ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦିନ ଦ୍ଵିପ୍ରହରରେ ଲଙ୍କା ଗୁଣ୍ଡ ଫିଙ୍ଗି ଡ଼କାୟତି ଉଦ୍ୟମ, ଜଣେ ଗିରଫ ୨ ଫେରାର୍

Published By : Rasmita Pradhan | April 21, 2025 1:45 PM

ଭବାନୀପାଟଣା, ୨୧/୪ : ଭବାନୀପାଟଣା ସହରରେ ଦିନ ଦ୍ଵିପ୍ରହରରେ ଡକାୟତି। ଲଙ୍କା ଗୁଣ୍ଡ ସହ ବୋମା ପକାଇ ଟଙ୍କା ବ୍ୟାଗ୍ ଝାମ୍ପି ନେବାକୁ ଉଦ୍ୟମ କଲେ ୩ ଡକାୟତ। ଗ୍ରାମବାସୀ ଜଣେ ଲୁଟେରାକୁ କାବୁ କରିଥିବା ବେଳେ ଆଉ ୨ ଜଣ ଫେରାର୍ ହୋଇଯାଇଛନ୍ତି। 

ସୂଚନାନୁଯାୟୀ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନୀପୁର ଗ୍ରାମର ନରେଶ ସାହୁ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିଲେ। ମହାବୀରପଡା ନିକଟରେ ଗୋଟିଏ ଦୋକାନରେ ଥଣ୍ଡା ପିଇବା ପାଇଁ ଅଟକି ଥିଲେ। ଏତିକି ବେଳେ ତିନି ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ତାଙ୍କ ଉପରକୁ ଲଙ୍କା ଗୁଣ୍ଡ ସହିତ ଗୋଟିଏ ବୋମା ଫିଙ୍ଗି ଦେଇଥିଲେ। ନରେଶଙ୍କ ଠାରୁ ଟଙ୍କା ବ୍ୟାଗ୍ ଝାମ୍ପିବା ପାଇଁ ଚେଷ୍ଟା କରୁଥିଲେ। ବୋମା ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ। ଫଳରେ ଦୁର୍ବୃତ୍ତମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଗ୍ରାମବାସୀମାନେ ଜଣକୁ କାବୁ କରିଥିବା ବେଳେ ଦୁଇ ଜଣ ଫେରାର୍ ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଧରିବା ପାଇଁ ସଦର ଏସଡିପିଓ ଛାନଭିନ୍ ଚଳାଇଥିବା କହିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଜଘନ୍ୟ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.