ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମୁଁ ସାଙ୍ଗରେ ଅଛି, ଯଦି ମାଲିଓ୍ବାଲ ଚାହାନ୍ତି ତେବେ...’,ର୍ଦୁବ୍ୟବହାର ମାମଲାରେ ମୁହଁ ଖୋଲିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୬।୫: ଆମ୍ ଆଦମୀ ପାର୍ଟି ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ଦିଲ୍ଲୀ ସିଏମ୍ ହାଉସରେ ର୍ଦୁବ୍ୟବହାର ମାମଲା ଏବେ ଚର୍ଚ୍ଚାରେ ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘନିଷ୍ଠ ବିଭବ କୁମାରଙ୍କ ଉପରେ ମାଲିଓ୍ବାଲଙ୍କୁ ମାରପିଟ୍ କରିଥିବା ଅଭିଯୋଗ ରହିଛି। ଜାତୀୟ ମହିଳା କମିଶନ ତାଙ୍କୁ ସମନ ପଠାଇଛି। ଏହା ଭିତରେ ମହିଳା ନେତାମାନେ ଲଗାତାର ମାଲିଓ୍ବାଲଙ୍କ ସମର୍ଥନରେ ଆଗକୁ ଆସିଛନ୍ତି।

ଏବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ଯେତେବେଳେ ପଚରା ଯାଇଥିଲା, ସେ କହିଛନ୍ତି ମୁଁ ୟୁପିରେ ଏବେ ଅଛି। ତେବେ କୌଣସି ମହିଳା ସହ ଅତ୍ୟାଚାର ଯଦି ହୁଏ ଜଣେ ମହିଳା ଭାବରେ ତାଙ୍କ ସପକ୍ଷରେ ନିହାତି ଠିଆ ହେବି। ବିଜେପି ନେତାମାନେ  ଏହି ପ୍ରସଙ୍ଗରେ କିଭଳି କହୁଛନ୍ତି ? ବିଜେପି ହାଥରସ୍‌ ଉପରେ କିଛି କହିନଥିଲା। ଉନ୍ନାଓ କେସ୍‌ରେ କିଛି କରିନଥିଲା। ବିଜେପି ଆମର ମହିଳା ରେସଲରଙ୍କ ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିନି।

ପ୍ରିୟଙ୍କା କହିଛନ୍ତି, ଯଦି ଭୁଲ ହୋଇଛି ତେବେ ମୁଁ ସେହି ମହିଳାଙ୍କ ସହ ଅଛି। ଯଦି ମାଲିଓ୍ବାଲ ମୋ ସହ କଥା ହେବାକୁ ଚାହାନ୍ତି, ତେବେ ମୁଁ କଥା ହେବି। ଯଦି କେଜ୍ରିଓ୍ବାଲଙ୍କୁ ଜଣା ଏହି ମାମଲାରେ ବିଷୟରେ ତେବେ ମୋତେ ଆଶା ଅଛି ସେ କିଛି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେ କିଛି ନା କିଛି ସମାଧାନର ବାଟ୍ ଖୋଜିବେ, ଯାହାକି ମାଲିଓ୍ବାଲ ମଧ୍ୟ ଗ୍ରହଣ କରିପାରନ୍ତି। ମୁଁ ସବୁବେଳେ ମହିଳାଙ୍କ ଉପରେ କୌଣସି ଅତ୍ୟାଚାର ସହ୍ୟ କରେନି। ଏହି ମାମଲାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.