ଭୁବନେଶ୍ୱର,୧୦/୧୨: କଟକ ଓ ରାୟଗଡ଼ା ଜିଲ୍ଲାରେ ଦୁଇଟି  ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ଟଙ୍କା ମଞ୍ଜୁର କରିଛି ରେଳ ମନ୍ତ୍ରଣାଳୟ । କଟକରେ ୧୦.୮୯ କି.ମି ଏବଂ ରାୟଗଡ଼ାରେ ୫.୫୦  କି.ମି ଦୈର୍ଘ୍ୟ ବିଶିଷ୍ଟ ରେଳ ଫ୍ଲାଏଓଭର୍‌ ନିର୍ମାଣ ହେବ ।କଟକ ଜିଲ୍ଲାର  ରାଜାଆଠଗଡ଼, ରାଧାକିଶୋରପୁର ଓ ମାଛପୁର ରେଳ ଷ୍ଟେସନକୁ ସଂଯୋଗ  କରୁଥିବା ୧୦.୮୯ କିମି ରେଳ ଫ୍ଲାଇଓଭର ନିର୍ମାଣ ହେବ । ଏହି ଭିତ୍ତିଭୂମି  କ୍ରସ୍‌ ଟ୍ରାଫିକ୍‌ ଜନିତ ସମସ୍ୟାକୁ ଦୂର କରିବା ସହ ଏକକାଳୀନ ଟ୍ରେନ୍‌  ଚଳାଚଳକୁ ସୁଗମ କରି କ୍ଷମତା ବୃଦ୍ଧି କରିବ । ଏଥିପାଇଁ ମୋଟ ୨୬୮.୯୨  କୋଟି ଟଙ୍କା ମଞ୍ଜୁର ହୋଇଛି । 

ସେହିପରି ରାୟଗଡ଼ା ଜିଲ୍ଲାର ସିଙ୍ଗାପୁର ରୋଡ୍‌  ଷ୍ଟେସନରେ ଆନୁମାନିକ ୨୩୯.୮୩ କୋଟି ବ୍ୟୟରେ ୫.୫୦ କିମି ଦୈର୍ଘ୍ୟ  ରେଳ ଫ୍ଲାଇଓଭର୍‌ ନିର୍ମାଣ ହେବ । ଯାହା ରାୟପୁର-ବିଜୟନଗରମ୍‌ ରେଳ-ଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ । ଏଥିସହ ସିଙ୍ଗାପୁର ରୋଡ୍‌  ଷ୍ଟେସନ ସମେତ ପାଶ୍ୱର୍ବର୍ତ୍ତୀ ଷ୍ଟେସନରେ ମଧ୍ୟ ନିରବଚ୍ଛିନ୍ନ ଟ୍ରେନ୍‌ ଚଳାଚଳ  ସହ କ୍ରସ୍‌ ଟ୍ରାଫିକ୍‌ କାରଣରୁ ସୃଷ୍ଟି ହେଉଥିବା ବିଳମ୍ବକୁ ଏଡ଼ାଇ ହେବ।