ପ୍ରମୁଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ଚାରି ଧାମ ପାଇଁ ୩ ଦିନ ଯାଏ ଅଫ୍‌ଲାଇନ୍‌ ରେଜିଷ୍ଟ୍ରେସନ ବନ୍ଦ , ମୁଖ୍ୟମନ୍ତ୍ରୀ ଧାମୀ ଦେଲେ ନିର୍ଦ୍ଦେଶ

ଡେରାଡୁନ୍‌ - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଗୁରୁବାର ରାଜ୍ୟ ସଚିବାଳୟରେ ଚାରିଧାମ ଯାତ୍ରା ବ୍ୟବସ୍ଥା ଗୁଡ଼ିକର ସମୀକ୍ଷା କରିଛନ୍ତି। ତୀର୍ଥଯାତ୍ରୀଙ୍କ ଭିଡ଼ ବୃଦ୍ଧିକୁ ଦେଖି ଧାମୀ ତିନି ଦିନ ଯାଏ ଅଫଲାଇନ୍ ପଞ୍ଜୀକରଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପାଇଁ ଅଫ୍‌ଲାଇନ୍‌ ପଞ୍ଜୀକରଣ ହରିଦ୍ୱାର ଓ ଋଷିକେଶ ସ୍ଥିତ କେନ୍ଦ୍ର ପାଇଁ କରାଯାଏ। ହେଲେ ୧୫ ଅପ୍ରେଲରୁ ଆରମ୍ଭ ହୋଇଥିବା ଅନଲାଇନ୍‌ ରେଜିଷ୍ଟ୍ରେସନ ଜାରି ରହିବ।

ମୁଖ୍ୟମନ୍ତ୍ରୀ ଧାମୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସୁରକ୍ଷିତ ଓ ସୁଚାରୁ ଭାବେ ଚାରିଧାମ ଯାତ୍ରା ପାଇଁ ସରକାର ଓ ପୁଲିସ୍‌ର ବରିଷ୍ଠ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ଯାତ୍ରୀ ବ୍ୟବସ୍ଥା ଗୁଡ଼ିକର ଯାଞ୍ଚ ଓ ନିରୀକ୍ଷଣ କରନ୍ତୁ। ଏହା ସୁନିଶ୍ଚିତ କରନ୍ତୁ କି, ସବୁ ଭକ୍ତ ପଞ୍ଜୀକରଣ ଅନୁସାରେ ଦିଆ ଯାଇଥିବା ସ୍ଥିତି ଉପରେ ହିଁ ଦର୍ଶନ କରିବାକୁ ଆସିଛନ୍ତି। ଏହାସହ କହିଛନ୍ତି କି, ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ପାଣିପାଗ ପୂର୍ବାନୁମାନ ବିଷୟରେ ଜାଣିବା ପରେ ହିଁ ଆସିବା ଉଚିତ୍‌।

ଧାମୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ଚାରିଧାମ ଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଚାରି ଧାମରେ ନିର୍ଦ୍ଧାରିତ ଦୈନିକ କ୍ଷମତା ଅନୁସାରେ ହିଁ ଦର୍ଶନ ପାଇଁ ପଠାଯାଉ। ଯାତ୍ରା ପାଇଁ ପଞ୍ଜୀକରଣ ହେବା ପରେ ହିଁ ଭକ୍ତଙ୍କୁ ଚେକ୍‌ ପଏଣ୍ଟରୁ ଆଗକୁ ଯିବାକୁ ଅନୁମତି ଦିଆଯାଉ। ପରିବହନ ବିଭାଗ, ରାଜସ୍ୱ ବିଭାଗ ଏବଂ ପୁଲିସ ବିଭାଗ ସଂଯୁକ୍ତ ରୂପେ ଚେକ୍‌ ପୋଷ୍ଟ ଗୁଡ଼ିକ ଉପରେ ଚେକିଂ କରନ୍ତୁ। ଆଗାମୀ ୩ଦିନ ଯାଏ ଅଫଲାଇନ୍‌ ରେଜିଷ୍ଟ୍ରେସନ ବନ୍ଦ କରି ଦିଆ ଯାଉ। ଚାରିଧାମର ସବୁ ଧାମ ମାର୍ଗର ପ୍ରବେଶ ବିନ୍ଦୁ ତଥା ବିକାଶନଗର , ଯମୁନା ବ୍ରିଜ୍‌ କ୍ଷେତ୍ର, ଧନୋଲ୍ଟି, ସୁବାଖୋଲିରେ କଡ଼ା ଚେକିଂର ବ୍ୟବସ୍ଥା ସୁନିଶ୍ଚିତ କରାଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.