ପୁରୀ,୨୩/୦୬:ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଙ୍ଗଳବାର ବସିବ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ । ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ଶ୍ରୀମନ୍ଦିର ପ୍ରଶାସନ ସମେତ ପ୍ରଶାସନିକ ସମସ୍ତ ବିଭାଗର ଅଧିକାରୀମାନେ ରଥଯାତ୍ରା ନିମନ୍ତେ ସେମାନଙ୍କ ପ୍ରସ୍ତୁତିର ଚୂଡ଼ାନ୍ତ ସ୍ଥିତି କହିବେ ।
ଜୁଲାଇ ୧୬ ରେ ମହାପ୍ରଭୁଙ୍କରବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ସମସ୍ତ ବିଭାଗ ପକ୍ଷରୁ କିଭଳି ପ୍ରସ୍ତୁତି ହୋଇଛି ସେନେଇବିସ୍ତୃତ ଆଲୋଚନା ହେବ ଏହି ବୈଠକରେ। ସେହିପରି ଶୃଙ୍ଖଳିତ ନୀତି କାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଠିକ୍ ସମୟରେ ରଥଟଣା, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଚଳିତ ମାସ ୨୯ ତାରିଖରେ ସ୍ନାନଯାତ୍ରା ଥିବାରୁ ସେ ନେଇ କଣ ସବୁ ପ୍ରସ୍ତୁତି କରାଯାଇଛି ତା ଉପରେ ମଧ୍ୟ ଆଲୋଚନା ହେବ।
ଅଧିକ ପଢ଼ନ୍ତୁ :- Rath Khala Update: ରଥଖଳାରେ ପଞ୍ଚମହାଦେବଙ୍କ ପନ୍ତି ଅର୍ପଣ, ଦୁଆର ଘଡ଼ା କାର୍ଯ୍ୟ ଶେଷ
ଚଳିତ ବର୍ଷ ୨୦ ଲକ୍ଷରୁ ଅଧିକ ଜନସମାଗମ ହେବା ପ୍ରଶାସନ ଅନୁମାନ କରୁଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା, ଶ୍ରଦ୍ଧାଳୁଙ୍କ ନିମନ୍ତେ ମୌଳିକ ସୁବିଧା ପ୍ରଦାନ ନେଇ ବୈଠକରେ ଆଲୋଚନା ହେବ ।