ପ୍ରମୁଖ ଖବର
  • ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍‌କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କୁ ବଡ଼ ଆଶ୍ଵସ୍ତି, NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ
  • ||
  • ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ' ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ସବୁ ରୁଟ୍‌ରେ ବନ୍ଦ ରହିବ ଗାଡ଼ି ଚଳାଚଳ
  • ||
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

ହେମନ୍ତ ସୋରେନଙ୍କ ଜାମିନ ଆବେଦନ ଉପରେ ଇଡି ନୋଟିସ; ୬ ମେ'ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Image source: Jagran

ନୂଆଦିଲ୍ଲୀ,୨୯/୦୪: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୬ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ଦ୍ବାରା ଇଡି ଗିରଫ ବିରୋଧରେ ଆବେଦନ ଉପରେ ରାୟ ଦେବାରେ ବିଳମ୍ବ ସମ୍ପର୍କରେ ହେମନ୍ତ ସୋରେନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।

୩୧ ଜାନୁଆରୀ ରାତିରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ରାଞ୍ଚିର ବଡ଼ଗଇ ଅଞ୍ଚଳର ୮.୮୬ ଏକର ଜମି ଦୁର୍ନୀତିରେ ସେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ହେମନ୍ତ ସୋରେନ ଗିରଫ ହେବାର ୭୫ ଦିନ ପରେ ଅର୍ଥାତ ୧୬ ଏପ୍ରିଲରେ ଜାମିନ ଆବେଦନ କରିଥିଲେ। ବର୍ତ୍ତମାନ ସେ ରାଞ୍ଚିର ହୋଟୱାର ଜେଲରେ ଅଛନ୍ତି। ଗିରଫର ୫୫ ଦିନ ବିତିବା ପରେ ହାଇକୋର୍ଟ ରାୟ ନଦେବାରୁ, ସେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ତେବେ ସୁପ୍ରିମକୋର୍ଟ ଏବେ ଏହି ଶୁଣାଣିକୁ ମେ' ୬ ତାରିଖକୁ ଘୁଞ୍ଚାଇଛନ୍ତି। 

ତେବେ ଯଦି ସୋରେନଙ୍କୁ ଜାମିନ ମଞ୍ଜୁର ନହୁଏ ତେବେ ପୂର୍ବତନ ସିଏମ୍ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଦେଇ ପାରିବେ ନାହିଁ କାରଣ ଲୋକ ପ୍ରତିନିଧୀ ଅଧିନିୟମ,୧୯୫୧ ର ଧାରା ୬୨ (୫) ଅନୁଯାୟୀ, କୌଣସି ବନ୍ଦୀ କିମ୍ବା ପ୍ରତିଷେଧକ ବନ୍ଦୋବସ୍ତ ଆଇନ ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ଭୋଟ୍ ଦେବାର ଅଧିକାର ନାହିଁ। କହିରଖୁଛୁ ଯେ, ପ୍ରତିଷେଧକ କାର୍ଯ୍ୟାନୁଷ୍ଠାନରେ ଗିରଫ ହୋଇଥିବା କଏଦୀମାନେ ଜେଲ ପ୍ରଶାସନ ମାଧ୍ୟମରେ ଆବେଦନ କରି ଭୋଟ୍ ଦେବାର ସୁବିଧା ପାଇପାରିବେ, ଅର୍ଥାତ୍ ଜେଲରୁ ନିର୍ବାଚନ ଲଢ଼ିବାକୁ ସେମାନଙ୍କର ଅଧିକାର ଅଛି, କିନ୍ତୁ ଭୋଟ୍ ଦେବେ ନାହିଁ।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.