ନିର୍ବାଚନ ଖବର
  • ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଉଦ୍‌ଘାଟନୀ ଉତ୍ସବର ରିହାଲସଲ୍‌ ସ୍ଥଗିତ
  • ||
  • ନୟାଗଡ଼ କୁସୁମୀ ନଦୀରେ ବୁଡି ଭାଇ ଭଉଣୀ ମୃତ,
  • ||
  • ନବ ନିର୍ବାଚିତ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକର, ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବରେ ହେବେ ସାମିଲ୍
  • ||
  • କଳାହାଣ୍ଡି: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ବାପା ମୃତ, ପୁଅ ଓ ଅନ୍ୟ ଜଣେ ଗୁରୁତର
  • ||
  • କାଲିମେଳାରୁ ନିଖୋଜ ଡାକ୍ତର କର୍ଣ୍ଣାଟକରେ ଠାବ, ଖୁବ୍‌ଶୀଘ୍ର ମାଲକାନଗିରି ଅଣାଯିବ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ: ଓମାନକୁ ୧୬୫ ରନ୍ ଟାର୍ଗେଟ୍ ଦେଲା କଙ୍ଗାରୁ ବାହିନୀ, ସନ୍ଧ୍ୟାରେ ୟୁଏସ୍‌କୁ ଭେଟିବ ପାକିସ୍ତାନ
  • ||
  • ଏନ୍‌ଡିଏର ନେତା ହେଲେ ନରେନ୍ଦ୍ର ମୋଦି, ୮ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ
  • ||
  • ଆସନ୍ତା ୩ରୁ ୪ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ, ୧୨ରୁ ପୁଣି ବଢ଼ିପାରେ ତାତି
  • ||
  • ନୂଆ ସରକାର ଆସିଲେ କ’ଣ ହେବ ? ଡରରେ ଆଗଧାଡ଼ିଆ ଅଫିସରଙ୍କ ଛାତି ଧଡ଼ଧଡ଼, ଖଣ୍ଡାଧାରରେ ଭାଗ୍ୟ
  • ||

4 ବିଲିୟନ ଡ଼ଲାର ବିନିଯୋଗ କରି ଭାରତରେ ପ୍ରସ୍ତୁତ ଅସ୍ତ୍ର କିଣିବ ଋଷ ରପ୍ତାନିକାରୀ

ନୂଆଦିଲ୍ଲୀ ୧୨/୫: ଋଷ ରପ୍ତାନିକାରୀମାନେ ଭଷ୍ଟ୍ରୋ ଆକାଉଣ୍ଟରେ ଭାରତ ସହିତ ବାଣିଜ୍ୟ ପାଇଁ ପ୍ରାୟ 8 ବିଲିୟନ୍ ଆମେରିକୀୟ ଡଲାର ଜମା କରିଥିଲେ। ହେଲେ ନିକଟରେ ସେମାନେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣ ଓ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ସେଥିରୁ ପ୍ରାୟ 4 ବିଲିୟନ ଡ଼ଲାର ବିନିଯୋଗ କରିଛନ୍ତି । 

ତେବେ ମସ୍କୋ ଉପରେ ପାଶ୍ଚାତ୍ୟ କଟକଣା ମଧ୍ୟରେ ଋଷ ଏବଂ ଭାରତ ମଧ୍ୟରେ ବାଣିଜ୍ୟକୁ ସୁଗମ କରିବା ପାଇଁ ଗତବର୍ଷ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଭଷ୍ଟ୍ରୋ ଆକାଉଣ୍ଟ ଖୋଲିଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ସୀମିତ ବିନିଯୋଗ ସୁଯୋଗ ହେତୁ ଏହି ଆକାଉଣ୍ଟଗୁଡିକର ଅଧିକାଂଶ ଅର୍ଥ ଖର୍ଚ୍ଚ ହୋଇନଥିଲା । ସୂଚନା ଅନୁଯାୟୀ, ଋଷର ରପ୍ତାନିକାରୀମାନେ ଗତ ୬ମାସ ମଧ୍ୟରେ ସଂଗ୍ରହ ହୋଇଥିବା ୮ ବିଲିୟନ ଆମେରିକୀୟ ଡଲାରର ପ୍ରାୟ 50 ପ୍ରତିଶତ ବିନିଯୋଗ କରିଛନ୍ତି। ଏହି ଟଙ୍କାର ଉପଯୋଗ ଭାରତରୁ ଆମଦାନୀ ସହିତ ସରକାରୀ ଟ୍ରେଜେରୀ ବିଲ୍ ପରି ନିୟମ ଅନୁଯାୟୀ ଅନୁମୋଦିତ ବିନିଯୋଗ ପାଇଁ ବ୍ୟବହୃତ ହେଉଛି ।

ୟୁକ୍ରେନ ବିବାଦ ଆରମ୍ଭ ହେବା ପରଠାରୁ ଭାରତ ଋଷରୁ କଞ୍ଚାତେଲ ଆମଦାନୀକୁ ବୃଦ୍ଧି କରିଛି। ଏଥିସହ 2023 ମସିହାରେ ଏପର୍ଯ୍ୟନ୍ତ 4 ବିଲିୟନ ଡ଼ଲାରରୁ ଅଧିକ ମୂଲ୍ୟର ଯନ୍ତ୍ରପାତି, ଅଟୋ ପାର୍ଟସ ଏବଂ ଅନ୍ୟାନ୍ୟ ଇଞ୍ଜିନିୟରିଂ ସାମଗ୍ରୀ ଋଷକୁ ରପ୍ତାନି କରିଛି। ଭୋଷ୍ଟ୍ରୋ ଆକାଉଣ୍ଟରେ  ଜମା ହୋଇଥିବା ପାଣ୍ଠି ବ୍ୟବହାର କରି ପୁଞ୍ଜି ବିନିଯୋଗ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟର ସମାଧାନ ପାଇଁ ଉଭୟ ଭାରତ ଏବଂ ଋଷ କାର୍ଯ୍ୟ କରୁଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.