ନୂଆଦିଲ୍ଲୀ, ୨୩/୧୧ : ଆଇପିଏଲ୍ ୨୦୨୫ ମେଗା ଅକ୍ସନର ଆୟୋଜନ ରବିବାରରୁ ହେବ । ଏହାପୂର୍ବରୁ ଏକ ମକ୍ ଅକ୍ସନରେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଖେଳାଳୀ ଋଷଭ ପନ୍ତ ସବୁଠାରୁ ମହଙ୍ଗା ବିକ୍ରି ହୋଇଛନ୍ତି । ପନ୍ତଙ୍କ ଉପରେ ମକ୍ ଅକ୍ସନରେ ପଞ୍ଜାବ କିଙ୍ଗ୍ସ ବାଜି ଲଗାଇଛି ଏବଂ ତାଙ୍କୁ ୩୩କୋଟିରେ କିଣିଛି । ପନ୍ତଙ୍କ ସହ କେଏଲ ରାହୁଲ, ଶ୍ରେୟସ ଅୟର ଏବଂ ଇଶାନ କିଶାନ ସବୁଠାରୁ ମହଙ୍ଗା ବିକ୍ରି ହୋଇଛନ୍ତି । ୟୁଜବେନ୍ଦ୍ର ଚହଲ ଏବଂ ଅଷ୍ଟେ୍ରଲିଆ ଖେଳାଳୀ ମିଚେଲ ମାର୍ଶବି ମହଙ୍ଗା ବିକ୍ରି ହୋଇଛନ୍ତି ।
ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ରିଲିଜ କରି ଦେଇଛି । ଏବେ ସେ ମେଗା ଅକ୍ସନରେ ମୋଟା ଅଙ୍କର କଲେକ୍ସନ କରିପାରନ୍ତି । ଋଷଭ ପନ୍ତଙ୍କ ଉପରେ ମକ୍ ଅକ୍ସନରେ ରେକର୍ଡ଼ ସ୍ତରର ବାଜି ଲଗାଯାଇଛି । ସେ ଜିଓ ସିନେମାର ମକ୍ ଅକ୍ସନରେ ସବୁଠାରୁ ମହଙ୍ଗା ବିକ୍ରି ହୋଇଛନ୍ତି । ପନ୍ତଙ୍କୁ ପଞ୍ଜାବ କିଙ୍ଗ୍ସ ୩୩କୋଟି ଟଙ୍କାରେ କିଣିଛି । କେଏଲ ରାହୁଲଙ୍କ ଉପରେ ଆରସିବି ବଡ଼ ବାଜି ଲଗାଇଛି । ଆରସିବି ରାହୁଲଙ୍କୁ ୨୯.୫କୋଟି ଟଙ୍କାରେ କିଣିଛି । ଶ୍ରେୟସ ଅୟରଙ୍କ କଥା ଯଦି ଆମେ କହିବା ତେବେ ତାଙ୍କୁ କେକେଆର ୨୧ କୋଟି ଟଙ୍କାରେ କିଣିଛି । ମୁମ୍ବାଇ ଇଣ୍ଡିଆନ୍ସ ଚଳିତଥର ଇଶାନ କିଶନଙ୍କୁ ରିଟେନ କରିନାହିଁ । ତାଙ୍କୁ ଜିଓ ସିନେମାର ମକ୍ ଅକ୍ସନରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି । ଇଶାନଙ୍କୁ ୧୫.୫କୋଟି ଟଙ୍କା ମିଳିଛି । ୟୁଜବେନ୍ଦ୍ର ଚହଲଙ୍କୁ ହାଇଦ୍ରାବାଦ ୧୫କୋଟିରେ କିଣିଛି । ମୁମ୍ବାଇ ଇଣ୍ଡିଆନ୍ସ ମିଚେଲ ମାର୍ଶଙ୍କ ଉପରେ ବାଜି ଲଗାଇଛି । ସେ ୧୮କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ।
ଆଇପିଏଲ୍ ୨୦୨୫ ମେଗା ଅକ୍ସନର ଆୟୋଜନ ୨୪ ଏବଂ ୨୫ନଭେମ୍ବରରେ ଜେଦ୍ଦାରେ ହେବ । ଏଥିରେ ୫୭୪ଖେଳାଳୀଙ୍କ ଉପରେ ବାଜି ଲଗାଯାଇଛି । ମେଗା ଅକ୍ସନରେ କେତେକ ଖେଳାଳୀଙ୍କ ବେସ ପ୍ରାଇସ ୨କୋଟି ଟଙ୍କା ଅଟେ । ସେହିଭଳି କିଛି ଖେଳାଳୀଙ୍କ ବେସ ପ୍ରାଇସ ୧.୫୦କୋଟି ଟଙ୍କା ଅଟେ ।