ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ସୋନିଆ ଗାନ୍ଧୀଙ୍କ ପୂର୍ବ ସଂସଦୀୟ ଆସନରୁ ସାଂସଦ ହେବେ ରାହୁଲ, ଛାଡ଼ିବେ କେରଳର ଓ୍ବାୟନାଡ ସିଟ୍‌

Published By : Tapas Panda | June 5, 2024 6:52 PM

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ସ୍ପଷ୍ଟ ହୋଇସାରିଛି । ଏନଡିଏକୁ ବହୁମତ ମିଳିଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଭୟ ଓ୍ବାୟନାଡ ଏବଂ ରାୟବରେଲିରୁ ବିଜୟ ହାସଲ କରିଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ କେରଳର ଓ୍ବାୟନାଡ ଲୋକସଭା ଆସନ ଛାଡ଼ିବେ ବୋଲି ଜଣାପଡ଼ିଛି । ଏହା ସହ ରାହୁଲ ଉତ୍ତର ପ୍ରଦେଶର ରାୟବରେଲିରୁ ସଂସଦ ଯିବେ । 

ରାହୁଲଙ୍କ ମା’ ସୋନିଆ ଗାନ୍ଧୀଙ୍କ ପୂର୍ବତନ ସଂସଦୀୟ ଆସନ ରାୟବରେଲିରୁ ଅଧିକ ଭୋଟ ମାର୍ଜିନରେ ଜିତିଛନ୍ତି ରାହୁଲ ଗାନ୍ଧୀ । ସେପଟେ କେରଳର ଓ୍ବାୟନାଡରୁ ଦ୍ବିତୀୟ ଥର ଲାଗି ରାହୁଲ ଗାନ୍ଧୀ ବିଜୟ ହାସଲ କରିଛନ୍ତି । ସେଠାରେ ସିପିଆଇ ନେତା ଏନି ରାଜାଙ୍କୁ ୩.୬୪ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ରାହୁଲ । ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଉଭୟ ରାୟବରେଲି ଏବଂ ଓ୍ବାୟନାଡ ଆସନରୁ ବିଜୟୀ ହୋଇଥିବା ନେଇ ସେ କହିଥିଲେ  ।

ଏହା ସହ ରାହୁଲ ଗାନ୍ଧୀ ଉଭୟ ଲୋକସଭା କ୍ଷେତ୍ରର ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ । କେଉଁ ଆସନ ଛାଡ଼ିବେ ଏବଂ କେଉଁଟା ରଖିବେ ସେନେଇ ବିଚାର ବିମର୍ଶ କଲା ପରେ ନିଷ୍ପତ୍ତି ନେବେ ବୋଲି ମଧ୍ୟ ରାହୁଲ ଗାନ୍ଧୀ କହିଥିଲେ । ଆଉ ଏବେ ମିଳିଥିବା ସୂଚନା ଅନୁସାରେ, ଓ୍ବାୟନାଡ ଆସନ ଛାଡ଼ିବା ସହ ରାୟବରେଲି ଆସନ ରଖିବେ ରାହୁଲ ଗାନ୍ଧୀ । 

ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ଯଦିଓ ବହୁମତ ପାଇନାହିଁ କିନ୍ତୁ ଏନଡିଏକୁ କଡ଼ା ଟକ୍କର ଦେଇଛି । ୫୪୩ ଲୋକସଭା ଆସନରୁ ଏନଡିଏକୁ ୨୯୩ ଆସନ ମିଳିଥିବା ବେଳେ ଇଣ୍ଡି ମେଣ୍ଟକୁ ୨୩୪ ସିଟ୍‌ ମିଳିଛି । ଅନ୍ୟମାନେ ୧୬ଟି ଆସନରେ ବିଜୟୀ ହୋଇଛନ୍ତି । ସେପଟେ ବିଜେପିକୁ ବହୁମତ ମିଳିନଥିବା ବେଳେ ଏଥର ‘ଏନ୍’ ଫ୍ୟାକ୍ଟରକୁ ନେଇ ଦଳ ସରକାର ଗଢ଼ିବ । ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା ପରେ ପୁଣି ଥରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଚିତ୍ର ସ୍ପଷ୍ଟ ହୋଇଛି । 

 

  • Rahul Gandhi
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.