ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଥିଏଟର୍ସ ପରେ ଏବେ ଏହି ଓଟିଟିରେ ଦେଖିପାରିବେ ‘ଟର୍ବୋ’, ଜାଣନ୍ତୁ କେବେ ଏବଂ କେଉଁଠି ରିଲିଜ ହେବ ଫିଲ୍ମ

ନୂଆଦିଲ୍ଲୀ,୫/୬ :  ମଲାୟଲମ ଅଭିନେତା ମାମୁଟ୍ଟିଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ । ୭୨ବର୍ଷର ବୟସରେ ସେ ବହୁ ଫିଟ୍ ନଜର ଆସୁଛନ୍ତି ଏବଂ ଏହି ବୟସରେ ବି ସେ ଆକ୍ସନ ଫିଲ୍ମ କରୁଛନ୍ତି । ମାମୁଟ୍ଟିଙ୍କ ବହୁତ ବଡ଼ ଫ୍ୟାନ  ଫଲୋଇଂ ଅଛନ୍ତି ଏବଂ ତାଙ୍କ ଲାଗି ମଲୟାଲମ ଦର୍ଶକଙ୍କ ମଧ୍ୟରେ ବହୁତ କ୍ରେଜ୍ ଦେଖିବାକୁ ମିଳୁଛି ।

ଅଭିନେତାଙ୍କ ଲାଟେଷ୍ଟ ଫିଲ୍ମ ‘ଟର୍ବୋ’ । ଯାହା ବକ୍ସ ଅଫିସରେ କିଛି ଖାସ୍ କମାଲ୍ ଦେଖାଇପାରିନାହିଁ । ମଲୟାଲମ ଫିଲ୍ମ ‘ଟର୍ବୋ’ ଏବେ ଥିଏଟର୍ସରେ ଲାଗିଛି । କିନ୍ତୁ ଏହାର କଲେକ୍ସନ ବହୁ କମ୍ ବୋଲି କୁହାଯାଉଛି । ମାମୁଟ୍ଟୀ ଏହା ପୂର୍ବରୁ ଫିଲ୍ମ ‘ବ୍ରହ୍ମାୟୁଗମ’ରେ ନଜର ଆସିଥିଲେ ଏବଂ ସେହି ଫିଲ୍ମ ସଫଳ ହୋଇଥିଲା । କିନ୍ତୁ ‘ଟର୍ବୋ’ର କଲେକ୍ସନ କିଛି ଖାସ୍ ନଜର ଆସୁନାହିଁ । ମାତ୍ର ଏହାର ଫାଇନାଲ କଲେକ୍ସନ ଏବେ ଆସିବାରେ ବାକି ରହିଛି । ଏହା ପୂର୍ବରୁ ଏହାର ଓଟିଟିର ସୂଚନା ସାମ୍ନାକୁ ଆସି ସାରିଛି ।

‘ଟର୍ବୋ’ ଏବେ ଫିଲ୍ମ ହଲରେ ଲାଗିଛି ହୋଇପାରେ ଆଗକୁ ଏହାର କଲେକ୍ସନ ବି ବଢିପାରେ । ପ୍ରକାଶ ଯେ, ଫିଲ୍ମ ‘ଟର୍ବୋ’ର ଓଟିଟି ରିଲିଜକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛ । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଫିଲ୍ମ ‘ଟର୍ବୋ’କୁ ଆମାଜନ ପ୍ରାଇମ ଭିଡ଼ିଓରେ ରିଲିଜ କରାଯିବ । ମାତ୍ର ଏହାର ରିଲିଜ ଡେଟ୍‌କୁ ନେଇ କେତେକ ସୂଚନା ସାମ୍ନାକୁ ଆସିନାହିଁ । କିନ୍ତୁ କୁହାଯାଉଛି କି ଏହି ଫିଲ୍ମକୁ ଜୁନ ମଧ୍ୟରେ ଓଟିଟିରେ ରିଲିଜ କରାଯିବ । 

ଫିଲ୍ମ ‘ଟର୍ବୋ’ ୨୩ମଇ ୨୦୨୪ରେ ରିଲିଜ ହୋଇଥିଲା ଏବଂ ଏହି ଫିଲ୍ମର କଲେକ୍ସନ ଏବେ ନିଜ ବଜେଟର ନିକଟତର ହୋଇଛି । ବ୍ୟସାଖ ଫିଲ୍ମ ‘ଟର୍ବୋ’ର ନିର୍ଦେଶନା କରିଛନ୍ତି ଏବଂ ଫିଲ୍ମର ବଜେଟ ୭୦କୋଟିର ପାଖାପାଖି ବୋଲି କୁହାଯାଉଛି । ଏହି ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳୁଛି ମାତ୍ର କଲେକ୍ସନ ତା’ର ଧିମା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.