ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ପୁରା NDA, ନେତା ଭାବରେ କଲେ ଚୟନ: ନୀତୀଶ କହିଲେ ଶୀଘ୍ର ଗଠନ ହେଉ ସରକାର

ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସରିଛି ଏନ୍‌ଡିଏର ବୈଠକ। ଏହି ବୈଠକରେ ମୋଦିଙ୍କୁ ଏନ୍‌ଡିଏର ନେତା ଭାବରେ ଚୟନ କରାଯାଇଛି ।ବୈଠକରେ ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ସବୁ ଘଟକ ଦଳ ସମର୍ଥନରେ ଏକ ପ୍ରସ୍ତାବ ପାସ୍ କରିଛନ୍ତି। ଏହି ପ୍ରସ୍ତାବରେ କୁହାଯାଇଥିଲା ନରେନ୍ଦ୍ର ମୋଦିଙ୍କ ଲିଡରସିପ୍‌ରେ ଆମେ ସବୁ ଲୋକ ନିର୍ବାଚନ ଲଢିଥିଲୁ ଓ ଆମେ ବିଜୟୀ ହୋଇଛୁ। ୧୦ ବର୍ଷରେ ଦ୍ରୁତ ବିକାଶ ହୋଇଛି। ଆମର ତାଙ୍କ ନେତୃତ୍ବ ଉପରେ ଭରସା ରହିଛି। ତାଙ୍କ ନେତୃତ୍ବରେ ଏନ୍‌ଡିଏ ପୁଣିଥରେ ବହୁମତ ହାସଲ କରିଛି।’ ଏହି ପ୍ରସ୍ତାବ ଉପରେ ବିଜେପିର ଜେପି ନଡ୍ଡା, ଅମିତ ଶାହ ଓ ରାଜନାଥ ସିଂହଙ୍କ ସହିତ ଏନ୍‌ଡିଏର ୨୪ ନେତା ଦସ୍ତଖତ କରିଛନ୍ତି।

ବୈଠକରେ ସମସ୍ତଙ୍କ ନଜର ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁର ନୀତୀଶ କୁମାରଙ୍କ ଉପରେ ରହିଥିଲା। କାରଣ ଏହି ଦୁଇ ଜଣ ଏବେ କିଙ୍ଗ ମେକର। ଉଭୟଙ୍କ ପାଖରେ ୨୮ଟି ଆସନ ରହିଛି। କାଳେ ଏମାନେ ମେଣ୍ଟ ପରିବର୍ତ୍ତନ କରିନେବେ, ସେଥିପାଇଁ ବୈଠକରେ ଉଭୟଙ୍କ ଠାରୁ ମୋଦି ଲିଖିତ ଭାବେ ସମର୍ଥନ ହାସଲ କରିଥିବା ଜଣାପଡ଼ିଛି।

ମୋଦିଙ୍କୁ ନେତା ଭାବରେ ଚୟନ କରିବା ପରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ଏନ୍‌ଡିଏନ ନେତା ଭେଟିବେ ଓ ସରକାର ଗଠନ କରିବାର ଦାବି ରଖିବେ। ମୋଦି ତୃତୀୟ ଥର ୮ ଜୁନ୍‌ରେ ପିଏମ୍ ପଦର ଶପଥ ନେଇ ପାରନ୍ତି। ସେ ବୁଧବାର ରାଷ୍ଟ୍ରପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। ସେଭଳି  ଏନଡିଏ ବୈଠକରେ ସାମିଲ ହୋଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ସରକାର ଗଠନରେ ବିଳମ୍ବ ନହେଉ। ଆମକୁ ଅତି ଶୀଘ୍ର ସରକାର ଗଠନ କରିବା ଦରକାର।  ଉଲ୍ଲେଖନୀୟ ଯେ, ଲୋକସଭା ନିର୍ବାଚନରେ ବିଜେପିକୁ ୨୪୦ ଆସନ ମିଳିଛି, ଯାହାକି ମ୍ୟାଜିକ୍ ନମ୍ବରଠାରୁ ୩୨ କମ୍ ରହିଛି। ଏହି କାରଣରୁ ଜେଡିୟୁ, ଟଡିପି ସହିତ ବହୁ ରାଜନୈତିକ ଦଳର ସମର୍ଥନ ଦରକାର ରହିଛି, ଯେଉଁମାନେ କି ଏନ୍‌ଡିର ଅଂଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.