ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ସିଇଓଙ୍କ ପରେ ଇସ୍ତଫା ଦେଲେ ଓ୍ବିପ୍ରୋର ସିଓଓ ଅମିତ ଚୌଧୁରୀ

ନୂଆଦିଲ୍ଲୀ: ଓ୍ବିପ୍ରୋ (Wipro)ରେ ଇସ୍ତଫା ପର୍ବ ଜାରି ରହିଛି । ଆଉ ଆଜି କମ୍ପାନିର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ଅମିତ ଚୌଧୁରୀ ଇସ୍ତଫା ଦେଇଛନ୍ତି । ଏହା ସହ କମ୍ପାନିରୁ ୩ ଜଣ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇସାରିଛନ୍ତି । ଏହା ପୂର୍ବରୁ ଏପ୍ରିଲରେ କମ୍ପାନିର ସିଇଓ ଥିୟରୀ ଡେଲପୋର୍ଟ ଇସ୍ତଫା ଦେଇଥିଲେ । ଏହା ପରେ ପରେ ଓ୍ବିପ୍ରୋର ଏସିଆ ପାସିଫିକ୍‌, ଇଣ୍ଡିଆ ଓ ମିଡଲ ଇଷ୍ଟ ଏବଂ ଆଫ୍ରିକା ପ୍ରେସିଡେଣ୍ଟ ଅନୀଶ ଚେଞ୍ଚାହ ଇସ୍ତଫା ଦେଇଥିଲେ ।

ଶୁକ୍ରବାର ଏକ୍ସଚେଞ୍ଜ ଫାଇଲିଂରେ ଅମିତ ଚୌଧୁରୀଙ୍କ ଇସ୍ତଫା ସଂପର୍କରେ ଜଣାଇଛି କମ୍ପାନି । ଅନ୍ୟ କମ୍ପାନିରେ ଚାକିରି ସନ୍ଧାନରେ ଥିବା ହେତୁ ଅମିତ ଚୌଧୁରୀ ପଦରୁ ଇସ୍ତଫା ଦେଇଛନ୍ତି । ଓ୍ବିପ୍ରୋରୁ ମେ’ ୩୧ରେ ବିଦାୟ ନେବେ ଅମିତ । ତାଙ୍କ ସ୍ଥାନରେ ସଞ୍ଜୀବ ଜୈନଙ୍କୁ ନିଯୁକ୍ତ କରାଯାଇଛି ବୋଲି ଓ୍ବିପ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । 

ଓ୍ବିପ୍ରୋରୁ ଇସ୍ତଫା ଦେଇଥିବା ୩ ବରିଷ୍ଠ ଅଧିକାରୀ ଥିୟରୀ ଡେଲପୋର୍ଟ, ଅମିତ ଚୌଧୁରୀ ଏବଂ ଅନୀଶ ଚେଞ୍ଚାହ କ୍ୟାପ୍‌ଜେମିନି (Capgemini)ରେ କାର୍ଯ୍ୟ କରୁଥିଲେ । ଥିୟରୀ ଡେଲପୋର୍ଟ ଓ୍ବିପ୍ରୋର ସିଇଓ ହେବା ପରେ ଅନୀଶ ଚେଞ୍ଚାହ ଓ ଅମିତ ଚୌଧୁରୀ କମ୍ପାନିରେ ଯୋଗ ଦେଇଥିଲେ । ଏଭଳି ସ୍ଥିତିରେ କୁହାଯାଇପାରେ ଯେ, ଥିୟରୀ ଡେଲପୋର୍ଟଙ୍କ ଇସ୍ତଫା ପରେ ତାଙ୍କର ଟିମ୍‌ ମଧ୍ୟ ଓ୍ବିପ୍ରୋ ଛାଡ଼ିଛନ୍ତି । 

ସେପଟେ ଓ୍ପିପ୍ରୋର ନୂଆ ସିଓଓ ସଞ୍ଜୀବ ଜୈନ କମ୍ପାନିର ସିଇଓ ଏବଂ ଏମଡି ଶ୍ରୀନିବାଶ ପାଲିୟାଙ୍କୁ ରିପୋର୍ଟ କରିବେ । ସଞ୍ଜୀବ ଜୈନ ବିଜନେସ୍‌ ଅପରେସନ୍‌ସ୍‌ର ମୁଖ୍ୟ ଭାବରେ ୨୦୨୩ରେ ଓ୍ବିପ୍ରୋରେ ଯୋଗ ଦେଇଥିଲେ । ସେ ଓ୍ବିପ୍ରୋରେ ଏଆଇ ଟ୍ରେନିଂ ଉପରେ ଖୁବ କାମ କରିଛନ୍ତି । ତାଙ୍କ ପାଖରେ ଆଇଟି ସେକ୍ଟରରେ ୩୦ ବର୍ଷର ଅଭିଜ୍ଞତା ରହିଛି । ଆଇଆଇଏମ୍‌, ମୁମ୍ବାଇରେ ପଢ଼ିଥିବା ସଞ୍ଜୀବ ଜୈନ ଆଇବିଏମ୍‌ ଏବଂ କଂଗନିଜ୍ୟାଣ୍ଟ ଭଳି ବଡ଼ ବଡ଼ କମ୍ପାନିରେ କାର୍ଯ୍ୟ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.