ମୁମ୍ୱାଇ,୩୧/୦୧: ଶୁକ୍ରବାର ଥିଏଟରକୁ ଆସିଛି ରାନୀ ମୁଖାର୍ଜୀଙ୍କ ‘ମର୍ଦ୍ଦାନୀ-୩’। ଏହା ଜରିଆରେ ୩ ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି ରାନୀ । ତାଙ୍କର ଶେଷ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭର୍ସସ ନରୱେ’ ୨୦୨୩ରେ ମୁକ୍ତିଲାଭ କରିଥିଲା । ପୂର୍ବ ଦୁଇ ଫ୍ରାଞ୍ଚାଇଜି ଭଳି ଶିବାନୀ ଶିବାଜୀ ରୟ ଭୂମିକାରେ ରାନୀ ପୁଣି ଥରେ ଥିଏଟରରେ ଧମାକା ମୁଡରେ ଅଛନ୍ତି । ଆଡଭାନ୍ସ ବୁକିଂ ଓ ନିର୍ମାତାଙ୍କ ରଣନୀତି ଫିଲ୍ମର ବ୍ୟବସାୟ ବଢ଼ାଇବ ବୋଲି ଚର୍ଚ୍ଚା ହେଉଛି ।

ଓପନିଂ ଡେ’ ସନ୍ଧ୍ୟା ୫ଟା ସୁଦ୍ଧା ଫିଲ୍ମ ୧.୨୮ କୋଟି କଲେକ୍ସନ୍ କରିଥିଲି । । ତେବେ ‘ବର୍ଡର୍-୨’ ଏବେ ଥିଏଟରରେ ଚାଲିଥିବାରୁ ଏ ହ । ର କଲେକ୍ସନ୍ ଉପରେ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି । ରିଲିଜ୍ ପୂର୍ବରୁ ଓପନିଂ ଡେ’ ପାଇଁ ୪୦ ହଜାର ଟିକଟ ବୁକ୍ ହୋଇଥିଲା । ଫିଲ୍ମକୁ ସଫଳ କରିବାକୁ ନିର୍ମାତା ଏହାର ଟିକଟ ମୂଲ୍ୟ ବହୁତ ଶସ୍ତା କରିଛନ୍ତି । ଭଲ ମଲ୍ଟିପ୍ଲେକ୍ସରେ ‘ମର୍ଦ୍ଦାନୀ-୩’ର ଟିକଟ ୩୦୦ ଟଙ୍କାରେ ମିଳୁଛି । ତେବେ ଫିଲ୍ମକୁ ନେଇ ମିଶ୍ର ପ୍ରତିକ୍ରିୟା ଆସିଥିଲେ ମଧ୍ୟ ଲୋକେ ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ‘ମର୍ଦ୍ଦାନୀ-୨’ ଗତ ୧୦ ବର୍ଷରେ ରାନୀଙ୍କର ସବୁଠୁ ବଡ଼ ଓପ୍ନିଂ ଫିଲ୍ମ ଭାବେ ରେକର୍ଡରେ ଅଛି । ୨୦୧୯ରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମ ପ୍ରଥମ ଦିନ ୩.୮୦ କୋଟି କଲେକ୍ସନ୍ କରିଥିଲା । ଯଦି ୩ୟ ସଂସ୍କରଣର କଲେକ୍ସନ୍ ୪ କୋଟି ହୁଏ, ତେବେ ଏହା ଗତ ୧୦ ବର୍ଷରେ ରାନୀଙ୍କର ସବୁଠୁ ବଡ଼ ଓପନିଂ ଫିଲ୍ମ ହେବ ।