ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିମାନରେ ନୀତୀଶଙ୍କ ସହ ଏକାଠି ବସିବାର ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଲେ ତେଜସ୍ବୀ, ଜାଣନ୍ତୁ କହିଲେ କ’ଣ ?

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ‘ଇଣ୍ଡିଆ’ ବୈଠକରେ ଯୋଗଦେବା ପାଇଁ ଆଜି ଦିଲ୍ଲୀରେ ପହଞ୍ଚିଥିଲେ । ତେବେ ନୀତୀଶ ଏବଂ ତେଜସ୍ୱୀ ବିମାନରେ ପରସ୍ପର ପାଖରେ ବସିଥିବା ନଜର ଆସିଥିଲେ । ଏହି କାରଣରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସିଏମ ନୀତୀଶଙ୍କ ସହ ଭାଇରାଲ ହେଉଥିବା ଫଟୋ ଉପରେ ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେଜସ୍ବୀ କହିଛନ୍ତି ଯେ, ଆମେ ପରସ୍ପରକୁ ଅଭିବାଦନ ଜଣାଇଥିଲୁ, ମୋତେ ତାଙ୍କ ସିଟ୍ ପଛ ସିଟ୍ ମିଳିଥିଲା । କିନ୍ତୁ ସେ ମୋତେ ଦେଖି ତାଙ୍କ ସହ ବସିବାକୁ ଡାକିଥିଲେ।

ସରକାର ଗଠନ ପ୍ରସଙ୍ଗରେ ତେଜସ୍ୱୀ ଯାଦବ କହିଛନ୍ତି, "ଏନଡିଏର ସଂଖ୍ୟା ଅଛି କିନ୍ତୁ ଆମେ ଚାହୁଁଛୁ ଯେ ଯେଉଁ ସରକାର ଗଠନ ହେଉଛି, ସେମାନେ ବିହାରର ଯତ୍ନ ନିଅନ୍ତୁ ଏବଂ ବିହାରକୁ ସ୍ୱତନ୍ତ୍ର ମାନ୍ୟତା ମିଳୁ । ଏଥି ସହ ସମଗ୍ର ଦେଶରେ ଜାତି ଭିତ୍ତିକ ଜନଗଣନା କରାଯିବା ଉଚିତ୍ । ଆରଜେଡି ନେତା ଆହୁରି କହିଛନ୍ତି, ପ୍ରଥମ ଥର ପାଇଁ ଆମେ ଦେଖିଛୁ ଯେ ପିଏମ ମୋଦୀଙ୍କ ଯାଦୁ ସମାପ୍ତ ହୋଇଛି ଏବଂ ସେ ସଂଖ୍ୟା ଗରିଷ୍ଠତା ଠାରୁ ବହୁ ଦୂରରେ ଅଛନ୍ତି । ସେ ତାଙ୍କର ଦୁଇ ସହଯୋଗୀ ବିନା ସରକାର ଚଳାଇ ପାରିବେ ନାହିଁ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.