କୋଣାର୍କ,୧୩।୧୨(ଆପ୍ର) : କୋଣାର୍କ ହେଲିପ୍ୟାଡ ସମ୍ମୁଖରେ ଇନିଷ୍ଟିଚ୍ୟୁଟ ଅଫ କୋଣାର୍କ ସ୍ୟାଣ୍ଡ ଆର୍ଟ ପରିସରରେ ବାଲୁକାଶିଳ୍ପୀ ସରିତା ଗୋଛୟତଙ୍କ ସୂର୍ଯ୍ୟମନ୍ଦିର ବାଲୁକା କଳାକୃତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଏହି ବାଲୁକା କଳାରେ ଓଡ଼ିଶାର କଳା ଓ ଐତିହ୍ୟ ବାର୍ତ୍ତା ପ୍ରଦର୍ଶିତ ହୋଇଛି।
ସୂର୍ଯ୍ୟମନ୍ଦିରର ପ୍ରତିଟି ସୁକ୍ଷ୍ମ କାରୁକାର୍ଯ୍ୟ କଳାକୃତି ଦେଖିବାକୁ ବେଶ ଚମକପ୍ରଦ ହୋଇଛି। ବାଲିରେ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ବାଲିରେ ଏହି କଳାକୃତି ଗଢ଼ିବାକୁ ସରିତାଙ୍କୁ ୩ଦିନ ସମୟ ଲାଗିଥିଲା। ଏହି ଗ୍ୟାଲେରୀରେ ଓଡ଼ିଶାର କଳା ସଂସ୍କୃତି,ଐତିହ୍ୟ ପରମ୍ପରା ଓ ମହିଳା ସଶକ୍ତିକରଣ ବାଲୁକା କଳାକୃତି ଦେଖିବାକୁ ମିଳିଛି।