ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଚଳନ୍ତା ବିମାନରେ ଅଗ୍ନିକାଣ୍ଡ : ଦିଲ୍ଲୀ ଏୟାରପୋର୍ଟରେ ଏମର୍ଜେନ୍ସି ଘୋଷିତ , ବସିଥିଲେ ୧୭୫ ଯାତ୍ରୀ

ନୂଆଦିଲ୍ଲୀ : ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ଏୟାରପୋର୍ଟରେ ବିମାନରେ ନିଆଁ ଲାଗିବା ପରେ ଏମର୍ଜେନ୍ସି ଘୋଷିତ କରି ଦିଆ ଯାଇଛି। ମିଳିଥିବା ସୂଚନା ଆଧାରରେ, ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ବିମାନର ଏସି ୟୁନିଟ୍‌ରେ ନିଆଁ ଲାଗିବାର ସୂଚନା ମିଳିଥିଲା। କୁହାଯାଉଛି କି , ଏହି ସମୟରେ ବିମାନରେ ୧୭୫ ଜଣ ଯାତ୍ରୀ ବସି ଥିଲେ। ଏୟାରପୋର୍ଟରୁ ମିଳିଥିବା ଅପଡେଟ୍‌ରେ କୁହାଯାଇଛି କି, ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି। ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। 

ଅଫିସିଆଲି ସୂଚନା ଅନୁସାରେ , ଏୟାର ଇଣ୍ଡିଆର ୮୦୭ ବିମାନ ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିଲା। ଉଡ଼ାଣ ବେଳେ ହିଁ ବିମାନର ଏସି ୟୁନିଟ୍‌ରେ ନିଆଁ ଲାଗିବାର ସୂଚନା ମିଳିଥିଲା। ଏଥିରେ ବିମାନ ସହ ଦିଲ୍ଲୀ ଏୟାରପୋର୍ଟରେ ମଧ୍ୟ ସତର୍କତା ଜାରି କରାଯାଇଛି। 

ଅଧିକାରୀମାନେ କହିଛନ୍ତି କି ଦିଲ୍ଲୀ ଏୟାରପୋର୍ଟରେ ୫.୫୨ ମିନିଟ୍‌ରେ ବିମାନରେ ନିଆଁ ଲାଗିବାର ସୂଚନା ମିଳିଥିଲା। ଏହାପରେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡ କରାଇବା ପାଇଁ ଦିଲ୍ଲୀ ଏୟାରପୋର୍ଟରେ ସଂପୂର୍ଣ୍ଣ ରୂପେ ଏମର୍ଜେନ୍ସି ଘୋଷିତ କରିଦିଆ ଯାଇଥିଲା। ହେଲେ ୬.୫୨ ମିନିଟରେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡ କରାଯାଇ ଥିଲା। ଏହି ସମୟରେ ସବୁ ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ଆସି ଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.