ଭୁବନେଶ୍ଵର, ୨୩/୦୬ : ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ଆସନ୍ତା ୨୮ ତାରିଖରେ ହେବ ଆରଆଇ ଅମିନ ପରୀକ୍ଷା। ବଦଳିବ ଓଟିଇଟି ପରୀକ୍ଷା ତାରିଖ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦୁଇଟି ଯାକ ପରୀକ୍ଷା ଗୋଟିଏ ଦିନରେ ପଡୁଥିବାରୁ ପରୀକ୍ଷା ତାରିଖ ବଦଳାଇବାକୁ ଗଣଶିକ୍ଷା ବିଭାଗ ସହିତ ଆଲୋଚନା ହୋଇଛି। ଆରଆଇ ଅମିନ ପରୀକ୍ଷାର ଏହା ଶେଷ ପର୍ଯ୍ୟାୟ। ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
ସେହିପରି ଜୁନ୍ ୨୮ରେ ହେବାକୁ ଥିବା ଓଟିଇଟି ପରୀକ୍ଷା ଜୁଲାଇ ୫ ତାରିଖରେ ହେବ। ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ କରିସାରିଥିଲେ ଆଉଥରେ ଡାଉନଲୋଡ୍ ମନା।
ଆହୁରି ପଢନ୍ତୁ- ପାଠ୍ୟପୁସ୍ତକରେ ତ୍ରୁଟି ଘଟଣା: ବାରମ୍ବାର ଅଭିଯୋଗ କଲେ ଶିକ୍ଷକ, ଭୁଲ ଜାଣି ବି ଦୁଇ ମାସ ଚୁପ୍ ବସି ରହିଲେ..