ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଜ ଉପଲକ୍ଷେ ଆସନ୍ତାକାଲି ରିଲିଜ ହେବ ‘ଟିକେ ଟିକେ ଅଚିହ୍ନା ତୁ’

ଭୁବନେଶ୍ବର,୬/୬:ରଜ ଉପଲକ୍ଷେ ଆସନ୍ତାକାଲି ଅର୍ଥାତ ଜୁନ୍ ୭ ତାରିଖରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ 'ଟିକେ ଟିକେ ଅଚିହ୍ନା ତୁ'। ଏଥିରେ ଲୋକପ୍ରିୟ  ତାରକା ସ୍ୱରାଜ ବାରିକ ଏବଂ ଭୂମିକା ଦାଶଙ୍କୁ ଏକାଠି ଦେଖିବାକୁ ମିଳିବ । ଯାହାକୁ ନେଇ ଫ୍ୟାନ୍ସ ବେଶ୍ ଉତ୍ସାହିତ ଅଛନ୍ତି । ଏଥିସହ ଫିଲ୍ମଟି ରଜରେ ରିଲିଜ ହେବାକୁ ଥିବା ବେଳେ ଦର୍ଶକଙ୍କୁ ନିଶ୍ଚୟ ମନକୁ ଛୁଇଁବ ବୋଲି ଫିଲ୍ମର ପୁରା ଟିମ ଆଶାବାଦୀ ରହିଛନ୍ତି। ଆମର ଷ୍ଟୁଡିଓ ଓ ଡିକେ ମୁଭି ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ଫାମିଲି ଡ୍ରାମା, ଲଭ,ରୋମାନ୍ସ ସହ ଭରପୁର ମନୋରଞ୍ଜନ ଦେଖିବାକୁ ମିଳିବ । ଏଥିରେ ତ୍ରିକୋଣୀୟ ଲଭଷ୍ଟୋରୀ ମଧ୍ୟ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମଟି ଯୁବ ପିଢିଙ୍କ ଜୀବନଚର୍ଯ୍ୟା ଓ ପରିବାରର ମୂଲ୍ୟକୁ ନେଇ ଗତିଶୀଳ ହୋଇଛି ।

ତେବେ ଏହି ଫିଲ୍ମରେ କେବଳ ଯେ ଭୂମିକା ଏବଂ ସ୍ୱରାଜ ନୁହଁ ବରଂ ଅନ୍ୟତମ ନାୟକ ଶୁଭମଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ନିର୍ମିତ ହୋଇଥିବା ବେଳେ ଗୀତ ମଧ୍ୟ ସାନଦାର ରହିଛି । ତେବେ ଲୋକପ୍ରିୟ ଗୀତିକାର ପ୍ରେମ ଆନନ୍ଦ ଗୀତଗୁଡିକୁ ଲେଖିଛନ୍ତି ।  ଗୀତ ସହ ଦମଦାର କାହାଣୀକୁ ନେଇ ରଜରେ ଫିଲ୍ମଟି ରାଜ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ । ପ୍ରକାଶ ଥାଉକି ରଜ ଉପଲକ୍ଷେ ଆମର ଷ୍ଟୁଡିଓରେ ପ୍ରସ୍ତୁତ ଆଉ ଦୁଇ ଚଳଚ୍ଚିତ୍ର ଚନ୍ଦ୍ରବଂଶୀ ଓ ପାବାର ମଧ୍ୟ ରିଲିଜ ହେବାକୁ ଯାଉଥଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.