ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

ନିର୍ବାଚନ ମୈଦାନରେ ୩୬ ବର୍ଷିୟ ଅଟୋ ଚାଳକ : ବାରାମତିରୁ ଶରଦ ପୱାରଙ୍କ ଝିଅଙ୍କ ବିରୋଧରେ ଲଢିବେ ଇଲେକ୍ସନ

ମୁମ୍ୱାଇ : ଲୋକସଭା ନିର୍ବାଚନରେ ଯେଉଁ ପ୍ରମୁଖ ସିଟ୍‌ରେ ଲୋକଙ୍କ ନଜର ରହିଛି, ଏଥିରେ ଗୋଟିଏ ସିଟ୍‌ ମହାରାଷ୍ଟ୍ରର ବାରାମତି ସିଟ୍‌ ମଧ୍ୟ ରହିଛି। ଏଠାରେ ଏନସିପି (ଅଜିତ ପୱାର ଦଳ) ପକ୍ଷରୁ ଅଜିତ ପୱାରଙ୍କର ପତ୍ନୀ ସୁନେତ୍ରା ପୱାରଙ୍କୁ ଠିଆ କରାଯାଇଛି। ସେପଟେ ଏନସିପି (ଶରଦ ପୱାର ଦଳ) ପକ୍ଷରୁ ଶରଦ ପୱାରଙ୍କ ଝିଅ ସୁପ୍ରିୟା ସୁଲେ ପୁଣି ଥରେ ମୈଦାନରକୁ ଓହ୍ଲାଇବେ। ଏବେ ଏହି ମଧ୍ୟରେ, ଜଣେ ନୂଆ ନିର୍ଦଳୀୟ ପ୍ରାର୍ଥୀଙ୍କ ନାମ ସମସ୍ତଙ୍କୁ ଚମକାଇ ଦେଇଛି। ଉଲ୍ଲେଖନୀୟ ଯେ, ବାରାମତି ସିଟ୍‌ରୁ ଜଣେ ଶରଦ ପୱାର ନାମକ ଯୁବ ନେତା ନିର୍ଦଳୀୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ୩୬ ବର୍ଷିୟ ଶରଦ ପୱର ପେଶାରେ ଅଟୋ ରିକ୍ସା ଚାଳକ ଏବଂ ମହାରାଷ୍ଟ୍ରର ପ୍ରସିଦ୍ଧ ନେତା ଶରଦ ପୱାରଙ୍କ ପରି ନାମ ଥିବା କାରଣରୁ ଚର୍ଚ୍ଚାରେ ରହିଛନ୍ତି। 

ଟାଇମ୍ସ ଅଫ୍‌ ଇଣ୍ଡିଆ  ଅନୁସାରେ, ଶରଦ ପୱାର ନାମକ ଯୁବକଙ୍କର କହିବାନୁସାରେ ,ତାଙ୍କର ଏହି ନାଁ ମଧ୍ୟ ଏନସିପିର ଶରଦ ପୱାରଙ୍କ ନାମରେ ୧୯୮୮ରେ ତାଙ୍କର ଜେଜେ ରଖିଥିଲେ। ଶରଦ ପୱାର କହିଛନ୍ତି, ଆମ କଥା କେହି ଶୁଣି ନାହାନ୍ତି। ମୋର ଆଶା କି, ସାହେବ ହିଁ ଆମର ସାହାଯ୍ୟ କରିବେ। ମୋ ନାଁ ତାଙ୍କ ନାଁ ଅନୁସାରେ ରହିଛି। ଯେବେ ସେ ଜଣେ ବଡ଼ ମନ୍ତ୍ରୀ ଥିଲେ, ସେତେବେଳେ ମୋର ଜେଜେ ମୋ ନାଁ ରଖି ଥିଲେ। ୩୬ ବର୍ଷିୟ ଶରଦ ପୱାର ନିର୍ବାଚନ ଲଢିବା କାରଣ ବି କହିଛନ୍ତି। ସେ କହିଛନ୍ତି କି, ଗିଗ୍ ୱାର୍କରଙ୍କୁ ତାଙ୍କ ସ୍ଥିତିରେ ଛାଡ଼ି ଦିଆ ଯାଇଛି। ଏହି କାରଣରୁ ଆମେ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛୁ। ପ୍ରଚାର ପାଇଁ ବହୁତ ଅଧିକ ଟଙ୍କାର ଆବଶ୍ୟକ ରହିଛି, ମୋତେ ଏମିତି ଲାଗୁଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ଆମକୁ ସମର୍ଥନ ଦେବେ। 

କହି ରଖୁଛୁ କି , ଇଣ୍ଡିଆନ ଗିଗ୍‌ ୱାର୍କର୍ସ ଫ୍ରଣ୍ଟର ଶରଦ ପୱାର ମଧ୍ୟ ସଦସ୍ୟ ଅଛନ୍ତି। ଏହି ଫ୍ରଣ୍ଟ ମହାରାଷ୍ଟ୍ରର ପୁନେ , ମାୱଲ ଶିରୁର ସିଟ୍‌ରେ ମଧ୍ୟ ନିଜର ପ୍ରାର୍ଥୀ ଠିଆ କରାଇବାକୁ ଯାଉଛି। ମାୱଲରେ କ୍ୟାବ୍‌ ଡ୍ରାଇଭର ସନ୍ତୋଷ ଭାଲଗୁଡଙ୍କୁ ଟିକେଟ୍‌ ଦିଆଯାଇଛି, ପୁଣେରେ ଟେମ୍ପୋ ଡ୍ରାଇଭର ମନୋଜ ବେତାଲକୁ ମୈଦାନରେ ଓହ୍ଲାଇ ଦିଆ ଯାଇଛି। ସେପଟେ , ଶିରୁରରୁ ଫୁଡ୍‌ ଡେଲିଭରୀ କରୁଥିବା ସ୍ୱପ୍ନିଳଙ୍କୁ ଟିକେଟ୍‌ ଦିଆଯାଇଛି। ଇଣ୍ଡିଆନ ଗିଗ୍‌ ୱାର୍କର୍ସ ଫ୍ରଣ୍ଟର ଅଧ୍ୟକ୍ଷ କେଶବ କ୍ଷୀରସାଗରଙ୍କ କହିବା ହେଲା କି, ୪ଜଣ ପ୍ରାର୍ଥୀଙ୍କର ସମର୍ଥନରେ ୧୮ ଅପ୍ରେଲ୍‌କୁ କଲେକ୍ଟର କାର୍ଯ୍ୟାଳୟରେ ଏକ ରାଲି ଆୟୋଜିତ କରାଯିବ। ସେ କହିଛନ୍ତି, ସେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ଏବଂ ଲୋକେ ଆମର ସମର୍ଥନର ଆଧାରକୁ ଦେଖିବେ। 

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ କାଲି ଅର୍ଥାତ୍‌ ଶୁକ୍ରବାର ଠାରୁ ଆରମ୍ଭ ହେଉଛି। ମହାରାଷ୍ଟ୍ରର ୪୮ ଲୋକସଭା ସିଟ୍‌ରେ ୫ଟି ଫେଜ୍‌ରେ ୧୯ ଅପ୍ରେଲରୁ ୨୦ ମେ' ମଧ୍ୟରେ ମତଦାନ ହେବ। ବାରାମତି କଥା ଯଦି କହିବା ତ ଏଠାରେ ୭ ମେ’ରେ ଭୋଟିଂ ହେବ। ଏହିଥର ଶରଦ ପୱାରଙ୍କ ଝିଅ ଓ ବାରାମତିରେ ସାଂସଦ ସୁପ୍ରିୟା ସୁଲେଙ୍କୁ ଅଜିତ ପୱାରଙ୍କର ପତ୍ନୀଙ୍କ ସହ କଡ଼ା ଟକ୍କର ମିଳିବାର ସମ୍ଭାବନା ରହିଛି। ବାରାମତି ସମେତ ସାରା ଦେଶର ୫୪୩ଟି ଲୋକସଭା ସିଟ୍‌ରେ ଭୋଟର ଗଣନା ୪ ଜୁନ୍‌ରେ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.