ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିକନ୍ଦରରେ ଏଣ୍ଟ୍ରି କଲେ କରୀନା କପୁର; ସଲମାନ୍ ଖାନ୍‌ଙ୍କ ସହ ନଜର ଆସିବେ ବେବୋ

ମୁମ୍ବାଇ,୬/୬:ବେଶ ଚର୍ଚ୍ଚାରେ ରହିଛି ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ସିକନ୍ଦର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଏଆର ମୁରୁଗାଦୋସ । ତେବେ କିଛିଦିନ ପୂର୍ବରୁ ସଲମାନ ଖାନଙ୍କ ସହ ରଶ୍ମିକା ମନ୍ଦାନା  ଏହି ଫିଲ୍ମରେ ନଜର ଆସିବା ନେଇ ଖବର ଆସିଥିବା ବେଳେ ବର୍ତ୍ତମାନ ଫିଲ୍ମରେ କରୀନା କପୁରଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ଫିଲ୍ମରେ ସଲମାନ ଖାନଙ୍କ ବିପକ୍ଷରେ ନଜର ଆସିବେ କରୀନା କପୁର 


ତେବେ ବକ୍ସ ଅଫିସ୍ ୱାର୍ଲ୍ଡୱାଇଡ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବହୁ ପ୍ରତୀକ୍ଷିତ ଫିଲ୍ମ ସିକନ୍ଦରରେ ସଲମାନ ଖାନଙ୍କ ସହ ଅଭିନୟ କରିବାକୁଥିବା କରୀନା କପୁରଙ୍କ ନାମ ପ୍ରଥମେ ରହିଛି ।  କରୀନା ନିକଟରେ ବଡ଼ ବକ୍ସ ଅଫିସ୍ ହିଟ୍ ଫିଲ୍ମ ‘କ୍ରୁ’ ଏବଂ ‘ଜାନେ ଜାନ୍’ ପାଇଁ ପ୍ରଶଂସକଙ୍କ ଠାରୁ ବହୁତ ପ୍ରଶଂସା ପାଇଛନ୍ତି । କରୀନା ସଲମାନଙ୍କ ସହ ଏକ ଭଲ ଟ୍ରାକ୍ ରେକର୍ଡ ସେୟାର କରିଛନ୍ତି । ପୂର୍ବରୁ ଦୁହେଁ ବଜରଙ୍ଗୀ ଭାଇଜାନ ଏବଂ ବଡିଗାର୍ଡ ଭଳି ବ୍ଲକବଷ୍ଟର ଫିଲ୍ମରେ ଏକାଠି କାମ କରିଛନ୍ତି । 

ଖୁବଶୀଘ୍ର ଏହାର ଆନୁଷ୍ଠାନିକ ଘୋଷଣା କରାଯିବ। ମୁରୁଗାଦୋସ ଏହି ଫିଲ୍ମ ପାଇଁ ଆକ୍ସନ ସିକ୍ୱେନ୍ସକୁ ପ୍ରାଥମିକତା ଦେଉଥିବା ବେଳେ ଏଥିପାଇଁ କୋରିଓଗ୍ରାଫି ଚାଲିଛି । ଫିଲ୍ମରେ ସଲମାନ ଖାନ ଆକ୍ସନ ସିକ୍ୱେନ୍ସ ପାଇଁ କୌଣସି କସରତ ଛାଡୁନାହାନ୍ତି । ଏହାବ୍ୟତୀତ ନିଜ ଶାରୀରିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେ ନିୟମିତ ବ୍ୟାୟାମ ମଧ୍ୟ କରୁଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.