ସୋର,୧୭/୧୦: ପୋଲ ନିର୍ମାଣ କାର୍ଯ୍ୟରେ ଅବହେଳା ହେତୁ ୧୬ନମ୍ବର ଜାତୀୟ ରାଜପଥର ଉତ୍ତରେଶ୍ୱର ଠାରେ ରାସ୍ତା ଅବରୋଧ ।ସ୍ଥାନୀୟ ନାଗରିକ ମଞ୍ଚ ଡାକରାରେ ଜାତୀୟ ରାଜପଥ ଅବରୋଧ । ଏହି ଆନ୍ଦୋଳନକୁ ସମର୍ଥନ କଲା କଂଗ୍ରେସ ଦଳ ।

ସୂଚନା ମୁତାବକ,  ଗତ ଛଅ ବର୍ଷ ଧରି ଉତ୍ତରେଶ୍ୱର ଗଲପୋଲ ଓସାରିଆ ଓ ରlଣିତାଲ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଏକ ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାମ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ । ଏହାର ପ୍ରତିବାଦ କରି ସ୍ଥାନୀୟ ନାଗରିକ ମଞ୍ଚ ଏନ୍‌ଏଚ୍‌ ୧୬ ବନ୍ଦ ଡାକରା ଦେଇ ରାସ୍ତା ଅବରୋଧ କରିଛନ୍ତି । ଏହି ପ୍ରତିବାଦକୁ ସମର୍ଥନ କଲା କଂଗ୍ରେସ ଦଳ ।