ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

୧୨୭ ବର୍ଷ ପରେ ଦୁଇ ଭାଗ ହେଲା ‘ଗୋଦରେଜ୍’ ପରିବାର, ଜାଣନ୍ତୁ କାହାକୁ କ’ଣ ମିଳିଲା ?

Published By : Prameya | May 1, 2024 4:53 PM

ନୂଆଦିଲ୍ଲୀ,୧।୫:ଦୁଇ ଖଣ୍ଡ ହେଲା ଦେଶର ସବୁଠାରୁ ପୁରୁଣା ପୁରୁଣା ଉଦ୍ୟୋଗୀ ପରିବାର। ସମ୍ପତ୍ତିର ହେଲା ଭାଗ ବଣ୍ଟା । ଗୋଦରେଜ୍ ଗ୍ରୁପ୍ ଅଫ୍ କମ୍ପାନୀର ସବୁ ସମ୍ପତ୍ତି ଏବେ ହୋଇଛି ବିଭାଜିତ। ଭାରତ ସ୍ୱାଧୀନ ହେବା ପୂର୍ବରୁ ଅର୍ଥାତ୍ ୧୮୯୭ରେ ପ୍ରତିଷ୍ଠା ହୋଇଥିଲା ଗୋଦରେଜ୍ କମ୍ପାନୀ। ଭାରତୀୟ ସେୟାର ବଜାରରେ ଆଗ ତାଲିକାରେ ଥିବା ଏହି କମ୍ପାନୀର ନେଟ୍ ଓର୍ଥ ଏବେ ୨,୩୪ ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ଦୀର୍ଘ ୧୨୭ ବର୍ଷ ପରେ ପରିବାରରେ ସମ୍ପତ୍ତି ଭାଗ ବଣ୍ଟା ହୋଇଛି ।

ଗୋଦରେଜ୍ ପରିବାର ଏହି ଭାଗବଣ୍ଟାକୁ ନେଇ ଏକ ଚୁକ୍ତି ଉପରେ ସାଇନ୍ କରିଛି। ଏହା ପରେ ଗ୍ରୁପ୍‌ ବ୍ୟବସାୟକୁ ବଣ୍ଟା ଯିବା ନେଇ ଘୋଷଣା କରଛି। ଗ୍ରୁପର ପାଞ୍ଚୋଟି କମ୍ପାନୀ ସେୟାର ବଜାରରେ ଲିଷ୍ଟେଡ୍ ରହିଛି ଓ ଏଥିରେ ଗୋଦରେଜ୍ ଇଣ୍ଡଷ୍ଟ୍ରି, ଗୋଦରେଜ୍ କନଜ୍ୟୁମର ପ୍ରଡକ୍ଟ, ଗୋଦରେଜ୍ ପ୍ରପର୍ଟିଜ୍, ଗୋଦରେଜ ଆଗ୍ରୋଭେଟ୍, ଓ ଆସେଟେକ୍ ଲାଇଫ୍ ସାଇନ୍ସେଜ୍ ମାଲିକାନା ୮୨ ବର୍ଷିୟ ଆଦି ଗୋଦେରେଜ ଓ ତାଙ୍କ ଭାଇ ୭୩ ବର୍ଷୀୟ ନାଦିର ଗୋଦରେଜଙ୍କୁ ମିଳିଛି । ସେହିପରି ତାଙ୍କ ସମ୍ପର୍କୀୟ ଭାଇ ଜମସେଦ୍ ଗୈର୍ ଓ ତାଙ୍କ ଭଉଣୀ ସ୍ମିତା କ୍ରିଷ୍ଣାଙ୍କୁ ସୂଚିବଦ୍ଧ ଗୋଦରେଜ୍ ଆଣ୍ଡ ବାୟସ୍ ମାନ୍ୟୁଫୃାକ୍ଚରିଙ୍ଗ କମ୍ପାନୀ ମିଳିଛି ।

ଆଦି ଗୋଦେରେଜ ବର୍ତ୍ତମାନ ଗୋଦରେଜ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ଓ ତାଙ୍କ ଭାଇ ନାଦିର, ଗୋଦରେଜ୍ ଇଣ୍ଡଷ୍ଟ୍ରୀଜ୍ ଓ ଗୋଦରେଜ୍ ଏଗ୍ରୋଭେଟ୍‌ର ଅଧ୍ୟକ୍ଷ ଅଛନ୍ତି। ଏହାଛଡା ତାଙ୍କ ଦାଦା ପୁଅ ଭାଇ ଜମସେଜ୍ ଗୈର ସୂଚୀବନ୍ଧ ଗୋଦରେଜ୍ ଆଣ୍ଡ ବାୟସ୍ ମାନୁଫାକଚରିଂ କମ୍ପାନୀର ଅଧ୍ୟକ୍ଷ ଅଛନ୍ତି। ସେଭଳି ତାଙ୍କ ଭଉଣୀ ସ୍ମିତା କୃଷ୍ଣା ଓ ଋଷଦ ଗୋଦରେଜଙ୍କ ମଧ୍ୟ ଗୋଦରେଜ୍ ଆଣ୍ଡ ବାୟସ୍‌ରେ ସେୟାର ରହିଛି, ଯାହାଙ୍କ ପାଖରେ ବିକ୍ରୋଲି ଓ ଅଧିକାଂଶ ସମ୍ପତ୍ତି ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.