ମୁମ୍ବାଇ,୨୩/୪ : ୱାଙ୍ଖଡ଼େରେ ସଞ୍ଜୁଙ୍କ ହାଇଭୋଲଟେଜ୍ ଶୋ । ୫୪ବଲରେ ୧୦୧ କରି ନଟ୍ ଆଉଟ୍ । ସାମସନ ଶେଷ ଓଭରରେ ତିନୋଟି ଛକା ମାରି ତାଙ୍କର ଶତକ ପୂରଣ କରିଥିଲେ। ଏହା ତାଙ୍କର ପଞ୍ଚମ ଆଇପିଏଲ ଶତକ ଏବଂ ଏହି ସିଜନର ଦ୍ୱିତୀୟ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଚେନ୍ନାଇ ବ୍ୟାଟସମ୍ୟାନ୍ ସ୍ଥିର ଭାବରେ ଖେଳିପାରି ନ ଥିଲେ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ ୨୦ଓଭରରେ ୬ ଓ୍ବିକେଟ ହରାଇ ୨୦୭ରନ୍ କରିଛି । ୨୦୮ରନର ବିଜୟ ଲକ୍ଷ୍ୟ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ।

ପ୍ରଥମେ ବ୍ୟାଟିଂ କରି ସଞ୍ଜୁ ସାମସନ ୧୦୧(୫୪)*, ଋତୁରାଜ ଗାୟକଓ୍ବାଡ଼୨୨(୧୪),ସରଫରାଜ ଖାନ ୧୪(୮), ସିଭମ ଦୁବେ୫(୮), ଦେଓ୍ବାଲ୍ଡ ବ୍ରେଭିସ ୨୨(୧୧), କାର୍ତ୍ତିକ ଶର୍ମା ୧୮(୧୯), ଜାମି ଓଭରଟୋନ ୧୫(୭), ଆକେଲ ହୋଶେନ ୨(୨)* କରିଛନ୍ତି । ବୋଲିଂ କଥା ଯଦି ଆମେ କହିବା ଜସପ୍ରିତ ବୁମରାହ ୧ଓ୍ବିକେଟ ନେଇଥିବାବେଳେ ଆମ ଗଜନଫାର ୨ ଓ୍ବିକେଟ, ମିଚେଲ ସାଣ୍ଟେର ୧, ଅଶ୍ବିନ କୁମାର ୨ ଓ୍ବିକଟେ୍ ଅକ୍ତିଆର କରିଛନ୍ତି ।