ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେଠିରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ନୁହନ୍ତି ରାହୁଲ, ଏପରିକି ପରିବାରର ଆଉ କେହି ଲଢୁ ଚାହୁଁନାହାନ୍ତି... ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧।୫: ରାହୁଲ ଗାନ୍ଧୀ ଆମେଠି ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି। କଂଗ୍ରେସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାହୁଲ ମନା କରିବା କାରଣରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରିନି। ବର୍ତ୍ତମାନ ମାଲିକାର୍ଜୁନ ଖଡଗେ ତାଙ୍କୁ ରାଜି କରିବାରେ ଲାଗିଛନ୍ତି। ସେ ଯଦି ରାଜି ହୁଅନ୍ତି ତେବେ ତାଙ୍କ ନାଁର ଘୋଷଣା ଗୁରୁବାର ପର୍ଯ୍ୟନ୍ତ ହୋଇପାରେ। ଯଦି ନହୁଅନ୍ତି ତେବେ ଗାନ୍ଧୀ ପରିବାର ବାହାରେ କୌଣସି ନେତାର ନାଁ ଆସିପାରେ। ଏହି କାରଣରୁ ରାହୁଲ ଏହା ମଧ୍ୟ ଚାହାନ୍ତି ନାହିଁ ଯେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଆମେଠି କିମ୍ବା ରାୟବରେଲି ଆସନରୁ ନିର୍ବାଚନ ଲଢନ୍ତୁ।

ଏଭଳି ଭାବରେ ପ୍ରଥମ ଥର ହୋଇପାରେ ରାୟବରେଲି ଓ ଆମେଠି ଦୁଇଟି ଆସନରୁ ଗାନ୍ଧୀ ପରିବାରର କୌଣସି ସଦସ୍ୟ ନିର୍ବାଚନରେ ଓହ୍ଲାଇବେ ନାହିଁ। କଂଗ୍ରେସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାହୁଲ କହିଛନ୍ତି ସେ ନିଜେ ଆମେଠିରୁ ଓ ପ୍ରିୟଙ୍କା ରାୟବରେଲିର ନିର୍ବାଚନ ଲଢିଲେ ବିଜେପି ଏହାକୁ ପରିବାରବାଦ କହି ଆକ୍ରମଣ କରିପାରେ। ଆମେଠିରୁ ନିର୍ବାଚନ ଲଢିବାକୁ ରବର୍ଟ ଭଦ୍ରା ପ୍ରସ୍ତୁତ ଅଛନ୍ତି, କିନ୍ତୁ ରାହୁଲ ଚାହୁଁ ନାହାନ୍ତି ପରିବାରରୁ କେହି ନିର୍ବାଚନ ଲଢୁ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ କଂଗ୍ରେସ ଉପରେ ପରିବାରବାଦର ଅଭିଯୋଗ କରି ଆସୁଛନ୍ତି। ଏବେ ଯଦି ଆମେଠି ଓ ରାୟବରେଲିରୁ ପରିବାରର କେହି ନିର୍ବାଚନ ଲଢନ୍ତି ତେବେ ତାଙ୍କୁ ଅସ୍ତ୍ର ମିଳିଯିବ। ପୂର୍ବରୁ ଚର୍ଚ୍ଚା ହେଉଥିଲା ଆମେଠିରୁ ରାହୁଲ ଓ ରାୟବରେଲିରୁ ପ୍ରିୟଙ୍କା ନିର୍ବାଚନ ଲଢି ପାରନ୍ତି। ତେବେ ରାହୁଲ ଓ ପ୍ରିୟଙ୍କା ଏହି ଦୁଇଟି ସ୍ଥାନରୁ ନିର୍ବାଚନ ଲଢୁନଥିବାର ଜଣା ପଡିବା ପରେ କଂଗ୍ରେସ ଏବେ ଧର୍ମସଙ୍କଟରେ ପଡିଛି। କାରଣ ଅନ୍ୟ କୌଣସି ନେତା ସେଠାରୁ ନିର୍ବାଚନ ଲଢିଲେ ବିଜେପି କହିବ ଭୟରେ ରାହୁଲ ନିର୍ବାଚନ ଲଢିଲେନି। 

  • prameyanews
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.