ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜନୈତିକ ଚାପକୁ ନେଇ ସିଜେଆଇ ଚନ୍ଦ୍ରଚୂଡଙ୍କ ବଡ଼ ବୟାନ,କହିଲେ-ଗତ ୨୪ ବର୍ଷରେ କେବେ ବି ମୋତେ...

ନୂଆଦିଲ୍ଲୀ,୫।୬: ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଭାରତର ସମ୍ବିଧାନ ଲୋକତନ୍ତ୍ରର ମୂଳ ଆଧାର। ବ୍ୟବସ୍ଥାର ରକ୍ଷା କରୁଥିବା ଲୋକେ ସମ୍ବିଧାନିକ ମୂଲ୍ୟକୁ ସବୁବେଳେ ବଜାୟ ରଖିବାର ଭାବନାକୁ ପ୍ରଦର୍ଶିତ କରିଥାନ୍ତି। ଅକ୍ସଫୋର୍ଡ ୟୁନିଭର୍ସିଟିରେ ସମାଜରେ ନିଷ୍ପତ୍ତିର ମାନବୀୟ ଭୂମିକା ବିଷୟ ଉପରେ ସେ ନିଜର କଥା ରଖିଛନ୍ତି।ସେ କହିଛନ୍ତି, ତାଙ୍କୁ କେବେ ବି ରାଜନତୈକି ଚାପର ସାମନା କରିବାକୁ ପଡି ନାହିଁ।

ଭାରତର ସାଧାରଣ ନିର୍ବାଚନ ନେଇ ତାଙ୍କୁ ଯେତେବେଳେ ପ୍ରଶ୍ନ ପଚରା ଯାଇଥିଲା ଏହାର ଉତ୍ତର ସେ ରଖିଥିଲେ। ସିଜେଆଇ କହିଥିଲେ, ଭାରତର ସମ୍ବିଧାନ ଲୋକତନ୍ତ୍ରର ମୂଳ ଆଧାର। ଲୋକତନ୍ତ୍ରରେ ନ୍ୟାୟପାଳିକାର ଗୁରୁତ୍ବପୂର୍ଣ୍ଣ ଭମିକା ରହିଛି, ଯେଉଁଥିରେ ଆମେ ପରମ୍ପରାର ଭାବନାକୁ ପ୍ରଦର୍ଶିତ କରିଥାଏ ଓ ଏହା ସହିତ ଏହି ଭାବନାକୁ ପ୍ରଦର୍ଶିତ କରିଥାଏ ଏକ ଭଲ ସମାଜର ଭବିଷ୍ୟତ କିଭଳି ହେବା ଦରକାର ? 

ରାୟ ଦେବା ସମୟରେ ତାଙ୍କୁ କେବେ ରାଜନୈତିକ ଚାପର ସମ୍ମୁଖୀନ ହେବାକୁ ପଡିଛି। ଏହାର ଉତ୍ତରରେ ସେ କହିଥିଲେ, ମୋର ୨୪ ବର୍ଷର କାର୍ଯ୍ୟକାଳରେ କେବେ ବି ରାଜନୈତିକ ଚାପ ପଡି ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.