ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଆ-ବାପାଙ୍କ ଏକ ଛୋଟ ଭୁଲ୍‌ ପଡ଼ିଲା ମହଙ୍ଗା , କାର୍‌ ଭିତରେ ଚାଲି ଗଲା କୁନି ଝିଅର ଜୀବନ

କୋଟା : ପ୍ରଦେଶର କୋଟାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଓ ହୃଦୟ ଥରା ଘଟଣା। ମାଆ ବାପାଙ୍କର ଭୁଲ୍‌ ଯୋଗୁଁ କାର୍‌ ଭିତରେ ଅଣନିଶ୍ୱାସୀ ହୋଇ ଚାଲି ଯାଇଛି ଏକ ନିରୀହ ଝିଅର ଜୀବନ। କୁନି ଶିଶୁ ଝିଅଟିକୁ ମାଆ-ବାପା ତାକୁ କାର୍‌ ଭିତରେ ଲକ୍‌ କରି ବିବାହ ଉତ୍ସବକୁ ଚାଲି ଯାଇଥିଲେ। ୨ ଘଣ୍ଟା ପରେ ଯେବେ ଫେରିଲେ ତ ସବୁ ସରି ଯାଇଥିଲା। ନିରୀହ କୋମଳମତି ଝିଅଟି ଅଚେତ ଥିବା ଦେଖିବାକୁ ମିଳି ଥିଲା। ଝିଅଟି ବୋଧ ହୁଏ ଏହି ସମୟରେ କାନ୍ଦି ଥିବ , ହେଲେ ବାହାଘର ଉତ୍ସବରେ ଖୁବ୍‌ ଜୋରରେ ଡିଜେ ବାଜୁ ଥିଲା। ଏଥିରେ କାହାର ଧ୍ୟାନ ଆଉ କାର୍‌ ଆଡ଼କୁ ଯାଇ ନଥିଲା। ପ୍ରବଳ ଖରାରେ କାର୍‌ଟି ଠିଆ ହୋଇ ଥିଲା। 

ଏପଟେ ଚେତାଶୂନ୍ୟ ଝିଅକୁ ନେଇ ପରିବାର ଲୋକେ ଅଟାୱା ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରି ଥିଲେ।    

ପ୍ରାରମ୍ଭିକ ଯାଞ୍ଚରେ ଡାକ୍ତରଙ୍କ ଅନୁସାରେ , ଝିଅଟିକୁ ନିଶ୍ୱାସ ନେବାରେ ଅସୁବିଧା ହୋଇ ଥିବ। କିନ୍ତୁ କାହାର ଧ୍ୟାନ ତା ଉପରେ ଯାଇ ନାହିଁ। ଖାତୌଲି ଥାନାର ହେଡ୍‌ କନଷ୍ଟେବଲ ଭରତରାଜ ଗୁର୍ଜରଙ୍କୁ କହିବାନୁସାରେ, ୩ ବର୍ଷିୟା ଗୋର୍ଭିକା ନାମ୍ନୀ ନିରୀହ ଝିଅର ଗାଡ଼ିରେ ଶୋଇବା ସମୟରେ ଚେତାଶୂନ୍ୟ ଭାବେ ମୃତ୍ୟୁ ହୋଇଛି। ପରିବାର ଲୋକେ କୌଣସି ପ୍ରକାରର ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଛନ୍ତି। ମୃତଦେହକୁ ପରିବାର ଲୋକଙ୍କୁ ଦିଆ ଯାଇଛି।

ଉଲ୍ଲେଖନୀୟ ଯେ , କୋଟା ସହରର ବିଜ୍ଞାନ ନଗର ନିବାସୀ ପ୍ରଦୀପ ନାଗର , ତାଙ୍କର ପତ୍ନୀ ଓ ଦୁଇ ପିଲାଙ୍କ ସହ ଖାତୌଲୀ ଥାନା ଅନ୍ତର୍ଗତ ଜୋରାବରପୁରା ଗାଁରେ ବାହାଘରକୁ ଯାଇଥିଲେ। ଗାଁରେ ପହଞ୍ଚିବା ପରେ ସେ କାର୍‌ ପାର୍କିଂ କରିଥିଲେ। ଛୋଟ ଝିଅ ଗୋର୍ଭିକା ଶୋଇ ପଡ଼ିଥିଲା। ମାଆ ବାପା ତାକୁ କାରରୁ ଓହ୍ଲାଇ ବିବାହ ଉତ୍ସବକୁ ପଳାଇ ଥିଲେ। ପ୍ରଦୀପଙ୍କ କହିବାନୁସାରେ , ସେ ଭାବି ଥିଲେ କି ପତ୍ନୀ ଝିଅକୁ କାରରୁ ଓହ୍ଲାଇ ଦେଇଛନ୍ତି। ଏହି ଭୁଲ୍‌ରେ ଝିଅଟି କାର୍‌ରେ ରହିଗଲା। ଯେବେ ଦୁହେଁ ଉତ୍ସବରେ ପରସ୍ପରର ସାମ୍ନା ସାମ୍ନି ହେଲେ, ସେତେବେଳେ ଗୋର୍ଭିକାକୁ ଖୋଜିଲେ। ତାକୁ ନ ପାଇଁ ସ୍ୱାମୀ-ସ୍ତ୍ରୀ ଦୌଡ଼ିଲେ କାର୍‌ ପାଖକୁ। ସେଠାରେ ଦେଖିଲେ ଝିଅ ଚେତା ହରାଇ ପଡ଼ିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.