ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଟା ଦେଖିଲା ଆଉ ଏକ ମୃତ୍ୟୁ,ନିଟ୍ ୟୁଜି ପରୀକ୍ଷାରେ ବିଫଳତା ପାଇଁ ଜୀବନ ହାରିଲେ ଛାତ୍ରୀ

ଜୟପୁର,୬/୬: ଗତ କିଛି ମାସ ମଧ୍ୟରେ କୋଟାରେ ବଢ଼ି ଚାଲିଛି ଆତ୍ମହତ୍ୟା । ଅଭିଶପ୍ତ ପାଲଟିଛି ଏହି ଶିକ୍ଷାର ସହର । ଜୀବନ ନେଇ ତ ଆସୁଛନ୍ତି, କିନ୍ତୁ ଜୀବନ ନେଇ ଫେରିବାର ସମ୍ଭାବନା କମ୍ । କୋଚିଂର ହବ କହୁଥିବା ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଫେଲ୍ ହେବାରୁ ଜଣେ ୧୮ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତକ ମଧ୍ୟପ୍ରଦେଶ ରାଜ୍ୟ ରିବା ଅଞ୍ଚଳର ବୋଲି ଜଣାପଡିଛି । ସେ ନିଜ ପରିବାର ସହ କୋଟାରେ ରହି କୋଚିଂ ନେଉଥିଲେ । ଗୋଟିଏ ମଲ୍ଟିଷ୍ଟୋର ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । 

ଏନେଇ ପୋଲିସ ଖବର ପାଇ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ କୋଟାରେ ଛାତ୍ର ଆତ୍ମହତ୍ୟା ବଢି ଚାଲିଥିବାବେଳେ ପୋଲିସ ପ୍ରଶାସନର ବ୍ୟାପକ ପ୍ରଚେଷ୍ଟା ସତ୍ତ୍ବେ ଏଥିରୁ ବ୍ରେକ ଲାଗିପାରୁନି । ତେବେ ସରକାରଙ୍କ ତରଫରୁ ବିଭିନ୍ନ ନିୟମ ଜାରି ସତ୍ତ୍ୱେ କୋଟାରେ ଆତ୍ମହତ୍ୟା କମୁନାହିଁ । କାହିଁକି କୋଚିଂ ହବ ପାଲଟୁଛି ସୁଇସାଇଡ ହବ.. ସ୍ୱପ୍ନ ନେଇ ଆସୁଥିବା ଜୀବନକୁ ମାରି ଦେବାର ଉଦ୍ଦେଶ୍ୟ କଣ ..? ଏମିତି ଅନେକ ପ୍ରଶ୍ନ ଏବେ ପୂରା ଦେଶକୁ କବଳିତ କରିଛି । ସେହିପରି ଅନ୍ୟପଟେ ବଢ଼ୁଥିବା ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ କେତେକ ପଦକ୍ଷେପ ମଧ୍ୟ ନେଇଛି । କୋଟାରେ ରାଙ୍କ ସିଷ୍ଟମକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆ ଯାଇଛି । ସେହିପରି ପ୍ରତ୍ୟେକ ପରୀକ୍ଷା ପରେ ଛୁଟି ଦେବାକୁ କୋଚିଂ ସେଣ୍ଟରକୁ ନିର୍ଦ୍ଦେଶ ଦିଆ ଯାଇଛି । ପଢ଼ାରେ କମଜୋର ଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ରହିଛି । ତଥାପି କମୁନି ଛାତ୍ର ଆତ୍ମହତ୍ୟା । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.