ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ମେ' ୧୫ରୁ ସିୟୁଇଟି ୟୁଜି ପରୀକ୍ଷା, ସିବିଟି ମୋଡ୍‌ରେ ହେବ ପରୀକ୍ଷା

ଭୁବନେଶ୍ୱର,୦୭/୦୫: ମେ ୧୫ରୁ ଆରମ୍ଭ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା  (ସିୟୁଇଟି) ୟୁଜି । ଏନେଇ ସଂପୂର୍ଣ୍ଣ ପରୀକ୍ଷାସୂଚୀ  ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି ।  ମେ ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ସିୟୁଇଟି ୟୁଜି  ପରୀକ୍ଷା ହେବ । ତେବେ ୧୫, ୧୬, ୧୭ ଏବଂ ୧୮  ତାରିଖ ପାଇଁ ପରୀକ୍ଷା କେନ୍ଦ୍ର ଜାରି କରାଯାଇଛି ।  ଏହି ପରୀକ୍ଷା କେନ୍ଦ୍ରରେ ପେନ୍‌ ଆଣ୍ଡ ପେପର  ମୋଡ୍‌ରେ ପରୀକ୍ଷା କରାଯିବ । ୨୧, ୨୨ ଏବଂ ୨୪  ତାରିଖରେ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି)  ହେବ । ୬୩ଟି ପେପର ପାଇଁ ପରୀକ୍ଷା ହେବ ।  ଆକାଉଣ୍ଟାନ୍ସି, ଅର୍ଥନୀତି, ଫିଜିକ୍ସ, କମ୍ପ୍ୟୁଟର ସାଇନ୍ସ,  ଇନଫର୍ମମେସନ ପ୍ରାକ୍ଟିସେସ୍‌, କେମେଷ୍ଟ୍ରି, ଗଣିତ  ଏବଂ ଜେନେରାଲ ଟେଷ୍ଟର ସମୟସୀମା ୬୦ ମିନିଟ୍‌  ରହିବ । ବାକି ସମସ୍ତ ବିଷୟର ପରୀକ୍ଷା ୪୫ ମିନିଟ୍‌  ହେବ । ମେ ୧୫ରେ କେମେଷ୍ଟ୍ରି, ବାୟୋଲୋଜି,  ଇଂରାଜୀ, ଜେନେରାଲ ଟେଷ୍ଟ, ୧୬ ତାରିଖରେ  ଅର୍ଥନୀତି ହିନ୍ଦୀ, ଫିଜିକ୍ସ, ଗଣିତ ପରୀକ୍ଷା ହେବ ।  ୧୭ ତାରିଖରେ ଭୂଗୋଳ, ଶାରିରୀକ ଶିକ୍ଷା, ବିଜିନେସ୍‌  ଷ୍ଟଡିଜ୍‌, ଆକାଉଣ୍ଟାନ୍ସି, ୧୮ରେ ଇତିହାସ, ରାଜନୀତି  ବିଜ୍ଞାନ, ସୋସିଓଲୋଜି, ୨୧ରେ ଓଡ଼ିଆ, ସମେତ  ବିଭିନ୍ନ ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ, ଫାଇନ୍‌  ଆର୍ଟସ୍‌, ସଂସ୍କୃତ, ମନସ୍ତତ୍ତ୍ୱ ବିଜ୍ଞାନ ଏବଂ ଫ୍ୟାସନ  ଷ୍ଟଡିଜ୍‌ରେ ପରୀକ୍ଷା ହେବ । ୨୨ରେ କମ୍ପ୍ୟୁଟର  ସାଇନ୍ସ, ସଂସ୍କୃତ, ଏଣ୍ଟରପ୍ରିନ୍ୟୁୟୋରସିପ୍‌, ହୋମ  ସାଇନ୍ସ, ଟିଚିଂ ଆପ୍ଟିଚୁଡ୍‌, ୨୪ରେ ମାସ୍‌ ମିଡିଆ,  ଟୁରିଜିମ୍‌ ଆଦି ବିଭିନ୍ନ ବିଷୟରେ ପରୀକ୍ଷା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.