ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ରାଲି, ନା ମମତା ବାନାର୍ଜୀ ହେବେ ସାମିଲ୍ ନା ଅଖିଳେଶ, ଜାଣନ୍ତୁ କେଉଁମାନେ ହେବେ ସାମିଲ୍

ନୂଆଦିଲ୍ଲୀ,୧୬/୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ସୋ ଏବଂ ରାଲି ପରେ ଏବେ ବିପକ୍ଷ ଇଣ୍ଡିଆ ମେଣ୍ଟ ବି ଦେଶର ଆର୍ଥିକ ରାଜଧାନୀରେ ମହାରାଲି କରିବାକୁ ଯାଉଛନ୍ତି । ଏହି ରାଲିରେ ବିପକ୍ଷ ଦଳର କେତେକ ବରିଷ୍ଠ ନେତା ରହିବେ । କଂଗ୍ରେସର ମଲ୍ଲିକାର୍ଜୁନ ଖଡ଼ଗେ, ଆମ ଆଦମୀ ପାର୍ଟିରୁ ଅରବିନ୍ଦ କେଜ୍ରିଓ୍ବାଲ , ଶିବସେନାରୁ ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାଓ୍ବାର ରାଲିରେ ପହଞ୍ଚିବେ । ଶୁକ୍ରବାର ସନ୍ଧ୍ୟା ୬ଟାରେ ହେବାକୁ ଥିବା ଏହି ରାଲିରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ସାମିଲ ହେବେ ନାହିଁ ।

ଇଣ୍ଡିଆ ଗଠବନ୍ଧନର ଏହି ରାଲିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ବି ସାମିଲ ହୋଇପାରିବେ ନାହିଁ । ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ରମେଶ ଚେନ୍ନିଥଳା କହିଛନ୍ତି କି ବିପକ୍ଷ ଗଠବନ୍ଧନର ନେତା ୧୮ମଇରେ ମୁମ୍ବାଇରେ ଏକ ମିଳିତି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ଇଣ୍ଡିଆ ଗଠବନ୍ଧନର ରାଲି ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ହେବ ।

ଶିବସେନା ୧୭ମଇରେ ଶିବାଜୀ ପାର୍କରେ ଇଣ୍ଡିଆ ଗଠବନ୍ଧନର ରାଲି ଲାଗି ଆବେଦନ କରିଥିଲେ । ଯାହାକୁ ବିଏମସି ଖାରଜ କରିଦେଇଥିଲା।  ଏହାର କାରଣ ମହାରାଷ୍ଟ୍ର ନବନିର୍ମାଣ ସେନାର ରାଲି ଆୟୋଜନ କରିବାକୁ ଅନୁମତି ଦେଇଥିଲା । ମନସେ ବିଜେପିର ନେତୃତ୍ବାଧିନ ମହାୟୁତି ଗଠବନ୍ଧନର ସମର୍ଥନ କରିବାକୁ ଏବଂ ଏଥିଲାଗି ପ୍ରଚାର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଦାଦରର ଛତ୍ରପତି ଶିବାଜୀ ମହାରାଜ ପାର୍କରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବି ସଭା ହେବାରେ ରହିଛି ।

ପିଏମ୍ ମୋଦୀ ନିଜ ଭାଷଣରେ କହିଥିଲେ କି ଯଦି କଂଗ୍ରେସ ସତ୍ତାରେ ଆସିବ ତ ଦେଶର ସମ୍ପତ୍ତି ମୁସଲମାନଙ୍କୁ ବାଣ୍ଟିଦେବ । ଏହାର ଜବାବରେ ମହାରାଷ୍ଟ୍ର କଂଗ୍ରେସ ଭାବାରୀ ଚେନ୍ନିଥଳା କହିଛନ୍ତି କି, ପିଏମ୍ ପଦରେ ବସିଥିବା ବ୍ୟକ୍ତିଙ୍କୁ ଏଭଳି ଭାଷାର ବ୍ୟବହାର ନ କରିବା ଉଚିତ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.