ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କଟକ, ରାୟଗଡ଼ା ଜିଲ୍ଲାରେ ହେବ ରେଳ ଫ୍ଲାଏଓଭର, ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୦୯ କୋଟି ଟଙ୍କା ମଞ୍ଜୁର

Published By : Prameya | December 10, 2024 1:18 PM

ଭୁବନେଶ୍ୱର,୧୦/୧୨: କଟକ ଓ ରାୟଗଡ଼ା ଜିଲ୍ଲାରେ ଦୁଇଟି  ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ଟଙ୍କା ମଞ୍ଜୁର କରିଛି ରେଳ ମନ୍ତ୍ରଣାଳୟ । କଟକରେ ୧୦.୮୯ କି.ମି ଏବଂ ରାୟଗଡ଼ାରେ ୫.୫୦  କି.ମି ଦୈର୍ଘ୍ୟ ବିଶିଷ୍ଟ ରେଳ ଫ୍ଲାଏଓଭର୍‌ ନିର୍ମାଣ ହେବ ।କଟକ ଜିଲ୍ଲାର  ରାଜାଆଠଗଡ଼, ରାଧାକିଶୋରପୁର ଓ ମାଛପୁର ରେଳ ଷ୍ଟେସନକୁ ସଂଯୋଗ  କରୁଥିବା ୧୦.୮୯ କିମି ରେଳ ଫ୍ଲାଇଓଭର ନିର୍ମାଣ ହେବ । ଏହି ଭିତ୍ତିଭୂମି  କ୍ରସ୍‌ ଟ୍ରାଫିକ୍‌ ଜନିତ ସମସ୍ୟାକୁ ଦୂର କରିବା ସହ ଏକକାଳୀନ ଟ୍ରେନ୍‌  ଚଳାଚଳକୁ ସୁଗମ କରି କ୍ଷମତା ବୃଦ୍ଧି କରିବ । ଏଥିପାଇଁ ମୋଟ ୨୬୮.୯୨  କୋଟି ଟଙ୍କା ମଞ୍ଜୁର ହୋଇଛି । 

ସେହିପରି ରାୟଗଡ଼ା ଜିଲ୍ଲାର ସିଙ୍ଗାପୁର ରୋଡ୍‌  ଷ୍ଟେସନରେ ଆନୁମାନିକ ୨୩୯.୮୩ କୋଟି ବ୍ୟୟରେ ୫.୫୦ କିମି ଦୈର୍ଘ୍ୟ  ରେଳ ଫ୍ଲାଇଓଭର୍‌ ନିର୍ମାଣ ହେବ । ଯାହା ରାୟପୁର-ବିଜୟନଗରମ୍‌ ରେଳ-ଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ । ଏଥିସହ ସିଙ୍ଗାପୁର ରୋଡ୍‌  ଷ୍ଟେସନ ସମେତ ପାଶ୍ୱର୍ବର୍ତ୍ତୀ ଷ୍ଟେସନରେ ମଧ୍ୟ ନିରବଚ୍ଛିନ୍ନ ଟ୍ରେନ୍‌ ଚଳାଚଳ  ସହ କ୍ରସ୍‌ ଟ୍ରାଫିକ୍‌ କାରଣରୁ ସୃଷ୍ଟି ହେଉଥିବା ବିଳମ୍ବକୁ ଏଡ଼ାଇ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.