ମୁମ୍ବାଇ, ୪/୧୨ :  ସାରା ତେନ୍ଦୁଲକର ସୁବବେଳେ ଚର୍ଚ୍ଚାରେ ଥାନ୍ତି । ସେ ଲଣ୍ଡନରେ ପାଠ ପଢା ସମ୍ପୂର୍ଣ୍ଣ କରିଛନ୍ତି । ସଚିନ ଏହାକୁ ନେଇ ବହୁ ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ପୋଷ୍ଟ ବି ସେୟାର କରିଥିଲେ । ଏବେ ସାରାଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ତାଙ୍କୁ ସଚିନ ତେନ୍ଦୁଲକର ଫାଉଣ୍ଡେଶନର ନିର୍ଦେଶକ କରାଯାଇଛି । ସଚିନ ଏହାର ସୂଚନା ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଇଛନ୍ତି । ସାରାଙ୍କୁ ପାଠ ପଢା ପୂରା କରିବା ପ‌ରେ ଏହି ପଦ ମିଳିଛି ।

ସାରା ଲଣ୍ଡନରୁ ମାଷ୍ଟର୍ସର ଡିଗ୍ରୀ ନେଇଛନ୍ତି । ସେ କ୍ଲିନିକଲ ଏଣ୍ଡ ପବ୍ଲିକ ହେଲ୍ଥ ନ୍ୟୁଟ୍ରିଶନର ଡିଗ୍ରୀ ନେଇଛନ୍ତି । ଏହା ପୋଷଣ ଏବଂ ଆହାର ବିଜ୍ଞାନ ସହ ଯୋଡ଼ି ହୋଇଥିବା ବିଷୟ ଅଟେ । ଏଥିରେ ପୋଷଣକୁ ନେଇ ପଢାଯାଇଥାଏ । ସାରା ଲଣ୍ଡନରେ ୟୁନିଭର୍ସିଟି କଲେଜରୁ ପାଠପଢା ଶେଷ କରିଛନ୍ତି । ଏବେ ସାରାଙ୍କୁ ସଚିନ ତେନ୍ଦୁଲକର ଫାଉଣ୍ଡେଶନର ନିର୍ଦେଶକ କରାଯାଇଛି । ସଚିନ ଫ୍ୟାନ୍ସଙ୍କୁ ନିଜେ ଏହି ସୂଚନା ଦେଇଛନ୍ତି ।