ପ୍ରମୁଖ ଖବର
  • ବଡବିଲ : ୨ ଟ୍ରକ ମଧ୍ୟରେ ଚାପି ହୋଇଗଲା କାର, ୬ ମୃତ
  • ||
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ଜାଣନ୍ତୁ ଧ୍ରୁବ୍ ରାଠିଙ୍କ ପତ୍ନୀ ଜୁଲି କିଏ, ତାଙ୍କୁ ନେଇ କାହିଁକି ଚାଲିଛି ଚର୍ଚ୍ଚା ? ଭାଇରାଲ ପୋଷ୍ଟକୁ ନେଇ ଏଭଳି କହିଲେ ୟୁଟ୍ୟୁବର

ନୂଆଦିଲ୍ଲୀ,୧।୫: ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସବୁବେଳେ ସମାଲୋଚନାତ୍ମକ ଭିଡିଓ ତିଆରି କରି ସବୁ ବେଳେ ଚର୍ଚ୍ଚା ରେ ରହିଥାନ୍ତି  ୟୁଟ୍ୟୁବର ଧ୍ରୁବ ରାଠି। ତାଙ୍କ ଭିଡିଓକୁ ଲକ୍ଷ ଲକ୍ଷ ଭିୟୁ ମିଳିଥାଏ। ହେଲେ ଗତ କିଛି ଦିନ ହେବ ସେ ନିଜର ଭିଡିଓ ବ୍ୟତୀତ ବ୍ୟକ୍ତିଗତ ଜୀବନର କଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ, ସେ ପାକିସ୍ତାନୀ ନାଗରିକ ଓ ତାଙ୍କ ପ୍ରକୃତ ନାଁ ବଦରୁଦ୍ଧିନ୍ ରଶିଦ୍‌। ଧ୍ରୁବ ରାଠିଙ୍କ ପତ୍ନୀ ମଧ୍ୟ ପାକିସ୍ତାନୀ ଓ ତାଙ୍କର ନାଁ ଜୁଲେଖା। ଦୁହେଁ ଡନ୍ ଦାଉଦ ଇବ୍ରାହିମ୍‌ର ବଙ୍ଗଳାରେ ରୁହନ୍ତି। ତାଙ୍କୁ ପାକିସ୍ତାନ ସୁରକ୍ଷା ଦେଉଛି। ଏହି ଖବର ନେଇ ଧ୍ରୁବ୍ ରାଠିଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି, ମୋ ପକ୍ଷରୁ ତିଆରି କରାଯାଇଥିବା ଭିଡିଓର ତାଙ୍କ ପାଖରେ କୌଣସି ଜବାବ ନାହିଁ। ତେଣୁ  ସେମାନେ ଏହି ଗୁଜବ ସୃଷ୍ଟି କରୁଛନ୍ତି। ମୋ ପତ୍ନୀଙ୍କ ପରିବାରକୁ ଏହା ଭିତରକୁ ଟାଣିବାକୁ ଆପଣ କେତେ ଚିନ୍ତିତ ? ଆପଣ ଏହି ଆଇଟି ସେଲ୍ କର୍ମଚାରୀଙ୍କ ଘୃଣିତ ନୈତିକତାକୁ ମଧ୍ୟ ଦେଖିପାରିବେ।’  

ଭାଇରାଲ ପୋଷ୍ଟକୁ ଧ୍ରୁବ ରାଠି ଗୁଜବ ବୋଲି କହିଛନ୍ତି। ତେବେ ସେ ତାଙ୍କ ପତ୍ନୀଙ୍କ ପରିଚୟ ଦେଇ ନାହାନ୍ତି। କେବଳ ଏତିକି କହିଛନ୍ତି, ସେ ହେଉଛନ୍ତି ଜର୍ମାନୀର ନାଗରିକ। ଧ୍ରୁବଙ୍କ ପତ୍ନୀଙ୍କ ନାଁ ହେଉଛି ଜୁଲି ରାଠି। ଜୁଲିଙ୍କର ଜର୍ମାନୀରେ ଜନ୍ମ  ଓ ସେ ସେଠାର ନାଗରିକ। ଜୁଲିଙ୍କ ପ୍ରୋଫାଇଲ ଅନୁସାରେ, ସେ ମେଡିକାଲ ପେଶାରେ ଅଛନ୍ତି। ତେବେ ସେ ଏହା ମଧ୍ୟ ସୂଚନା ଦେଇ ନାହାନ୍ତି ଯେ, ତାଙ୍କର ପ୍ରାକ୍ଟିସ୍ କେଉଁଠି ଚାଲିଛି ? ଜୁଲି ମଧ୍ୟ ପ୍ରାୟ ସମୟ ବ୍ଲଗ୍ କରନ୍ତି ଓ ତାଙ୍କର ଭଲ ସବସ୍କ୍ରାଇବର ଅଛନ୍ତି। 

ରିପୋର୍ଟ ଅନୁସାରେ, ଧ୍ରୁବ ରାଠି ଓ ଜୁଲିଙ୍କ ଭିତରେ ପ୍ରଥମ ଥର ୨୦୧୪ ରେ ସାକ୍ଷାତ ହୋଇଥିଲା। ଏହି ସମୟରେ ଧ୍ରୁବ ରାଠି ନିଜର ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ୫ ବର୍ଷର ଡେଟିଂ ପରେ ଧ୍ରୁବ୍ ରାଠି ୨୦୧୯ ରେ ଭାଲେଣ୍ଟାଇନ୍ ଡେ’ ଅବସରରେ ଜୁଲିଙ୍କୁ ପ୍ରପୋଜ୍ କରିଥିଳେ। ଏହାପରେ ନଭେମ୍ବର ୨୦୨୧ ରେ ବିବାହ କରିଥିଲେ। ୨୪ ନଭେମ୍ବରରେ ଧ୍ରୁବ ଓ ଜୁଲିଙ୍କ ଅଷ୍ଟ୍ରିଆର ଭିଏନାରେ ବିବାହ ହୋଇଥିଲା। ଏହାପରେ ଦୁହେଁ ରାଜସ୍ଥାନରେ ମଧ୍ୟ ଭାରତୀୟ ରୀତି-ନୀତି ଅନୁସାରେ ବିବାହ କରିଥିଲେ। ଧ୍ରୁବ ରାଠି ହରିୟାଣାର ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ଜର୍ମାନୀରେ ରହୁଛନ୍ତି।  ଯଦିଓ ସେ ବହୁ ବର୍ଷ ‌ହେବ ଜର୍ମାନୀରେ ରହୁଛନ୍ତି, କିନ୍ତୁ ଏବେ ବି ଭାରତର ଜଣେ ନାଗରିକ। ଉଲେଖନୀୟ ଯେ, ଧ୍ରୁବ ରାଠି ଗତ କିଛି ସମୟ ହେବ ସମାଲୋଚକଙ୍କ ଟାର୍ଗେଟରେ ଅଛନ୍ତି। ସେ ଇଲେକ୍ଟୋରାଲ ବଣ୍ଡ ସ୍କିମ୍‌ରେ ଏକ ବଡ ସ୍କାମ ତିଆରି କରିବାର ଭିଡିଓ କରିଥିଲେ। ଏହି ଭିଡିଓ କାରଣରୁ ସେ ଚର୍ଚ୍ଚାରେ ଥିଲେ। ଏହାଛଡା ମଧ୍ୟ ତାଙ୍କର ସବୁ ଭିଡିଓକୁ ଲକ୍ଷାଧିକ ଭିୟୁ ମିଳୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.