ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ସଞ୍ଜ ନଁଇଲେ ନିଶାଡ଼ିଙ୍କ କବଜାରେ ସ୍କୁଲ୍, ୪ ଶିକ୍ଷୟତ୍ରୀଙ୍କ ଦାୟିତ୍ୱରେ ୧୨୦ ଛାତ୍ରଛାତ୍ରୀ

Published By : Prameya | April 23, 2025 1:59 PM

କଟକରୋଡ଼, ୨୩/୦୪ : ସଂଜ ନଁଇଲେ ନିଶାସକ୍ତଙ୍କ କବ୍‌ଜାରେ ବିଦ୍ୟାଳୟ। ମାତ୍ର ୪ ଶିକ୍ଷୟତ୍ରୀଙ୍କ ଦାୟିତ୍ୱରେ ୧୨୦ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା । ସେଥିମଧ୍ୟରୁ ଜଣେ ଟ୍ରେନିଂରେ ଯିବା ଫଳରେ ସଂଖ୍ୟା କମିଛି । ବିଦ୍ୟାଳୟ ପରିସରରେ ଏକାଧିକ କୋଠାରୀ ଥିବା ସ୍ଥଳେ ଶିକ୍ଷକଙ୍କ ଅଭାବ ନେଇ ସମସ୍ତ ଶ୍ରେଣୀଗୃହ କାର୍ଯ୍ୟକ୍ଷମ ହୋଇପାରୁନି । ପିଅନ,ଜଗୁଆଳୀ ନ ରହିବା ଅସାମାଜିକଙ୍କୁ ସୁହାଇଛି । ଏଭଳି ଏକାଧିକ ପ୍ରସଙ୍ଗ ଘେରରେ ରହିଛି ୧୯୫୮ ମସିହାରେ ରାଜଧାନୀର ବୁଦେ୍ଧଶ୍ୱରୀ କଲୋନୀ ଅଂଚଳରେ ସ୍ଥାପିତ ହୋଇଥିବା ଷ୍ଟେସନ ବଜାର ସରକାରୀ ଉପ୍ରା ବିଦ୍ୟାଳୟ । ୬୭ ବର୍ଷର ଏକ ପୁରାତନ ସ୍କୁଲ ଅବ୍ୟବସ୍ଥାରେ ଛନ୍ଦି ହେବା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ସମସ୍ତେ ବଢିବେ,ସମସ୍ତେ ପଢିବେ ଭଳି ସରକାକଙ୍କ ଗୁରୁତ୍ୱପୂର୍ଣ୍ଣ ଆଶାର ବାର୍ତ୍ତା ଯେଭଳି ଏଠାରେ ଦିଶାହୀନ ହେବା ଭଳି ହୋଇଛି । ଦୀର୍ଘଦିନରୁ ଶିକ୍ଷକଙ୍କ ଅଭାବ ଏଠାରେ ଶିକ୍ଷାଦାନରେ କ୍ରମାଗତ ବ୍ୟାଘାତ ସୃଷ୍ଟି କରିଛି । ପରିସ୍ଥିତିରେ କୌଣସି ସୁଧାର ନ ଆସିବା ଫଳରେ ଇତିମଧ୍ୟରେ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ଅନ୍ୟତ୍ର ନାମ ଲେଖାଇବା ପ୍ରସଙ୍ଗକୁ ଜଟିଳ କଲାଣି ।  

ସୂଚନା ଥାଉ କି,ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି । ୧୨୦ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି । କିନ୍ତୁ ସୀମିତ ସଂଖ୍ୟକ ଶିକ୍ଷକ ଏଠାରେ ମୁଖ୍ୟ ସମସ୍ୟା ହୋଇଛି । ଅତ୍ୟନ୍ତ ୮ ଶିକ୍ଷକ ରହିବା ଆବଶ୍ୟକ ବୋଲି କୁହାଯାଇଛି । ବାରମ୍ବାର ଏ ବାବଦରେ ଉଚ୍ଚ ଅଧିକାରୀଙ୍କୁ ଜଣାଯାଇଥିଲେ ମଧ୍ୟ ପରିସ୍ଥିତିରେ ସୁଧାର ଆସିପାରିନି । ଅନ୍ୟପକ୍ଷରେ ସ୍ମାଟସିଟିର ଅନେକ ପୁରାତନ ବିଦ୍ୟାଳୟର ରୁପରେଖ ବଦଳି ଥିବା ବେଳେ ଏକ ପ୍ରମୁଖ ଆବାସିକ ଅଂଚଳରେ ଗଢି ଉଠିଥିବା ଏହି ସ୍କୁଲ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବା ଶିକ୍ଷା ବିଭାଗର ଅବହେଳାକୁ ସ୍ପଷ୍ଟ କରିଛି । ଏଥିସହ ବିଦ୍ୟାଳୟରେ ଚପରାସି ଓ ରାତ୍ରୀ ଜଗୁଆଳି ଆଉ ଏକ ପ୍ରସଙ୍ଗ ଭାବେ ମୁଣ୍ଡ ଟେକିଲାଣି। ଏହି ସୁଯୋଗରେ ସଂଜ ନଁଇଲେ ପରିସର ନିଶାସକ୍ତ ଆଡ୍‌ଡାସ୍ଥଳୀ ପାଲଟୁଛି । 

ଦୈନନ୍ଦିନ ବିଦ୍ୟାଳୟ ଖୋଲିବା ସମୟରେ ପରିସରରେ ମଦ ବୋତଲ ଗଡିବା ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଉଥିବା ଲୋକେ କହିଛନ୍ତି । ଅନେକ ସମୟରେ ସ୍କୁଲ୍ ମୁଖ୍ୟ ଫାଠକ ତାଲା ଭାଙ୍ଗି ସାମଗ୍ରୀ ଚୋରି ହେବା ପୂର୍ବରୁ ନଜିର ରହିଥିବା ବେଳେ ଏବେ ବି ମଧ୍ୟ ଏହା ଜାରୀ ରହିଛି । ଘଟଣା ସଂକ୍ରାନ୍ତରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ଦେଇ କୁହନ୍ତି ଶିକ୍ଷକଙ୍କ ଅଭାବ ଓ ଏଠାକାର କେତେକ ସମସ୍ୟା ବାବଦରେ ମାସିକ ବୈଠକରେ ନିୟମିତ ଜଣଯାଉଛି । ଖୋର୍ଦ୍ଧା ଜିଲ।। ଶିକ୍ଷାଧିକାରୀ ସୋନାମିକା ରାୟ କହିଛନ୍ତି ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।

ଏହି ଖବରଟିକୁ ପଢନ୍ତୁ-ଲକ୍ଷପତି ଦିଦିଙ୍କୁ ସଶକ୍ତ କରିବ ବାଉଁଶ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.