ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଆରଏସ୍ ଚିଫ୍ କରିପାରିବେନି ନିର୍ବାଚନୀ କ୍ୟାମ୍ପେନ, ୪୮ଘଣ୍ଟାର ରୋକ୍ ଲଗାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ, ୧/୫ : ନିର୍ବାଚନ ଆୟୋଗ ବିଆରଏସ ଚିଫ୍ ଏବଂ ତେଲେଙ୍ଗନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ୪୮ଘଣ୍ଟା ଲାଗି ନିର୍ବାଚନ ପ୍ରଚାର କରିବା ଉପରେ ବ୍ୟାନ୍ ଲଗାଇଛନ୍ତି । ଆଚାର ସଂହିତାର ଉଲ୍ଲଂଘନ କରିବା ପରେ ନିର୍ବାଚନ ଆୟୋଗ ଏହି ନିର୍ଣ୍ଣୟ ନେଇଛନ୍ତି । ତାଙ୍କ ଉପରେ ନିର୍ବାଚନ ପ୍ରଚାରକୁ ନେଇ ଏହି ରୋକ୍ ବୁଧବାରରୁ ଆରମ୍ଭ ହେବ । ପୋଲ ପ୍ୟାନେଲ କଂଗ୍ରେସ ନେତା ଜି ନିରଞ୍ଜନଙ୍କ ତରଫରୁ ଦିଆଯାଇଥିବା ଏକ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯେଉଁଥିରେ ବିଆରଏସ ନେତାଙ୍କ ଉପରେ ପାର୍ଟି ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ଦେବାର ଅଭିଯୋଗ ଲଗାଯାଇଥିଲା ।

ନିର୍ବାଚନ ଆୟୋଗ ୫ଏପ୍ରିଲ ୨୦୨୪ରେ ସିରସିଲାରେ ଦେଇଥିବା ବିବାଦୀୟ ବୟାନକୁ ନେଇ କେସିଆରଙ୍କ ଉପରେ ଏହି ରୋକ୍ ଲଗାଇଛନ୍ତି । ଆୟୋଗ ସମ୍ବିଧାନର ଅନୁଚ୍ଛେଦ ୩୨୪ର ଉଦାହରଣ ଦେଇ ଚନ୍ଦ୍ରଶେଖର ରାଓଙ୍କୁ ଏକ ମଇ ୨୦୨୪ ରାତି ୮ଟାରୁ ୪୮ଘଣ୍ଟା ପର୍ଯ୍ୟନ୍ତ କୌଣସି ସାର୍ବଜନିକ ବୈଠକ, ସାର୍ବଜନିକ ଶୋଭାଯାତ୍ରା, ସାର୍ବଜନିକ ରାଲି, ଶୋ ଏବଂ ସାକ୍ଷାତକାର, ମିଡ଼ିଆରେ ସାର୍ବଜନିକ ଭାଷଣ ଦେବା ଉପରେ ରୋକ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.