ବ୍ରହ୍ମପୁର,୧୫/୬: ଗଞ୍ଜାମରେ ଲଜ୍ଜା। ବାପା ସାଜିଲା ସଇତାନ। ବାପ-ଝିଅ ସମ୍ପର୍କରେ ଲାଗିଲା କଳଙ୍କ। ବାପା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ। ଦିଗପହଣ୍ଡି ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ସୂଚନା ମୁତାବକ, ଶୁକ୍ରବାର ରାତିରେ ଝିଅକୁ ବାପା ଦୁଷ୍କର୍ମ କରିଥିଲା । ରାକ୍ଷସ ବାପା ବିରୋଧରେ ଝିଅ କାହାକୁ କିଛି କହିପାରିନଥିଲା। ସେ ଶନିବାର ଘରେ ଥିବା ଔଷଧ କିମ୍ବା କୀଟନାଶକ ପିଇ ଦେଇଥିବାରୁ ପରିବାର ଲୋକେ ତାକୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଯାହାପରେ ସବୁ ଘଟଣାର ପର୍ଦ୍ଦାଫାଶ ହୋଇଛି । ହେଲେ ଝିଅର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦୁଷ୍କର୍ମ ଅଭିଯୋଗରେ ଆଜି ଦିଗପାହଣ୍ଡି ଥାନା ପୁଲିସ୍ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।