ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରୁ ଜାଣିଲି । ପ୍ରଥମେ ବନ୍ଧୁତା ଆଉ ପରେ ମିଠା ମିଠା କଥା କହି ପ୍ରେମରେ ଫଶାଇଲା । ଜନ୍ମଦିନରେ ପାର୍ଟିକୁ ଡାକି ନିଶା ଦେଇ ଦୁଷ୍କର୍ମ କଲା । ଆଉ ଏହି ବାହାନାରେ ବାରମ୍ବାର ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କଲା । ଗର୍ଭପାତ କଲେ ବିବାହ କରିବାକୁ ସର୍ତ୍ତ ରଖିଲା ଆଉ ଏବେ ମାରି ଦେବାକୁ ଦେଉଛି ଧମକ । ବିହାରର ମୁଜାଫରନଗରରୁ ଆସିଛି ଏଭଳି ଏକ ଖବର । ଜଣେ ନାବାଳିକା ଯୁବତୀ ତାଙ୍କ ସହ ଘଟିଥିବା ନିର୍ଯାତନା ଥାନାରେ ପହଞ୍ଚାଇଛନ୍ତି । ପୁଲିସ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିବାବେଳେ ତଦନ୍ତ ଆରମ୍ଭ କରିଛି ।
ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି କି, ପରିବାର ଆର୍ଥିକ ଅବସ୍ଥା ଦେଇ ଗତି କରୁଥିବାରୁ ନିଜ ଖର୍ଚ୍ଚ ପାଇଁ ମଲରେ କାମ କରୁଥିଲି । ଏହି ଟଙ୍କାରେ ଆମ ପରିବାର ମଧ୍ୟ ଚଳୁଥିଲା । ହେଲେ ସେ ଯୁବକ ଜଣକ ମୋ ସହ ପ୍ରଥମେ ଇନଷ୍ଟାଗ୍ରାମରୁ କଥା ହେବା ଆରମ୍ଭ କଲେ । ଆଉ ତାଙ୍କ ଜନ୍ମଦିନ ପାର୍ଟିକୁ ମୋତେ ହୋଟେଲକୁ ଡାକିଲେ । ସେଠାରେ ଥଣ୍ଡା ପାନୀୟ ନିଶା ମେଡିସିନ ଦେଇ ମୋତେ ଦୁଷ୍କର୍ମ କଲା । ଏହାପରେ ଲୋକଲଜ୍ଜାକୁ ଡରି ମୁଁ କାହାକୁ କିଛି କହିନଥିଲି । ଏମିତିକି ସେ ମୋତେ ମିଛ ପ୍ରତିଶୃତି ଦେଇଥିଲା । ବିବାହ କରିବା ପାଇଁ କଥା ଦେଇଥିଲା ।
ପ୍ରଥମ ଘଟଣା ପରେ ବିବାହ କରିବାକୁ କହିଥିବାବେଳେ ମୋର ତାଙ୍କ ଉପରେ ବିଶ୍ବାସ ହୋଇଥିଲା । ଯାହାର ଫାଇଦା ଉଠାଇ ବାରମ୍ବାର ମୋ ସହ ଦୁଷ୍କର୍ମ କରିଥିଲା । ମୁଁ ଗର୍ଭବତୀ ହୋଇଥିବାବେଳେ ମେଡିସିନ ଦେଇ ଗର୍ଭ ନଷ୍ଟ କରିଥିଲା । ଆଉ ଯେତେବେଳେ ବିବାହ କରିବା ପାଇଁ କହିଥିଲି ସିଧା ସିଧା ମନା କରି ଦେଇଥିଲା । ଏହାସହ ମୋ ଫଟୋ ଭିଡିଓକୁ ଭାଇରାଲ କରାଇ ଦେବାକୁ ଧମକ ମଧ୍ୟ ଦେଇଥିଲା । ମୋତେ ଶରିରୀକ ଏବଂ ମାନସିକ ଭାବେ ଚାପ ଦେଉଥିଲା । ଏମିତିକି ମୋତେ ମାରି ଦେବାକୁ ଧମକ ଦେଇଥିଲା । ଏନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଏହାସହ ପଢ଼ନ୍ତୁ : Cousin Marriage in Pakistan: ଭଉଣୀଙ୍କୁ ବାହା ହେବାରେ ପାକିସ୍ତାନ ପ୍ରଥମ, ଆଗକୁ ଭୋଗିବେ ଏହି ଯନ୍ତ୍ରଣା