ନୂଆଦିଲ୍ଲୀ,୧୨।୧: ରୋଷେଇ ଘରର ଅତ୍ୟାବଶ୍ୟକୀୟ ସାମଗ୍ରୀ, ବିଶେଷକରି ପନିପରିବା ଏବଂ ପ୍ରୋଟିନଯୁକ୍ତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଛି। ଏହି ଯୋଗୁଁ ଡିସେମ୍ବର ୨୦୨୫ରେ ରେ ଖୁଚୁରା ମୁଦ୍ରାସ୍ଫୀତି ତିନି ମାସର ସର୍ବୋଚ୍ଚ ୧.୩୩ ପ୍ରତିଶତରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁଯାୟୀ, ଏହା ନଭେମ୍ବରରେ ୦.୭୧ ପ୍ରତିଶତରୁ ବୃଦ୍ଧି ପାଇ ୧.୩୩% ପହଞ୍ଚିଛି। ପୂର୍ବ ସର୍ବାଧିକ ହାର ସେପ୍ଟେମ୍ବରରେ ୧.୪୪% ପ୍ରତିଶତ ଥିଲା। ମୁଖ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିଲେ ମଧ୍ୟ, ଖାଦ୍ୟ ମୁଦ୍ରାସ୍ଫୀତି ନକାରାତ୍ମକ କ୍ଷେତ୍ରରେ ରହିଛି, ଯାହା ଗ୍ରାହକଙ୍କୁ ମିଶ୍ରିତ ଆଶ୍ୱସ୍ତି ପ୍ରଦାନ କରୁଛି।

ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ଖାଦ୍ୟ ମୁଦ୍ରାସ୍ଫୀତି ଲଗାତାର ସପ୍ତମ ମାସ ପାଇଁ ନକାରାତ୍ମକ ରହିଛି। ଡିସେମ୍ବରରେ ଏହା (-) ୨.୭୧ ପ୍ରତିଶତ ରେକର୍ଡ କରାଯାଇଥିଲା। ତଥାପି, ଏହା ନଭେମ୍ବରରେ (-) ୩.୯୧ ପ୍ରତିଶତରୁ ସାମାନ୍ୟ ବୃଦ୍ଧି ପାଇଛି, ଯାହା ଖାଦ୍ୟ ମୂଲ୍ୟରେ ଆଂଶିକ ପୁନରୁଦ୍ଧାରକୁ ପ୍ରତିଫଳିତ କରେ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଯେଉଁ ଡାଟା ଜାରି ରହିଛି। ତାହା ଅନୁସାରେ, ଡିସେମ୍ବର ୨୦୨୫ ରେ ମୁଖ୍ୟ ଏବଂ ଖାଦ୍ୟ ମୁଦ୍ରାସ୍ଫୀତିରେ ବୃଦ୍ଧି ମୁଖ୍ୟତଃ ପର୍ସନାଲ କେୟାର ଏବଂ ଇଫେକ୍ଟ, ପନିପରିବା, ମାଂସ ଏବଂ ମାଛ, ଅଣ୍ଡା, ମସଲା ଏବଂ ଡାଲି ଏବଂ ସେଗୁଡ଼ିକର ଉତ୍ପାଦର ମୂଲ୍ୟ ବୃଦ୍ଧି ଯୋଗୁଁ ହୋଇଥିଲା।

ଏହି ଡାଟା ମୁଦ୍ରା ନୀତି ଦୃଷ୍ଟିରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ପିତୀ ଲଗାତାର ଚତୁର୍ଥ ମାସ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ‘ଜିରୋ ଟଲେରାନ୍ସ ସୀମା’ରୁ ତଳେ ରହିଛି। ସରକାର କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାସ୍ପିତୀକୁ ୪% ରଖିବାର ଲକ୍ଷ୍ୟ ରଖିଛନ୍ତି। ଯେଉଁଥିରେ ଦୁଇ ପଟେ ୨%ର ମାର୍ଜିନ ରହିଛି(ଅର୍ଥାତ ୨% ରୁ ୬% ରେଞ୍ଜ) ୧.୩୩%ର ସଂଖ୍ୟା ୨%ର ନିମ୍ନ ସୀମାଠାରୁ ବି କମ୍ ରହିଛି,ଯାହାକି ଦର୍ଶାଉଛି ଯେ,ଅର୍ଥବ୍ୟବସ୍ଥାରେ ଏବେ ବି ମୂଲ୍ୟ ବୃଦ୍ଧି ହାର ଖୁବ୍ ଧିମା ରହିଛି।

ଦରଦାମ୍ ବୃଦ୍ଧିର ମୁଖ୍ୟ କାରକ ?

-ପନିପରିବା ଏବଂ ମସଲା: ରୋଷେଇ ବଜେଟ୍ ପ୍ରଭାବିତ ହୋଇଥିଲା।

-ପ୍ରୋଟିନ୍ ଉତ୍ସ: ମାଂସ, ମାଛ, ଅଣ୍ଡା ଏବଂ ଡାଲିର ମୂଲ୍ୟ ବୃଦ୍ଧି ପାଇଛି।

-ଅନ୍ୟାନ୍ୟ: ପର୍ସନାଲ କେୟାରରେ ଉତ୍ପାଦରେ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇଛି।

ଡିସେମ୍ବରର ତଥ୍ୟ ଦର୍ଶାଉଛି ଯେ ମୁଦ୍ରାସ୍ଫୀତି ଏହାର ସର୍ବନିମ୍ନ ସ୍ତରରୁ ବୃଦ୍ଧି ପାଇ ତିନି ମାସର ଶିଖରରେ ପହଞ୍ଚିଛି, ତଥାପି ଏହା ଆରବିଆଇ ଦ୍ୱାରା ନିର୍ଦ୍ଧାରିତ ନିମ୍ନ ସୀମା (୨%) ତଳେ ଅଛି। ଖାଦ୍ୟ ମୁଦ୍ରାସ୍ଫୀତିରେ ନିରନ୍ତର ନକାରାତ୍ମକ ଧାରା ସୂଚାଇ ଦେଉଛି ଯେ ଗ୍ରାମୀଣ ଏବଂ କୃଷି ଚାହିଦା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବୃଦ୍ଧି ପାଇନାହିଁ।