ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାୟବରେଲୀରେ ଆକ୍ଟିଭ ହେଲେ ସୋନିଆ ଗାନ୍ଧୀ, ଜାଣନ୍ତୁ କ’ଣ କରିବାର ରହିଛି ଯୋଜନା

ନୂଆଦିଲ୍ଲୀ, ୧୬/୫ : କଂଗ୍ରେସର ଗାନ୍ଧୀ-ନେହେରୁ ପରିବାରର ପାରମ୍ପରିକ ସିଟ୍ ତଥା ଜଣାଶୁଣା ରାୟବରେଲୀରେ ଗାନ୍ଧୀ ପରିବାର ପୁଣି ଥରେ ଯୋଡ଼ି ହେବାକୁ ଯାଉଛନ୍ତି । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଶୁକ୍ରବାର ରାୟବରେଲୀରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ବି ଏହି ଜନସଭା‌ରେ ସାମିଲ ହେବେ‌ । ପ୍ରକାଶ ଯେ, ଦୁଇ ଦଶକ ପର୍ଯ୍ୟନ୍ତ ଏହି ସିଟରୁ ସାଂସଦ ରହିଥିବା ସୋନିଆ ଗାନ୍ଧୀ ଜନସଭାର ପ୍ରଥମରୁ ରାୟବରେଲୀରେ ଆକ୍ଟିଭ ହୋଇଯାଇଛନ୍ତି । ସେ ଦୁଇ ଦିବସୀୟ ଗସ୍ତରେ ରାୟବରେଲୀରେ ପହଞ୍ଚିଛନ୍ତି ।

ନିଜ ଗସ୍ତର ପ୍ରଥମ ଦିନ ତଥା ଆଜି ସୋନିଆ ଗାନ୍ଧୀ ଭୂଏମଉରେ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ଏହାପରେ ଆସନ୍ତାକାଲି ତଥା ଶୁକ୍ରବାର ସେ ବିଶାଳ ଜନସଭାରେ ଭାଗନେବେ । ଶୁକ୍ରବାର ଅପରାହ୍ନ ୧ଟାଏ ସମୟରେ ଜନସଭା ଆଇଟିଆଇ ପଡ଼ିଆରେ ହେବ । ପ୍ରକାଶ ଯେ, ରାୟବରେଲୀ ଲୋକସଭା କ୍ଷେତ୍ର ଗାନ୍ଧୀ ପରିବାରର ଗଡ଼ ଅଟେ । ଏହି ସିଟରୁ ଗାନ୍ଧୀ ପରିବାରର କେତେକ ସଦସ୍ୟ ନିର୍ବାଚନ ଜିତି ସଂସଦରେ ପହଞ୍ଚିଛନ୍ତି । ସୋନିଆ ଗାନ୍ଧୀ ରାୟବରେଲୀ ସିଟର ୨୦୦୪ରୁ ୨୦୨୪ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରିଛନ୍ତି । ବର୍ଷ ୨୦୧୯ରେ ଲୋକସଭା ନିର୍ବାଚନରେ କଂଗ୍ରେସକୁ କେବଳ ରାୟବରେଲୀ ସିଟରେ ହିଁ ବିଜୟୀ ମିଳିଥିଲା । ପ୍ରକାଶ ଯେ, ଏଥର ରାୟବରେଲୀ ସିଟରୁ ସୋନିଆ ଗାନ୍ଧୀ ନିର୍ବାଚନ ଲଢୁ ନାହାନ୍ତି ।

କଂଗ୍ରେସ ରାୟବରେଲୀ ସିଟରୁ ରାହୁଲ ଗାନ୍ଧୀଙ୍କୁ ଓହ୍ଲାଇଛି । ଏହା ପୂର୍ବରୁ ସେ ଅମେଠୀ ସିଟରେ ନିର୍ବାଚନ ଜିତି ଆସିଥିଲେ । ୨୦୧୯ରେ ବିଜେପିର ସ୍ମୃତି ଇରାନୀ ତାଙ୍କୁ ଚେକ୍ ଦେଇଥିଲେ । ମାତ୍ର ସେ ୨୦୧୯ରେ ଓ୍ବାୟନାଡ଼ ସିଟରୁ ବି ନିର୍ବାଚନ ଲଢିଥିଲେ ଏବଂ ସେଠାରୁ ସେ ବହୁ ଜନମତରେ ଜିତି ସଂସଦରେ ପହଞ୍ଚିଥିଲେ । ରାୟବରେଲୀ ସିଟରେ ବିଜେପି ଦିନେଶ ପ୍ରତାପ ସିଂହଙ୍କୁ ମୈଦାନରେ ଓହ୍ଲାଇଛି ।

ପ୍ରକାଶ ଯେ, ରାୟବରେଲୀରେ ପଞ୍ଚମ ଚରଣ ଲାଗି ୨୦ମଇରେ ମତଦାନ ହେବ । ୟୁପିରେ ସପା ଏବଂ କଂଗ୍ରେସର ଗଠବନ୍ଧନ ଅଛି । ଉଭୟ ଦଳ ଇଣ୍ଡିଆ ଗଠବନ୍ଧନର ଭାଗିଦାରୀ ଅଛନ୍ତି । ଏହାକୁ ଦେଖି ଏହି ସିଟରେ କଂଗ୍ରେସ ଏବଂ ସପା କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.