ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଉ ନିର୍ବାଚନ ଲଢିବେନି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ, ମତଦାନ ପରେ ଗଣମାଧ୍ୟମକୁ କହିଲେ ଏହା ମୋ ଜୀବନର ଶେଷ ନିର୍ବାଚନ...

ନୂଆଦିଲ୍ଲୀକଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଆଜି (ମଙ୍ଗଳବାର) ଏକ ବଡ଼ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନ ସମୟରେ ଭୋଟ୍ ଦେବା ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି, ଯାହାକି ତାଙ୍କ ସମର୍ଥକଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିଗି ରାଜା ଭାବରେ ଜଣାଶୁଣା କଂଗ୍ରେସ ନେତାଙ୍କ ଏହା ଶେଷ ନିର୍ବାଚନ ବୋଲି ସେ ଘୋଷଣା କରିଛନ୍ତି। ସୂଚନାଥାଉକି ଯେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଧ୍ୟପ୍ରଦେଶର ୯ ଟି ଆସନରେ ଭୋଟ୍ ଗ୍ରହଣ ହେଉଛି । ଏହି ଆସନ ମଧ୍ୟରୁ ଗୋଟିଏ ହେଉଛି ରାଜଗଡ, ଯାହାକି ଦିଗବିଜୟ ସିଂଙ୍କ ଗଡ଼ ବୋଲି ବିବେଚନା କରାଯାଏ ।

ବାସ୍ତବରେ, ଲୋକସଭା ନିର୍ବାଚନ ସମୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ତାଙ୍କ ମତଦାନ ବୁଥରେ ମତଦାନ କରିଥିଲେ। ଏହା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଏକ ବଡ ଘୋଷଣା କରିଥିଲେ। ସେ କହିଛନ୍ତି ଯେ, ଏହା ମୋର ଶେଷ ନିର୍ବାଚନ । କାରଣ ମୋର ବୟସ ୭୭ ବର୍ଷ।  ଆଗାମୀ ନିର୍ବାଚନ ବେଳକୁ ମୋତେ ୮୨ ବର୍ଷ ହୋଇଥିବ । ସେହି ବୟସରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ସମ୍ଭବ ନୁହେଁ । ମୁଁ ଭାବୁଛି ବର୍ତ୍ତମାନ ନୂଆ ଲୋକଙ୍କୁ ସୁଯୋଗ ମିଳିବା ଉଚିତ୍ । 



ମଧ୍ୟପ୍ରଦେଶର ରାଜଗଡରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରୋଡମଲ ନାଗରଙ୍କ ସହ ଦିଗବିଜୟ ସିଂଙ୍କ ପ୍ରତିଯୋଗିତା ହେଉଛି  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.