ଭୁବନେଶ୍ବର,୩।୧୨ : ରାଜଧାନୀରେ ଚାଲିଥିଲା ନାବାଳିକା ବିବାହ । ସରକନ୍ତରା ଗ୍ରାମର ଖଣ୍ଡୁଆଳ ମନ୍ଦିରରେ ଏହି ବିବାହ ଚାଲିଥିଲା। ଖବର ପାଇ ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଅକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପର କର୍ମକର୍ତ୍ତା, ଖଣ୍ଡଗିରି ପୋଲିସ ଓ ବାଲ୍ୟ ବିବାହ ନିରୋଧ ଅଧିକାରୀ ଚଢାଉ କରିଥିଲେ। ତେବେ ଚଢାଉ ବେଳେ ସୁଯୋଗ କ୍ରମେ ବର୍ ଓ କନ୍ୟାକୁ ସେମାନଙ୍କ ପରିବାର ଲୋକ ଅନ୍ୟତ୍ର ନେଇଯାଇଛନ୍ତି।
ସରକନ୍ତରା ଗ୍ରାମର ଖଣ୍ଡୁଆଳ ମନ୍ଦିରରେ ବହାଦଳପୂର୍ ଗ୍ରାମର ଜଣେ ୧୬ ବର୍ଷ ବୟସର ଝିଅକୁ ନୟାଗଡ ର ଜଣେ ଯୁବକ ସହିତ ବିବାହ କରାଯାଉଥିଲା। ଏପରିକି ବିବାହ ପାଇଁ ଟେଣ୍ଡ ମଧ୍ୟ କରାଯାଇଥିଲା।ଭୋଜି ମଧ୍ୟ ସରିଥିଲା। ଖବର ପାଇ ପୁଲିସ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଅକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପର କର୍ମକର୍ତ୍ତା ଚଢାଉ କରିଥିଲେ। ଫଳରେ ବର୍ ଓ କନ୍ୟାକୁ ସେମାନଙ୍କ ପରିବାର ଲୋକ ଲୁଚାଇ ଅନ୍ୟତ୍ର ନେଇଯାଇଛନ୍ତି। ବର୍ ଓ କନ୍ୟାକୁ ଖୋଜିବା ପାଇଁ ପୋଲିସ ପଇଁତରା ମାରୁଛି।