ମୁମ୍ୱାଇ – ସୋମବାର ଅପର୍ଣ୍ଣା ଠାକୁର ନାମକ ଜଣେ ମହିଳା ଭୋଜପୁରୀ ଷ୍ଟାର ତଥା ଗୋରଖପୁରରୁ ବିଜେପି ସାଂସଦ ରବି କିଶନଙ୍କ ନାଁରେ ଆଣି ଥିଲେ ସାଙ୍ଘାତିକ ଅଭିଯୋଗ। ସେ ତାଙ୍କ ଝିଅଙ୍କର ପିତା ବୋଲି ଦାବି କରି ଥିଲେ। ଅପର୍ଣ୍ଣା ଠାକୁରଙ୍କ କହିବାର ଥିଲା କି ତାଙ୍କର ୨୫ ବର୍ଷିୟା ଝିଅ ଶିନୋଭା, ରବି କିଶନଙ୍କର ଝିଅ। ଏହି ଦାବି ନେଇ ଅଭିନେତାଙ୍କର ପତ୍ନୀ ପ୍ରୀତି ଶୁକ୍ଳା ଅପର୍ଣ୍ଣା ଓ ତାଙ୍କ ଝିଅ ବିରୋଧରେ ପୁଲିସରେ ଏଫଆଇଆର ରୁଜୁ କରିଥିଲେ।
ପ୍ରୀତି ଶୁକ୍ଳା ନିଜର ଏଫଆଇଆର୍ରେ ମହିଳା ଓ ତାଙ୍କର ଝିଅଙ୍କ ଉପରେ ଧମକ ଦେବା, ମିଥ୍ୟାରୋପ ଲଗାଇବା ଓ ଜବରଦସ୍ତି ଟଙ୍କା ଲୁଟିବାକୁ ଚେଷ୍ଟା କରିବାର ଅଭିଯୋଗ ଲଗାଇଛନ୍ତି। ଶିନୋଭା ମଧ୍ୟ ଜଣେ ଅଭିନେତ୍ରୀ। ତାଙ୍କୁ ଫିଲ୍ମ Hiccups and Hookups ରେ ଦେଖିବାକୁ ମିଳିଛି। ଇଣ୍ଡିଆ ଟୁଡେ / ଆଜତକ୍ ସହ କଥାବାର୍ତ୍ତାରେ ଶିନୋଭା କହିଛନ୍ତି କି, କେମିତି ତାଙ୍କ ପରିବାରକୁ ନିର୍ଯାତନା ଦିଆଯାଉଛି। ଏହାସହ ସେ ଏହି ବିବାଦକୁ ଶେଷ କରିବାକୁ ରବି କିଶାନଙ୍କର ପ୍ୟାଟରନିଟି ଟେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି।
ରବି କିଶନଙ୍କ ଉଦ୍ଦେଶ୍ୟରେ ଶିନୋଭା କହିଛନ୍ତି , ଯଦି ଏହା ସତ ନୁହେଁ ତ ଆପଣ ସାମନାକୁ କାହିଁକି ଆସୁ ନାହାନ୍ତି ଏବଂ କହୁଛନ୍ତି କି ଏହା ମିଛ । ମୁଁ କେବଳ ଏହା ଦାବା କରୁଛି କି ଆପଣ ଡିଏନଏ ଟେଷ୍ଟ କରାନ୍ତୁ। ଆପଣ ଚୁପ୍ ଅଛନ୍ତି ଏବଂ କୌଣସି ବି କଥାର ଜବାବ ଦେଉ ନାହାନ୍ତି। ମୋର ପୂରା ପରିବାର , ଜଣେ ଓକିଲ ଓ ଏମିତି କି ଜଣେ ସାମ୍ୱାଦିକଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି । ତାହା ବି ମିଥ୍ୟାରୋପ ସହ ଯେ ଆମେ ଆପଣଙ୍କ ଠାରୁ ଟଙ୍କା ଲୁଟିବାକୁ ଚାହୁଁଛୁ।
ମାମଲାଟି କଣ ଜାଣନ୍ତୁ –
ଲକ୍ଷ୍ନୌରେ ସୋମବାର ଅପର୍ଣ୍ଣା ସୋନି ଓରଫ ଅପର୍ଣ୍ଣା ଠାକୁର ଏକ ପ୍ରେସ୍ କନଫରେନ୍ସ କରିଥିଲେ। ଏହି ସମୟରେ ସେ ଦାବି କରିଥିଲେ କି ଅଭିନେତା ଓ ବିଜେପି ସାଂସଦ ରବି କିଶନ ତାଙ୍କ ଝିଅ ଶିନୋଭାଙ୍କ ପିତା। ଏହାପରେ ଶିନୋଭା ଇନଷ୍ଟାଗ୍ରାମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ୍ କରି ଏକ ଭିଡ଼ିଓ ସେୟାର କରିଥିଲେ। ଭିଡ଼ିଓରେ ସେ ଦୁହିଁଙ୍କୁ ଅନୁରୋଧ କରିଥିଲେ କି ସେମାନେ ସମୟ ବାହାର କରି ଶିନୋଭାଙ୍କୁ ଭେଟନ୍ତୁ। ଶିନୋଭାଙ୍କର କହିବାର ଥିଲା କି ସେ ନିଜର ଦାବି ପଛରେ ପ୍ରମାଣ ମଧ୍ୟ ତାଙ୍କ ସାମ୍ନାରେ ରଖି ପାରିବେ। ଏହାପରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଗ୍ୟର ନିଷ୍ପତ୍ତି କରନ୍ତୁ।
ଏହାପରେ ବୁଧବାର ରବି କିଶନଙ୍କର ପତ୍ନୀ ପ୍ରୀତି ଶୁକ୍ଳା ଲକ୍ଷ୍ନୌର ହଜରଗଞ୍ଜ ପୁଲିସ ଥାନାରେ ଅପର୍ଣ୍ଣା ଠାକୁର , ତାଙ୍କ ଝିଅ ଶିନୋଭା , ସ୍ୱାମୀ ରାଜେଶ ସୋନି , ପୁଅ ସୌନିକ ସୋନି , ସମାଜବାଦୀ ପାର୍ଟିର ନେତା ବିବେକ କୁମାର ପାଣ୍ଡେ ଓ ଜଣେ ଖୁର୍ଶିଦ ଖାନ ନାମକ ସାମ୍ୱାଦିକ ( ଜଣେ ୟୁଟ୍ୟୁବର )ଙ୍କ ବିରୋଧରେ ଏଫଆଇଆର ରୁଜୁ କରାଇ ଥିଲେ।