ଭୁବନେଶ୍ୱର ୦୯/୧୨: ବିଧାନସଭା ସମ୍ମୁଖରେ ଗର୍ଜନ କଲେ ବିଭିନ୍ନ ମହିଳା ସଂଗଠନ । କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କର ବକେୟା ଦରମା ପ୍ରଦାନ ଦାବି ନେଇ ବିଧାନସଭା ସମ୍ମୁଖରେ ଅଲ ଓଡ଼ିଶା ଜିପିଏଲଏଫ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି। ବାରମ୍ବାର ଅଭିଯୋଗ କରିବା ପରେ ବି ସରକାର କିଛି ଶୁଣୁ ନାହାନ୍ତି। ସେଥିପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ନିଷ୍ପତି ନେଇଛି।
ଏଥିସହିତ ଅଲ୍ ଓଡିଶା ଜିପିଏଲଏଫ କର୍ମୀ ସଙ୍ଘ ପକ୍ଷରୁ ଲୋୟର ପିଏମଜିରେ ହେଉଥିବା ବିଶାଳ ଗଣଧାରଣାରେ ସାମିଲ ହୋଇଛନ୍ତି କଟକ ମେୟର ସୁବାଷ ସିଂଙ୍କ ସହ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଭୁବନେଶ୍ବର ଡିସିପି ପିନାକ ମିଶ୍ର ମଧ୍ୟ ଧାରଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।