଙ୍ଗପୁରର ତିନୋଟି ସ୍ଥାନରେ ସଭା କରିବେ। 

ଆସନ୍ତା ୯ରେ କେନ୍ଦ୍ର ସଡକ ପରିବହନମନ୍ତ୍ରୀ ନୀତିନ ଗଡ଼ ଓଡ଼ିଶା ଆସିବେ । ସେ ପୁରୀ କୃଷ୍ଣ ପ୍ରସାଦରେ  ବିରାଟ ସମାବେଶ କରିବେ।ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ମଧ୍ୟ ଓଡ଼ିଶା ଆସିବେ ମାଲକାନଗିରି,ଚିତ୍ରକୁଣ୍ଡା ଓ ଖଲ୍ଲିକୋଟ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସିବେ । ଭୁବନେଶ୍ୱରରେ ରୋଡ୍‌ ସୋ କରିବେ ।  ଏ ନେଇ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି  ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ୧୨ରେ ପୁଣି ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ ।ସେହିଭଳି ଓଡିଶାରେ ଷ୍ଟାର ପ୍ରଚାରକ ଭାବେ ହେମା ମାଳିନୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ।

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.