ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଛାଡ଼ୁଛନ୍ତି ଋଷ ଅଞ୍ଚଳ, ହାତରୁ ଗଲା ନିଜ ଇଲାକା; ଜେଲେନ୍କିଙ୍କୁ ଭାରି ପଡ଼ିଛି ପୁଟିନ ସେନା ଉପରେ ଆକ୍ରମଣ ?

Published By : Soubhagya Ranjan | November 20, 2024 1:48 PM

Image source: NBT

ନୂଆଦିଲ୍ଲୀ,୨୦/୧୧: ୟୁକ୍ରେନର ରାଷ୍ଟ୍ରପତି ଲଗାତାର ରୁଷ ବିରୋଧରେ ଆକ୍ରୋଶ ପ୍ରଦର୍ଶନ କରୁଛନ୍ତି। ଏଥିରେ କୁର୍ସ୍କ ଅଞ୍ଚଳରେ ପ୍ରଥମ ଆକ୍ରମଣ ଏବଂ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ରର ବ୍ୟବହାର କରାଯାଇଥିଲା। ତଥାପି, ସେମାନେ ଲାଭ ବଦଳରେ କ୍ଷତି ସହିଛନ୍ତି। ଋଷ ସେନା ୟୁକ୍ରେନକୁ ମାଡ଼ି ଚାଲିଛନ୍ତି। ଇନଷ୍ଟିଚ୍ୟୁଟ୍ ଫର୍ ଷ୍ଟଡି ଅଫ୍ ୱାର୍ ର ତଥ୍ୟ ଦର୍ଶାଉଛି ଯେ ୨୦୨୩ ତୁଳନାରେ ଋଷ ୨୦୨୪ ରେ ଛଅ ଗୁଣ ଅଧିକ ସ୍ଥାନ ଅଧିକାର କରିଛି। ବିଶେଷକରି ୟୁକ୍ରେନର କୁର୍ସ୍କ ଅଞ୍ଚଳରେ ଆକ୍ରମଣ ପରେ ଋଷର ଅଗ୍ରଗତି ବୃଦ୍ଧି ପାଇଛି।

ବିବିସି ରିପୋର୍ଟ ଅନୁଯାୟୀ, ଋଷ ପୂର୍ବ ଡୋନ୍ବାସ୍ ଅଞ୍ଚଳର ପ୍ରମୁଖ ୟୁକ୍ରେନ ଲଜିଷ୍ଟିକ୍ ହବ୍ ଆଡକୁ ଦ୍ରୁତ ଗତିରେ ବଢ଼ୁଛି। ରୁଷର କୁର୍ସ୍କ ଅଞ୍ଚଳ ଦଖଲ ଯୋଗୁଁ ୟୁକ୍ରେନ ଦ୍ୱାରା ମିଳିଥିବା ଲାଭ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ଋଷର ସୈନ୍ୟମାନେ ଏହି ଅଞ୍ଚଳରେ କିଭ୍ ଆକ୍ରମଣକୁ ପଛରେ ପକାଇଛି। ୟୁକ୍ରେନର ସୈନ୍ୟ ଅଭାବକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଜେଲେନ୍‌ସ୍କିଙ୍କ ଆକ୍ରମଣକୁ 'ରଣନୈତିକ ବିପର୍ଯ୍ୟୟ' ବୋଲି କହିଛନ୍ତି।

ପୂର୍ବ ୟୁକ୍ରେନ ଆଡ଼କୁ ବଢ଼ୁଛି ଋଷ: 

ପୂର୍ବ ୟୁକ୍ରେନରେ ପ୍ରାରମ୍ଭିକ ଯୁଦ୍ଧରେ ଋଷର ସେନା ଦ୍ରୁତ ଅଗ୍ରଗତି କରିଥିଲା କିନ୍ତୁ ପରେ ୟୁକ୍ରେନ୍‌ର ପ୍ରତିପକ୍ଷ ଆକ୍ରମଣ ଦ୍ବାରା ପଛକୁ ପାଦ ପକାଇଥିଲା। ଏହା ପରେ, ୨୦୨୩ ରେ ଉଭୟ ପକ୍ଷ କୌଣସି ବଡ଼ ଲାଭ କରିନଥିଲେ ଏବଂ ବିବାଦ ମୁଖ୍ୟତଃ ଏକ ଅସ୍ଥିରତାରେ ପରିଣତ ହୋଇଥିଲା। ଅପରପକ୍ଷେ, ୨୦୨୪ ପାଇଁ ଆଇଏସ୍‌ଡବ୍ଳୁ ତଥ୍ୟ ଦର୍ଶାଏ ଯେ ଏହି ବର୍ଷ ଋଷ ପାଇଁ ସହଜ ହୋଇଛି ଏବଂ ୟୁକ୍ରେନ ପାଇଁ କଷ୍ଟକର ହୋଇପଡ଼ିଛି। ଆଇଏସ୍‌ଡବ୍ଳୁ ତଥ୍ୟ ଦର୍ଶାଉଛି ଯେ ମସ୍କୋର ସୈନ୍ୟମାନେ ଚଳିତ ବର୍ଷ ୟୁକ୍ରେନର ପ୍ରାୟ ୨୭୦୦ ବର୍ଗ କିଲୋମିଟର ଦଖଲ କରିଛନ୍ତି। 

ତମାମ ଘଟଣାବଳୀ ଓ ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଏବେ ଋଷ ନୂଆ ରଣନୀତି ଆପଣେଇବାରେ ଲାଗିଛି। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ମଙ୍ଗଳବାର ୧,୦୦୦ ଦିନ ପୂରିଥିବାବେଳେ ୟୁକ୍ରେନ୍‌ ଉପରେ ରୁଷ୍‌ ଅଧିକ ଆକ୍ରମଣାତ୍ମକ ହୋଇଛି । ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତି କରିଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପରମାଣୁ ଅସ୍ତ୍ରର ବ୍ୟବହାର ଲାଗି ଥିବା ଏକ ନିୟମକୁ ବଦଳାଇବା ପାଇଁ ପୁଟିନ ଅନୁମତି ଦେଇଛନ୍ତି । ଯଦି କୌଣସି ଦେଶ କୌଣସି ପରମାଣୁ ଶକ୍ତିସମ୍ପନ୍ନ ଦେଶ ସହ ମିଶି ରୁଷ୍‌ ଉପରେ ଆକ୍ରମଣ କରେ ତେବେ ଏପରି ସ୍ଥିତିରେ ମସ୍କୋ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିପାରିବ ବୋଲି ସଂଶୋଧିତ ହେବାକୁ ଥିବା ନିୟମରେ ରହିଛି । ଦୁଇ ଦିନ ପୂର୍ବରୁ ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ରୁଷ୍‌ ଭିତରେ ଦୂର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ମିସାଇଲ ବ୍ୟବହାର ଲାଗି ଅନୁମତି ଦେଇଥିଲେ । ଏହାକୁ ନେଇ ରୁଷ୍‌ ଅଧିକ ଚିଡ଼ି ଯାଇଛି । ଜବାବରେ ପୁଟିନ୍‌ ଏପରି ନିଷ୍ପତ୍ତି ନେଇଛନ୍ତି । ରୁଷ୍‌ର ଏହି ପଦକ୍ଷେପ ପରମାଣୁ ଆକ୍ରମଣ ସମେତ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କାକୁ ବଢ଼ାଇଦେଇଛି । 

ଏହା ପରେ ନାଟୋରେ ଥିବା ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ଛନକା ପଶିଛି । ଭୟଙ୍କର ଯୁଦ୍ଧର ମୁକାବିଲା ପାଇଁ ନାଟୋ ଦେଶଗୁଡ଼ିକ ଏହାର ଲୋକଙ୍କୁ ସଚେତନ ରହିବାକୁ କହିବା ସହ ଖାଦ୍ୟ, ପାନୀୟ ଭଳି ଜରୁରି ସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଅନୁମତି ପାଇବା ପରେ ୟୁକ୍ରେନ୍‌ ରୁଷ୍‌ର ବ୍ରାୟାନସ୍କ ଅଞ୍ଚଳକୁ ଆମେରିକା ନିର୍ମିତ ଏଟିଏସିଏମ୍‌ଏସ୍‌ ମିସାଇଲ ମାଡ଼ କରିଥିବା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବିବାଦ ଘନାଉଛି, ଭୟ ବଢ଼ୁିବାରେ ଲାଗିଛି। ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ଉପସଂହାରକୁ ଅପେକ୍ଷା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.