ଜଗତସିଂହପୁର, ୨୬/୧୧ : ବାଲି ମାଫିଆଙ୍କ ଉପରେ ବଡ଼ ଆକ୍ସନ୍। ଜଗତସିଂହପୁର ଜିଲ୍ଲା ମହାନଦୀର କିଲିପାଳ ବାଲିଘାଟରେ ଚଢାଉ। ମଙ୍ଗଳବାର ବିଳମ୍ଵିତ ରାତିରେ ବଡ଼ ଧରଣର ରେଡ୍। ୫୦ରୁ ଉର୍ଦ୍ଧ୍ଵ ହାଇୱା ଜବତ। ୫ ଡ୍ରାଇଭର ଗିରଫ। ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ। 

ସୂଚନାନୁଯାୟୀ, ଜଗତସିଂହପୁର ଜିଲ୍ଲା ମହାନଦୀର କିଲିପାଳ ବାଲିଘାଟର ଟେଣ୍ଡର ନେଇଥିବା ଠିକାଦାର ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ନିର୍ଦ୍ଧାରିତ ସ୍ତର ଠାରୁ ଅଧିକ ପରିମାଣର ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ବିଳମ୍ଵିତ ରାତିରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସହ ଜଗତସିଂହପୁର ଜିଲ୍ଲାପାଳ ଓ ଏସପି ଅଚାନକ ମିଳିତ ଚଢାଉ କରିଥିଲେ। ବାଲିଘାଟରୁ ୫୦ରୁ ଉର୍ଦ୍ଧ୍ଵ ହାଇୱା ଜବତ ହୋଇଛି। ଏହା ସହ ୫ ଜଣ ହାଇୱା ଡ୍ରାଇଭର୍ ଗିରଫ ହୋଇଥିବା ବେଳେ ଗୋଟିଏ ମୋବାଇଲ୍ ଜବତ କରାଯାଇଛି। ବାଲି ବୋଝେଇ ହାଇୱା ଗୁଡିକ ବାଲି ଘାଟରେ ଅଟକି ରହିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। 

​​​​​​​