ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଜ୍ରିଓ୍ବାଲଙ୍କୁ ଫଶାଇବାର ଷଡଯନ୍ତ୍ର, ବିଜେପିର ଚେହେରା-ମୋହରା ସ୍ବାତୀ ମାଲିଓ୍ବାଲ : ଆତିଶି ସିଂହଙ୍କ ଅଭିଯୋଗ

ନୂଆଦିଲ୍ଲୀ,୧୭।୫: ସ୍ବାତୀ ମାଲିଓ୍ବାଲଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆପ୍ ନେତା ଆତିଶି ସିଂ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ମାଲିଓ୍ବାଲଙ୍କୁ ବିଜେପିର ଷଡଯନ୍ତ୍ରୀ ଚେହରା ବୋଲି କହିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଭିଡିଓ କଥା ନେଇ କହିଛନ୍ତି, ଏହି ଭିଡିଓ ତାଙ୍କ ଅଭିଯୋଗ ବିପରୀତ ଦେଖାଯାଉଛି।

ମାଲିଓ୍ବାଲ ସମୟ ନମାଗି ମୁଖ୍ୟମନ୍ତ୍ରୀଙ୍କୁ ସିଧା ଭେଟିବାକୁ ଯାଇଥିଲେ। ତାଙ୍କୁ ରୋକିବାକୁ ସେ ଜବରଦସ୍ତ ସିଏମ୍ ହାଉସରେ ପଶି ଯାଇଥିଲେ। ଆତିଶି କହିଛନ୍ତି, ବିଜେପି ଇଶାରାରେ ମାଲିଓ୍ବାଲଙ୍କୁ ମୋହରା କରାଯାଇଛି। ଏହି ପୁରା ଷଡଯନ୍ତ୍ର ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଫଶାଇବା ପାଇଁ କରାଯାଉଛି। ଆତିଶି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ କଥା କହି କହିଛନ୍ତି, ଏଥିରେ ମାଲିଓ୍ବାଲ ଆରାମରେ ସୋଫା ଉପରେ ବସିଛନ୍ତି। ସେ ପୋଲିସ କର୍ମଚାରୀ ଓ ବିଭବ କୁମାରଙ୍କୁ ଜୋରରେ ପାଟି କରି ଧମକାଉଛନ୍ତି। ଖରାପ ଶବ୍ଦ ମଧ୍ୟ ବ୍ୟବହାର କରିଛନ୍ତି ।ଭିଡିଓ ସ୍ପଷ୍ଟ କରିଦେଇଛି ଯେ, ମାଲିଓ୍ବାଲଙ୍କ ଦ୍ବାରା ଲଗାଯାଇଥିବା ସବୁ ଅଭିଯୋଗ ମିଛ।

ଆତିଶି କହିଛନ୍ତି, ବିଭବ କୁମାର ଆଜି ସ୍ବାତୀ ମାଲିଓ୍ବାଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଓ ବିସ୍ତାର ଭାବରେ ନିଜର ପକ୍ଷ ରଖିଛନ୍ତି। ମାଲିଓ୍ବାଲ ସେ ଦିନ କୌଣସି ସମୟ ନନେଇେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କୁ ବାସଭବନକୁ ଆସିଥିଲେ। ତାଙ୍କୁ ଗେଟ୍‌ରେ ରୋକିବାକୁ ଗାର୍ଡକୁ ଗାଳି କରିଥିଲେ। କହିଥିଲେ, ତୁମର ଚାକିରୀ ନେଇଯିବି। ଏହାପରେ ଜବରଦସ୍ତ ଘର ଭିତରକୁ ପଶିଥିଲେ। ବିଭବ କୁମାର ତାଙ୍କୁ କହିଥିଲେ, ଏବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିବେନି। ସେ ଏହା କହିବାକୁ ସ୍ବାତୀ ମାଲିଓ୍ବାଲ ତାଙ୍କୁ ଧକ୍କା ଦେବା ସହ ଖରାପ ବ୍ୟବହାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.